ETV Bharat / state

ତୁଟିଲା ତାଳଚେର ମେଡିକାଲ କେଲେଜ ବିବାଦ, ରାଜ୍ୟ ସରକାର ଚଳାଇବେ ମେଡିକାଲ - ତାଳଚେର ଏମସିଏଲ ମେଡ଼ିକାଲ କଲେଜ ଚଲାଇବେ ରାଜ୍ୟ

ତାଳଚେରରେ ଏମସିଏଲ(MCL) ଦ୍ବାରା ନିର୍ମାଣ ହୋଇଥିବା ମେଡ଼ିକାଲ କଲେଜକୁ ଚଲାଇବେ ରାଜ୍ୟ ସରକାର । ଆଜି (ଗୁରୁବାର) ଏନେଇ ସ୍ପଷ୍ଟ କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ । ଅଧିକ ପଢନ୍ତୁ

ତୁଟିଲା ତାଳଚେର ମେଡିକାଲ କେଲେଜ ବିବାଦ
ତୁଟିଲା ତାଳଚେର ମେଡିକାଲ କେଲେଜ ବିବାଦ
author img

By

Published : May 12, 2022, 7:56 PM IST

ଅନୁଗୋଳ: ତାଳଚେରରେ ଏମସିଏଲ(MCL) ଦ୍ବାରା ନିର୍ମାଣ ହୋଇଥିବା ମେଡ଼ିକାଲ କଲେଜକୁ ଚଲାଇବେ ରାଜ୍ୟ ସରକାର । ଆଜି (ଗୁରୁବାର) ଏନେଇ ସ୍ପଷ୍ଟ କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ । ତାଳଚେର ମେଡ଼ିକାଲ କଲେଜ ଚଳାଇବାକୁ ନେଇ ଯେଉଁ ଦ୍ଵନ୍ଦ ରହିଥିଲା ତାହା ଦୂର ହୋଇଛି ।

ତୁଟିଲା ତାଳଚେର ମେଡିକାଲ କେଲେଜ ବିବାଦ

ଖୁବ ଶୀଘ୍ର ତାଳଚେର ମେଡ଼ିକାଲ କଲେଜର ପରିଚାଳନା ଦାୟିତ୍ବ ରାଜ୍ୟ ସରକାର ହାତକୁ ନେବେ । ଏଥିପାଇଁ ଆବଶ୍ୟକ ଅର୍ଥ ଏମସିଏଲ କର୍ତ୍ତୃପକ୍ଷ ଯୋଗାଇ ଦେବେ । ରାଜ୍ୟ ସରକାର ଏବଂ ଏମସିଏଲ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି ।

ତେଣୁ ଅନୁଗୁଳ ଜିଲ୍ଲାବାସୀ ଓ ତାଳଚେରବାସୀଙ୍କର ଦୀର୍ଘ ଦିନର ଆଶା ପୂରଣ ହେବାକୁ ଯାଉଛି ବୋଲି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ ୯ତାରିଖ ସେ ନିଜେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ବୋଲି ବିଧାୟକ ପ୍ରଧାନ କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏମସିଏଲ କର୍ତ୍ତୃପକ୍ଷଙ୍କୁ ମେଡ଼ିକାଲ କଲେଜ ପରିଚାଳନା ସମ୍ପର୍କରେ ଜଣାଇ ଦିଆଯାଇଛି ।

ଏବେ ଖାଲି ଏମସିଏଲର ଚିଠିକୁ ଅପେକ୍ଷା କରାଯାଇଛି ବୋଲି ସେ କହିଛନ୍ତି । ଏହା ଭିତରେ କୋଲ ଇଣ୍ଡିଆ ଅଧ୍ୟକ୍ଷ ଏବଂ ଏମସିଏଲ ସିଏମଡି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଏମସିଏଲ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ରାଜି ହୋଇଛି ।

ଅନ୍ୟପଟେ ଏମସିଏଲ ଠାରୁ ପତ୍ର ପାଇବା ପରେ ଖୁବଶୀଘ୍ର ରାଜ୍ୟ ସରକାର ମେଡ଼ିକାଲ କଲେଜ ପରିଚାଳନା ଭାର ନିଜ ହାତକୁ ନେବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିବା କଥା ବିଧାୟକ କହିଛନ୍ତି । ସରକାରୀ ସ୍ତରରେ ଏହି ନିଷ୍ପତ୍ତି ହୋଇ ସାରିଛି । ଆଉ ମାତ୍ର ଅଳ୍ପ ଦିନ ଭିତରେ ତାଳଚେର ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.