ETV Bharat / state

ଅପହଞ୍ଚ ଇଲାକାରେ ପଡିଲା ବିଧାୟକଙ୍କ ପାଦ, ବୁଝିଲେ ଲୋକଙ୍କ ଦୁର୍ଦ୍ଦଶା - ତେନ୍ତୁଳିଖୋଲ ଗାଁକୁ ଗଲେ ବିଧାୟକ

ପ୍ରାୟ 5 କିମି ଉଚ୍ଚ ବିଶିଷ୍ଟ ପାହଡ ଉପରେ ରହିଛି ଅନୁଗୋଳ ଧରଡପାଳ ପଞ୍ଚାୟତରେ ତେନ୍ତୁଳିଖୋଲ ଗାଁ । ଏହି ଗାଁରେ ରହିଛି ବ୍ୟାପକ ସମସ୍ୟା । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ପ୍ରଥମଥର ପାଇଁ ଗାଁରେ ପାଦ ପକାଇଛନ୍ତି ସେଠାକାର ସ୍ଥାନୀୟ ବିଧାୟକ । ଅଧିକ ପଢନ୍ତୁ...

ଅପହଞ୍ଚ ଇଲାକାରେ ପଡିଲା ବିଧାୟକଙ୍କ ପାଦ, ବୁଝିଲେ ଲୋକଙ୍କ ଦୁର୍ଦ୍ଦଶା

author img

By

Published : Jan 24, 2021, 5:38 PM IST

ଅନୁଗୋଳ: ସ୍ବାଧୀନତାର ଦୀର୍ଘ ବର୍ଷ ପରେ ପ୍ରଥମଥର ପାଇଁ ଏକ ଅପହଞ୍ଚ ଇଲାକାରେ ପଡିଲା ବିଧାୟକଙ୍କ ପାଦ । ଗ୍ରାମରେ ଜନପ୍ରତିନଧିଙ୍କୁ ପାଇଁ ଖୁସିରେ ଫାଟିପଡିଲେ ଗାଁଲୋକ ଏବଂ ନୃତ୍ୟ, ସଙ୍ଗୀତ ଓ କୀର୍ତ୍ତନରେ ପାଛୋଟି ନେଲେ ବିଧାୟକଙ୍କୁ । ଏ ଦୃଶ୍ୟ ହେଉଛି ଅନୁଗୋଳ କିଶୋରନଗର ବ୍ଲକ ଧରଡପାଳ ପଞ୍ଚାୟତରେ ଅବସ୍ଥିତ ତେନ୍ତୁଳିଖୋଲ ଗାଁର ।

ଅପହଞ୍ଚ ଇଲାକାରେ ପଡିଲା ବିଧାୟକଙ୍କ ପାଦ, ବୁଝିଲେ ଲୋକଙ୍କ ଦୁର୍ଦ୍ଦଶା

ପ୍ରାୟ 5 କିମି ଉଚ୍ଚ ବିଶିଷ୍ଟ ପାହଡ ଉପରେ ରହିଛି ତେନ୍ତୁଳିଖୋଲ ଗାଁ । ଗାଁରେ ବସବାସ କରନ୍ତି 20ଟି ପରିବାର । ପଞ୍ଚାୟତ ମୁଖ୍ୟାଳୟ ଠାରୁ କିଛି ବାଟରେ ହିଁ ପଡେ ଏହି ଗାଁ । ପ୍ରାୟ 5 କିମି ସଂକୀର୍ଣ୍ଣ ରାସ୍ତାରେ ପାଦରେ ଚାଲି ଚାଲି ଯିବାକୁ ହୁଏ ଗାଁକୁ । ଏଠାରେ ସବୁଦିନିଆ ରାସ୍ତାଟିଏ ନାହିଁ । ମୋଟର ସାଇକେଲ ତ ଦୂରର କଥା ସାଇକେଲରେ ମଧ୍ୟ ଯାଇ ହୁଏନି ତେନ୍ତୁଳିଖୋଲ ଗାଁକୁ । ସେଥିପାଇଁ ଏହି ଦୁର୍ଗମ ଅଞ୍ଚଳକୁ କେହି କେବେ ଯିବାକୁ ଇଚ୍ଛା କରିନଥାନ୍ତି । ଗାଁ ଲୋକ କେହି ବାହରକୁ ଗଲେ କିମ୍ବା ପିଲାମାନେ ପାଠ ପଢିବାକୁ ସ୍କୁଲ କଲେଜ ଗଲେ ପାହାଡ ଉପରୁ 5 କିମି ବାଟ ଚାଲି ଚାଲି ଯିବାଆସିବା କରନ୍ତି । ତେଣୁ ଗାଁଟି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ତଥାପି ଏଠାକାର ଲୋକେ ନିଜ ଭାଗ୍ୟକୁ ଆଦରି ଭିଟାମାଟିରେ ପଡି ରହିଛନ୍ତି । ମାତ୍ର ଦୀର୍ଘ ଦିନ ପରେ ରବିବାର ପ୍ରଥମ ଥର ପାଇଁ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ସାଏ ଗାଁରେ ପାଦ ଦେଇଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ତରଙ୍ଗ ଖେଳିଯାଇଛି ଏବଂ ସେମାନଙ୍କ ମନରେ ଏକ ଆଶାର କିରଣ ଉଙ୍କି ମାରିଛି ।

