ETV Bharat / state

ଚାଷୀଙ୍କୁ ଶୋଷୁଛନ୍ତି ମିଲର, ଶୋଇଛନ୍ତି ସରକାର - miller raj seen in anugul

ଚାଷୀଙ୍କ ଦୁଃଖର ଅନ୍ତ ଘଟୁନି। କେବେ ସରକାର ତ କେବେ ମିଲର ପୁଣି କେବେ ମହାଜନ। ମାଟି ସହ ମାଟି ହୋଇ ସୁନା ଫଳାଇଥିବା ଚାଷୀକୁ ଏବେ ଲୁଟୁଛନ୍ତି ସରକାର ଓ ମିଲର। ଅଧିକ ପଢନ୍ତୁ...

PHOTO
ଅନୁଗୋଳରେ ମିଲର ରାଜ
author img

By

Published : Jan 1, 2020, 10:43 PM IST

ଅନୁଗୋଳ: ଧାନ କିଣା ନାଁରେ ଚାଷୀଙ୍କୁ ଶୋଷଣ ଅଭିଯାଗ। କୁଇଣ୍ଟାଲ ପିଛା ଚାଷୀ ଧାନରୁ 3 କେଜି କଟା ଯାଉଥିବା ସହ ଚାଷୀ ଆଣୁଥିବା ଅଖା ଫେରସ୍ତ କରାଯାଉନାହିଁ। ବାହାର ବଜାରରୁ ଚଢାଦରରେ ଚାଷୀ ଅଖା କିଣି ଧାନ ଆଣୁ ଥିବାବେଳେ ମିଲର କିନ୍ତୁ ସେ ବାବଦକୁ ଟଙ୍କା ଦେଉନାହିଁ। ଫଳରେ ସରକାରୀ ଧାନ ମଣ୍ଡିକୁ ଧାନ ବିକିବାକୁ ଆସି ଠକାମିର ଶିକାର ହେଉଛି ଚାଷୀ। ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲାରୁ।

ଚାଲିଛି ଧାନକିଣା । ସରକାର ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ମଣ୍ଡି ଖୋଲିଛନ୍ତି । ଏବେ ଏହି ମଣ୍ଡିକୁ ଧାନ ବିକିବାକୁ ଆସି ଠକାମିର ଶିକାର ହେଉଛି ଚାଷୀ । ଏଭଳି ଅଭିଯାଗ ଆସିଛି ଅନୁଗୋଳ ବ୍ଲକର ବେଡା ଶାସନ ସମବାୟ ସମିତି ବିରୋଧରେ। ଏଠାରେ ଧାନ କୁଇଣ୍ଟାଲ ପିଛା 3 କେଜି ଲେଖାଏଁ କାଟି ଦିଆଯାଇଛି। ଖାଲି ସେତିକି ନୁହେଁ ଚାଷୀ ଧାନ ଧରି ଆସୁ ଥିବା ଅଖାକୁ ଆଉ ଫେରସ୍ତ ଦିଆ ଯାଉନାହିଁ। ସେପଟେ ମଣ୍ଡିରେ ଧାନ ବିକିବା ପାଇଁ ଚାଷୀ ଆଣୁ ଥିବା ଅଖା ବଜାରରୁ ଛଡା ଦରରେ କିଣୁଛି। ଫଳରେ ସରକାରଙ୍କ ଧାନ ମଣ୍ଡିକୁ ଆସି ଏବେ ଚାଷୀ ଠକାମୀର ଶିକାର ହେଉଥିବା ଅଭିଯାଗ କରିଛନ୍ତି।

