ଅନୁଗୋଳ: ଏକ ତରଫା ପ୍ରେମରୁ ନିର୍ମମ ହତ୍ୟାକାଣ୍ଡ । ନାବାଳିକାର ଗଳାକାଟି ହତ୍ୟା କଲା ପ୍ରେମିକ । ଘରେ ପଶି ଧାରୁଆ ଅସ୍ତ୍ରରେ ଗଳାକିଟି ଦୁର୍ବୃତ୍ତ ପ୍ରେମିକ ଫେରାର । ଅନୁଗୋଳର ସଦର ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ସଦର ଥାନା କୁଇଓ ଜାମୁନାଳୀ ଗାଁରେ ଜଣେ ଅଷ୍ଟମ ଶ୍ରେଣୀରେ ପଡୁଥିବା ନାବାଳିକାର ଘରେ ପଶି ତାକୁ ହତ୍ୟା କରାଯାଇଛି । ପରିବାର ଲୋକେ ଝିଅକୁ ଏକ ତରଫା ଭଲ ପାଉଥିବା ତାର ପ୍ରେମିକ ଏପରି ଜଘନ୍ୟକାଣ୍ଡ ଘଟାଇଥିବା ଅଭିଯୋଗ ଆଣିଛନ୍ତି ।
ଏହା ବି ପଢ଼ନ୍ତୁ Cyclone Mocha Update: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ନାବାଳିକା ଜଣକ ଘରେ ଥିବା ବେଳେ କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ରଞ୍ଜନ ବେହେରା ନାମକ ଜଣେ ଯୁବକ ତାଙ୍କ ଘରେ ପଶି ଝିଅକୁ ନିର୍ମମ ଭାବେ ହତ୍ୟା କରିଛି । ଏହାପରେ ଗାଁ ଛାଡି ଫେରାର ହୋଇଯାଇଛି । ପରିବାର ଲୋକେ ତୁରନ୍ତ ନାବାଳିକାକୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ବି ପଢ଼ନ୍ତୁ Shooting in US: ମୃତକଙ୍କ ମଧ୍ୟରେ ହାଇଦ୍ରାବାଦର ମହିଳା, ପ୍ରାଣ ହରାଇଥିଲେ 9 ଜଣ
ଝିଅର ବାପାଙ୍କ କହିବା ଅନୁଯାୟୀ, "ସାନଝିଅ ଅନୁଗୋଳ ସରସ୍ଵତୀ ଶିଶୁ ମନ୍ଦିରର ଅଷ୍ଟମ ଶ୍ରେଣୀରେ ପଡୁଥିଲା । ରଞ୍ଜନ ଗାଡି ଡ୍ରାଇଭର ଭାବେ କାମ କରୁଥିବା ବେଳେ ଝିଅ ସହ ତାର ଦେଖା ହୋଇଥିଲା । ଯାହା ପରେ ରଞ୍ଜନ ଏକ ତରଫା ଭଲ ପାଇଥିଲା । ଘଟଣା ବାବଦରେ ଜାଣିବା ପରେ ଝିଅକୁ ତାଗିଦ କରିଥିଲୁ । ଏହାପରେ ଝିଅର ଫୋନ ନମ୍ବର ମଧ୍ୟ ଚେଞ୍ଜ କରି ଦେଇଥିଲୁ । ଝିଅ ସହ ଆଉ ରଞ୍ଜନର କଛି ଯୋଗାଯୋଗ ହୋଇ ନଥିଲା । ଘଟଣା ନେଇ ରଞ୍ଜନକୁ ମଧ୍ୟ ଆମେ ତାଗିଦ କରିଥିଲୁ । ଯାହାକୁ ନେଇ ସେ ଝିଅକୁ ହତ୍ୟା କରିଛି ।"
ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ ଅରମ୍ଭ କରିଛି । ତେବେ ଏପରି ଘଟଣାକୁ ଗାଁରେ ଦୁଃଖର ବାଦଲ ଖେଳିଯାଇଛି । ଅଭିଯୁକ୍ତକୁ ଉପଯୁକ୍ତ ଶାସ୍ତି ଦେବାକୁ ପରିବାର ଲୋକଙ୍କ ସହ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ।
ଇଟିଭି ଭାରତ, ଅନୁଗୋଳ