ତେନ୍ତୁଳିଖୋଲ ଗାଁରେ ଅନେକ ସମସ୍ୟା ରହିଛି । ପାହାଡ଼ ଉପରେ ଥିବା ଏକମାତ୍ର ଖୋଲା କୂଅ ହିଁ ସେମାନଙ୍କ ଜୀବନ ବିନ୍ଦୁ। ଗାଁରେ ସ୍କୁଲ ନାହିଁ। ଛୋଟ ଛୋଟ ପିଲାମାନେ ଚାଲି ଚାଲି ୫ କିମି ତଳକୁ ଆସିବା ପରେ ସେଠାରୁ ପୁଣି ୧୦ କିମି ନତଦା ଏବଂ ସଂଜାମୁରା ସ୍କୁଲକୁ ଯିବାକୁ ପଡୁଛି। ଫଳରେ ଅନେକ ପିଲା ପାଠ କଣ ଜାଣନ୍ତି ନାହିଁ। ପାହାଡ଼ ତଳେ ଥିବା ଚାଷ ଜମିରେ ଉତ୍ପନ୍ନ କରୁଥିବା ଫସଲ ମଧ୍ୟ ଗାଁକୁ ନେଇ ହୁଏ ନାହିଁ । ଏଭଳି ଅନେକ ସମସ୍ୟା ଥିଲେ ମଧ୍ୟ ସବୁଦିନିଆ ରାସ୍ତା ସେମାନଙ୍କର ମୁଖ୍ୟ ସମସ୍ୟା । ତେଣୁ ଗ୍ରାମବାସୀ ବହୁ ଦିନରୁ ବିଧାୟକଙ୍କୁ ଗାଁକୁ ନିମନ୍ତ୍ରଣ କରି ସମସ୍ୟାର ସମାଧାନ ପାଇଁ ଗୁହାରି କରିବାକୁ ଚାହୁଁଥିଲେ। ତେବେ ଶେଷରେ ବିଧାୟକ ସେମାନଙ୍କ ଆଶା ପୂରଣ କରିଛନ୍ତି। ଗ୍ରାମବାସୀଙ୍କ ଅନୁରୋଧ ରକ୍ଷାକରି ବିଧାୟକ ନିଜେ ପାଦରେ ଚାଲି, ପାହାଡ଼ ଚଢି ଗାଁ ମାଟିର ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି ଗ୍ରାମବାସୀ । ନୃତ୍ୟ, ସଙ୍ଗୀତ ଓ ସଂକୀର୍ତ୍ତନରେ ତାଙ୍କୁ ପାଛୋଟି ନେଇଛନ୍ତି ଏବଂ ଗାଁରେ ଏକ ସଭା ମଧ୍ୟ ଆୟୋଜନ କରିଛନ୍ତି । ସେହିପରି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଦୂର କରିବାକୁ ବିଧାୟକ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.