ସରକାରୀ ନିୟମକୁ ଫୁ’ ଚାଷୀ ହେଉଛନ୍ତି ଶୋଷଣର ଶୀକାର

ଅନ୍ୟପଟେ ଅନେକ ଚାଷୀ ମଧ୍ୟ ସରକାରୀ ମଣ୍ଡିରେ ଧାନ ବିକିବା ପାଇଁ ଅନେକ ବାରମ୍ବାର ପଞ୍ଜିକୃତ କରିଥିଲେ ବି ସେମାନଙ୍କ ନାଁ ପଞ୍ଜିକରଣ ଚିଠାରୁ ବାଦ ପଡିଛି । ଫଳରେ ଏବେ ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ। ଜିଲାରେ ମୋଟ 94ଟି ମଣ୍ଡିରେ ଚାଲିଛି ଧାନ କିଣା। ଜିଲାର 6 ଜଣ ମିଲର ଧାନ କିଣୁଛନ୍ତି । ସେମାନେ ଚାଷୀଙ୍କ ଠାରୁ ପ୍ରାୟ 16ରୁ 17 ଲକ୍ଷ କ୍ବିଣ୍ଟାଲ ଧାନ କିଣିବେ।

ଚାଷୀଙ୍କ ଧାନ କଟା ଯିବା ଓ ଅଖା ଫେରସ୍ତ ନଦେବା ନେଇ ସେଭଳି କୌଣସି ସରକାରୀ ନିୟମ ନାହିଁ। ଏନେଇ ସହକାରୀ ନିବନ୍ଧକଙ୍କ କହିବା କଥା ଯେଉଁଠି ନିୟମରେ ଖିଲାପ ହେଉଛି ତାହାର ତଦାରଖ କରାଯିବ। ଚାଷୀ କିଭଳି ଉଚିତ ମୂଲ୍ୟ ପାଇବେ ସେ ନେଇ ମଧ୍ୟ ପଦକ୍ଷେପ ନିଆଯିବ। କେଉଁଠି ଧାନ କିଣାକୁ ନେଇ ଚାଷୀକୁ ଟୋକନ ମିଳୁନି ତ, ପୁଣି ଧାନ ବିକି ଆସୁଥିବା ଚାଷୀ ମିଲରଙ୍କ ଶୋଷଣର ଶିକାର ହେଉଛି। କେବେ ଚାଷୀର ସମସ୍ୟାର ସମାଧାନ ହେଉଛି ତାହାକୁ ଅପେକ୍ଷା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଧାନ କିଣା ନାଁ ରେ ଚାଷୀ ଙ୍କୁ ଶୋଷଣ ର ଅଭିଯାଗ । କୁଇଣ୍ଟାଲ ପିଛା ଚାଷୀ ର ଧାନରୁ 3 କେଜି କଟା ଯାଉଥିବା ସହ ଚାଷୀ ଆଣୁଥିବା ଅଖା ଫେରସ୍ଥ ଦିଆହେଉ ନାହିଁ । ବାହାର ବଜାର ରୁ ଚଡାଦରରେ ଚାଷୀ ଅଖା କିଣି ଧାନ ଆଣୁ ଥିବା ବେଳେ ମିଲର କିନ୍ତୁ ସେ ବାବଦକୁ ଟଙ୍କା ଦେଉନାହିଁ । ଫଳରେ ସରକାରୀ ଧାନ ମଣ୍ଡି କୁ ଧାନ ବିକିବାକୁ ଆସି ଠକାମୀ ର ଶିକାର ହେଉଛି ଚାଷୀ । ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲାରୁ । Body:ଚାଲିଛି ଧାନ କିଣି । ସରକାର ଚାଷୀ ଙ୍କ ଠାରୁ ଧାନ କିଣିବା ପାଇଁ ମଣ୍ଡି ଖୋଲିଛନ୍ତି।