ETV Bharat / state

ଇଣ୍ଟରନେଟ୍‌ ଦୂରର କଥା, ମୋବାଇଲ ପଏଣ୍ଟ ଚିହ୍ନଟ ହେଲେ ମିଳୁଛି ନେଟୱାର୍କ - ମୋବାଇଲ ଲୋକଙ୍କ ପାଇଁ ବିଳାସପୂର୍ଣ୍ଣ ସାମଗ୍ରୀ

ବର୍ତ୍ତମାନ ଦେଶରେ ମୋବାଇଲର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫ଜି ସେବା ଆରମ୍ଭ ହୋଇଥିବା ବେଳେ ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ୩୦ରୁ ଅଧିକ ଗାଁର ଲୋକେ ମୋବାଇଲ ସେବାରୁ ବଞ୍ଚିତ । ଅଧିକ ପଢନ୍ତୁ

mobile tower problem
mobile tower problem
author img

By

Published : Mar 20, 2023, 2:33 PM IST

ମୋବାଇଲ ପଏଣ୍ଟ ଚିହ୍ନଟ ହେଲେ ମିଳୁଛି ନେଟୱାର୍କ

ଅନୁଗୋଳ: ଏବେକା ସମୟରେ ମୋବାଇଲ ଲୋକଙ୍କ ପାଇଁ ବିଳାସପୂର୍ଣ୍ଣ ସାମଗ୍ରୀ ନୁହେଁ, ବରଂ ଆବଶ୍ୟକତା ପାଲଟି ଯାଇଛି । ପାଖରେ ମୋବାଇଲ ନ ଥିଲେ ଜଣେ ଏକ ବିଚ୍ଛିନ୍ନାଞ୍ଚଳରେ ରହିବା ପରି ମନେ ହେଉଛି । କାରଣ ପ୍ରତିକ୍ଷେତ୍ରରେ ଏବେ ମୋବାଇଲ ନିହାତି ଆବଶ୍ୟକ । ବର୍ତ୍ତମାନ ସମୟରେ ମୋବାଇଲ ବିନା କୌଣସି କାମ କରିବା କଷ୍ଟକର ହୋଇ ପଡିଛି । ବିଭିନ୍ନ ସରକାରୀ ଯୋଜନା ହେଉ ଅବା ପିଲାଙ୍କ ପାଠ ପଢା ସବୁ କାମରେ ମୋବାଇଲର ଆବଶ୍ୟକତା ଜରୁରୀ ହୋଇ ପଡିଛି । ଏହାଛଡା ଆଜିର ଯୁବପିଢ଼ି ମୋବାଇଲ ବିନା ନିମିଷେ ରହି ପାରୁ ନାହାନ୍ତି। ଏଭଳି ସ୍ଥିତିରେ ଯେଉଁଠି ମୋବାଇଲ ସେବା ନାହିଁ ସେଠାରେ କିଭଳି ଅବସ୍ଥା ତାହା ସ୍ପଷ୍ଟ ଅନୁମେୟ । ଅନୁଗୋଳ ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ମଝିପଡା ଗାଁରେ ମୋବାଇଲ ସେବା ଟିକେ ପାଇବା ପାଇଁ କିଛି ଯୁବକଙ୍କ ଅଭିନବ ପ୍ରୟାସ ଏହାର ଜ୍ୱଳନ୍ତ ଉଦାହରଣ ।

ତେବେ ବର୍ତ୍ତମାନ ଦେଶରେ ମୋବାଇଲର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫ଜି ସେବା ଆରମ୍ଭ ହୋଇ ଯାଇଛି । କିନ୍ତୁ ଏବେବି ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠି ଆଦୌ ମୋବାଇଲ ସେବା ନାହିଁ । ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ୩୦ରୁ ଅଧିକ ଗାଁର ଲୋକେ ମୋବାଇଲ ସେବା କଣ ଜାଣନ୍ତି ନାହିଁ । ତେଣୁ ସେମାନେ ଅନେକ ସରକାରୀ ଯୋଜନା ସମ୍ପର୍କରେ ଜାଣି ପାରୁ ନାହାନ୍ତି । ପିଲାମାନେ ପାଠ ପଢିବାରେ ଅସୁବିଧା ହେଉଛି ।

