ETV Bharat / state

ବନ୍ୟା ଉଜାଡିଦେଲା ବାସ, ଛଡାଇ ନେଲା ରୋଜଗାର - More than 100 families have been affected

ଅନୁଗୋଳ ଜିଲ୍ଲାର ମହାନଦୀ ସାତକୋଶିଆ ଗଣ୍ଡରେ ବନ୍ୟା ଯୋଗୁଁ ଟିକରପଡା ଘାଟ ସାହିର ୧୦୦ରୁ ଅଧିକ ବିପନ୍ନ ପରିବାର ଏବେ ବି ସ୍କୁଲ ଘରେ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି।

anugul
ବନ୍ୟା ଦେଇଗଲା ଦୁଃଖ
author img

By

Published : Sep 9, 2020, 10:08 PM IST

ଅନୁଗୋଳ: ବନ୍ୟା ଛାଡିଯାଇଥିଲେ ବି ପଛରେ ଛାଡିଦେଇଛି ଦୁଃଖ । ଅନୁଗୋଳ ଜିଲ୍ଲାର ମହାନଦୀ ସାତକୋଶିଆ ଗଣ୍ଡରେ ବନ୍ୟା ଯୋଗୁଁ ଟିକରପଡା ଘାଟ ସାହିର ୧୦୦ରୁ ଅଧିକ ବିପନ୍ନ ପରିବାର ଏବେ ବି ସ୍କୁଲ ଘରେ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି।

ବନ୍ୟା ଦେଇଗଲା ଦୁଃଖ

ସେମାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ ମଧ୍ୟ ସଜାଡି ପାରି ନାହାନ୍ତି। ଓଳିଏ ଖାଇ ଓଳିଏ ଉପାସ ରହି ପିଲାଛୁଆଙ୍କୁ ନେଇ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି । ମହାନଦୀ ସାତକୋଶିଆ ଗଣ୍ଡରେ ବନ୍ୟା ଯୋଗୁଁ ଘାଟ ସାହିରେ ବସବାସ କରୁଥିବା ୧୦୦ରୁ ଅଧିକ ମତ୍ସ୍ୟଜୀବୀ ପରିବାର ଏବେ ବେଘର ଓ ବେରୋଜଗାର ହୋଇ ଯାଇଛନ୍ତି।

ସେମାନଙ୍କ ଘର ସମ୍ପୂର୍ଣ୍ଣ ଭସାଇ ନେଇଛି ବନ୍ୟା। ୧୨ ଦିନ ହେଲା ପିଲାଛୁଆଙ୍କୁ ନେଇ ସ୍କୁଲଘର ବାରଣ୍ଡା ଓ ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ଏହି ବିପନ୍ନ ପରିବାର। ପ୍ରଶାସନ ତରଫରୁ ପ୍ରଥମ ୩ ଦିନ ରନ୍ଧାଖାଦ୍ୟ ଓ ଶୁଖିଲାଖାଦ୍ୟ ଦିଆ ଯାଇଥିଲା।

ବନ୍ୟା ଛାଡିଯିବା ପରେ ତାହା ବନ୍ଦ କରି ଦିଆଯାଇଛି। ଫଳରେ ଭଲ କରି ଗଣ୍ଡେ ଖାଇବାକୁ ପାଉ ନାହାଁନ୍ତି ଏହି ବିପନ୍ନ ଲୋକେ। ନଦୀରୁ ମାଛ ଧରିଲେ ସେମାନଙ୍କ ଚୁଲି ଜଳେ। ଏବେ ନଦୀର ସ୍ରୋତ ପ୍ରଖର ଥିବାରୁ ତାହା ମଧ୍ୟ ହୋଇ ପାରୁନାହିଁ। ଭଙ୍ଗାଘର ଭିତରେ ଏବେ ମଧ୍ୟ ପାଣି ଜମି ରହିଥିବାରୁ ସଜାଡି ପାରୁ ନାହାନ୍ତି। ତେଣୁ ଅତ୍ୟନ୍ତ ଦୁର୍ଦ୍ଦିନରେ ପିଲାଛୁଆଙ୍କ ନେଇ ରହୁଛନ୍ତି ବିପନ୍ନ ପରିବାର।

ତେବେ କେବେ ପରିସ୍ଥିତି ସୁଧୁରିବ। ସବୁକିଛି ସ୍ବଭାବିକ ହେବ। ପୁଣିଥରେ ସେମାନେ ନିଜ ନିଜ ଘରକୁ ଫେରିବେ। ନଦୀରେ ଡଙ୍ଗା ଚାଲିବ। ମାଛ ଧରି ନିଜର ଗୁଜୁରାଣ ମେଣ୍ଟାଇବେ। ଏମିତି ଅନେକ ଚିନ୍ତାରେ ରହିଛନ୍ତି ବନ୍ୟା ବିପନ୍ନ। ଘାଟସାହି ଏବେ ଖାଁ ଖାଁ ଲାଗୁଛି।

ଯୁଆଡେ ଚାହିଁଲେ ଖାଲି ସନ୍ତସନ୍ତିଆ ଭଙ୍ଗା ଘର। କ୍ଷୟକ୍ଷତି ଆକଳନ କରିବାକୁ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡୁନି । ତେଣୁ ଘଟସାହି ବାସିନ୍ଦାଙ୍କ ଦୁଃଖ ବଢି ଯାଇଛି। ସାତକୋଶିଆ ଗଣ୍ଡରେ ପ୍ରତିବର୍ଷ ଏଭଳି ବନ୍ୟା ଆସୁଛି। ଘାଟସାହି ବସିନ୍ଦାଙ୍କ ଦୁଃଖ ବଢୁଛି। ତେଣୁ ଏହାର ସ୍ଥାୟୀ ପ୍ରତିକାର କରିବା ସହ ବିପନ୍ନ ପରିବାର ଗୁଡିକୁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.