ତେବେ ଏହିସବୁ ଗାଁ ଚାରିପଟେ ବିଭିନ୍ନ କମ୍ପାନୀର ମୋବାଇଲ ଟାୱାର ଥିବାରୁ କାଁଭାଁ କେଉଁଠି ଟିକେ ସିଗ୍ନାଲ ଆସୁଛି । କେଉଁଠି ପାହାଡ଼ ଉପରେ, ନଦୀ ପଠାରେ ତ ଆଉ କେଉଁଠି ଗଛ ଉପରେ ସାମାନ୍ୟ ମୋବାଇଲ ନେଟୱାର୍କ ରହୁଛି । ଗାଁ ଲୋକେ ସେଭଳି ସ୍ଥାନଗୁଡିକୁ ଚିହ୍ନଟ କରି ସେଠାରେ ମୋବାଇଲ ପଏଣ୍ଟ କରିଛନ୍ତି । ଏମିତି ଏକ ମୋବାଇଲ ପଏଣ୍ଟ ଦେଖିବାକୁ ମିଳିଛି ସାତକୋଶିଆ ଅଭୟାରଣ୍ୟ ଟିକରପଡା ରେଞ୍ଜର ଘଞ୍ଚ ଓ ଦୁର୍ଗମ ଅଞ୍ଚଳରେ ଥିବା ମଝିପଡା ଗାଁରେ । ଗାଁ ମୁଣ୍ଡରେ ଥିବା ନିର୍ଦିଷ୍ଟ ଗୋଟିଏ ସ୍ଥାନରେ ଏକ ଘରୋଇ କମ୍ପାନୀର ମୋବାଇଲ ସିଗ୍ନାଲ ରହୁଛି । ତେଣୁ ସେହି ସ୍ଥାନରେ ଗାଁର ଯୁବକମାନେ ଅଭିନବ ଉପାୟରେ ଏକ ମୋବାଇଲ ପଏଣ୍ଟ କରିଛନ୍ତି । ସେଠାରେ ସକାଳୁ ସଞ୍ଜ ଯାଏଁ ମୋବାଇଲ ଧରି ଯୁବକ ମାନେ ସମୟ ଅତିବାହିତ କରୁଛନ୍ତି ।

ଗାଁର ଯେଉଁ ସ୍ଥାନରେ ମୋବାଇଲ ନେଟୱାର୍କ ରହୁଛି ସେହି ସ୍ଥାନକୁ ଲୋକେ ଚିହ୍ନଟ କରିଛନ୍ତି । ହେଲେ ସେଠାରେ ଦୀର୍ଘ ସମୟ ଠିଆ ହୋଇ କଥା ହେବା କିମ୍ବା ମୋବାଇଲରେ ଅନ୍ୟ କାମ କରିବା କଷ୍ଟକର । ତେଣୁ ନିର୍ଦିଷ୍ଟ ସେହି ସ୍ଥାନରେ ବାଉଁଶରେ ଏକ ଛୋଟ ଖୋଲା ଘର କରିଛନ୍ତି । ଘର ଉପରେ ଟିଣ ଛପର ହୋଇଛି । ଭିତରେ ବସିବା ପାଇଁ ମଧ୍ୟ ବାଉଁସରେ ଟେବୁଲ ବ୍ୟବସ୍ଥା କରାଯାଇଛି । ଏହାଛଡା ମୋବାଇଲ ଫୋନ ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଫଳରେ ସେଠାରେ ଖରା ବର୍ଷା ସବୁ ସମୟରେ ବସି ମୋବାଇଲ ବ୍ୟବହାର କରି ପାରିବେ ।

ତେବେ ଏନେଇ କିଛି ଯୁବକ ନିଜ ଖର୍ଚ୍ଚ ଓ ପରିଶ୍ରମରେ ଏଭଳି ବ୍ୟବସ୍ଥା କରିଛନ୍ତି । ତେଣୁ ଗାଁର ଅଧିକାଂଶ ଲୋକ ଏହି ସୁବିଧା ପାଇ ପାରୁଛନ୍ତି । ସବୁ ସମୟରେ ସେଠାରେ ୫/୬ଜଣ ବସି ମୋବାଇଲ ବ୍ୟବହାର କରୁଛନ୍ତି । ମଝିପଡା ଗାଁ ଲୋକଙ୍କର ଏଭଳି ଉଦ୍ୟମ ଦେଖି ଆଖପାଖ ଅନ୍ୟ ଗାଁର ଯୁବକ ମାନେ ମଧ୍ୟ ନିଜ ପାଇଁ ମୋବାଇଲ ପଏଣ୍ଟ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି। ତେବେ ଏନେଇ ଅନୁଗୋଳ ଟେଲିଫୋନ ବିଭାଗ ଏସ୍ଡ଼ିଓ କହିଛନ୍ତି ସାତକୋଶିଆ ଭିତରେ ଥିବା ଗାଁ ଗୁଡିକୁ କିଭଳି ମୋବାଇଲ ସେବା ଯୋଗାଇ ଦିଆଯାଇ ପାରିବ ସେଥିପାଇଁ ଟାୱାର ନିର୍ମାଣ କରିବାର ଯୋଜନା ରହିଛି । ଏଥିସହ ସର୍ଭେ କାମ ସରିଥିବା ବେଳେ ଖୁବଶୀଘ୍ର ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।

ସାତକୋଶିଆ ଅଭୟାରଣ୍ୟ ବାସିନ୍ଦା ମୋବାଇଲ ସେବାକୁ ଚାତକ ପରି ଚାହିଁ ବସିଛନ୍ତି । କେବେ ସେ ଦିନ ଆସିବ ଯେଉଁ ଦିନ ମଝିପଡ଼ା ଗ୍ରାମବାସୀଙ୍କୁ ଆଉ ମୋବାଇଲ ପଏଣ୍ଟ ଖୋଜିବାକୁ ପଡିବ ନାହିଁ । ହେଲେ କେବେ ସେ ସମୟ ଆସୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.