ଏବେ ଏହି ମଣ୍ଡି କୁ ଧାନ ବିକିବାକୁ ଆସି ଠକାମୀ ର ଶିକାର ହେଉଛି ଚାଷୀ । ଏଭଳି ଅଭିଯାଗ ଆସିଛୀ ଅନୁଗୋଳ ବ୍ଲକ ର ବେଡା ଶାସନ ସମବାୟ ସମିତି ବିରୁଦ୍ଧରେ ।ଏଠାରେ ଖୋଲା ଯାଇଥିବା ମାଣ୍ଡୀ କୁ ଧାନ ବିକି ଆସୁଥିବା ଚାଷୀ ହେଉଛନ୍ତି ଶୋଷଣ ର ଶିକାର । ମଣ୍ଡି ରେ ଚାଷୀ ର ଧାନ ରୁ କୁଇଣ୍ଟାଲ ପିଛା 3 କେଜି ଲେଖାଏଁ କାଟି ଦିଆଯାଇଛି। ଖାଲି ସେତିକି ନୁହଁ ଚାଷୀ ଧାନ ଧରି ଆସୁ ଥିବା ଅଖା କୁ ଆଉ ଫେରସ୍ଥ ଦିଆ ଯାଉ ନାହିଁ । ସେପଟେ ମଣ୍ଡିରେ ଧାନ ବିକିବା ପାଇଁ ଚାଷୀ ଆଣୂ ଥିବା ଅଖା ବଜାର ରୁ ଛଡା ଦର ରେ କିଣୁଛି । ଫଳରେ ସରକାର ଙ୍କ ଧାନ ମଣ୍ଡି କୁ ଆସି ଏବେ ଚାଷୀ ଠକାମୀ ର ଶିକାର ହେଉଥିବା ଅଭିଯାଗ କରିଛନ୍ତି ।
Byte - 1 ସୁବାଶ ଚନ୍ଦ୍ର ସାହୁ , ଚାଷୀ
Byte - 2 ସୁକାନ୍ତି ସାହୁ , ଚାଷୀ
Vo – 2
ଅନ୍ୟପତେ ଅନେକ ମଧ୍ୟ ସରକାରୀ ମଣ୍ଡି ରେ ଧାନ ବିକିବା ପାଇଁ ଅନେକ ଥର ପଞ୍ଜିକୃତ କରାଇଥିଲେ ବି ସେମାନଙ୍କ ନା ପଞ୍ଜି କରଣ ଚିଠା ରୁ ବାଦ ପଡିଛି। ଫଳରେ ଏବେ ସରକାରୀ ବଦଳରେ ଅଭାବି ବିକ୍ରି ର ଶିକାର ହେଉଛି ଚାଷୀ । ସୂଚନା ଅନୁସାରେ ଜିଲା ରେ 94 ଟି ମଣ୍ଡି ରେ ଚାଲିଛି ଧାନ କିଣା । ଜିଲା ରେ ଥିବା ଛଅ ଟି ମିଲର ଏହି ଧାନ କିଣୁଛନ୍ତି । ସେମାନେ ପ୍ରାୟ ଚାଷୀ ଙ୍କ ଠାରୁ 16 ରୁ 17 ଲକ୍ଷ କୁଆଇଣ୍ଟାଲ କିଣିବେ । ତେବେ ଚାଷୀ ଙ୍କ ଧାନ କଟା ଯିବା ଓ ଆଖା ଫେରସ୍ଥ ନ ଦେବା ନେଇ ସେଭଳି କୌଣସି ସରକାରୀ ନିୟମ ନାହିଁ । ଏନେଇ ସହକାରୀ ନିବନ୍ଧକ ଙ୍କ କହିବା କଥା ଯେଉଁଟି ନିୟମ ରେ ଖିଲାପ ହେଉଛି ତା ର ତଦାରଖ କରାଯିବ । ଚାଷୀ କିଭଳି ଉଚିତ ମୂଲ୍ୟ ପାଇବ ସେ ନେଇ ମଧ୍ୟ ପଦକ୍ଷେପ ନିଆଯିବ ।
Byte – 3 ଅହଲ୍ୟା ପ୍ରଧାନ, ଚାଷୀ
Byte – 4 ସଂଗ୍ରାମ କେଶରୀ ରାଉତ ,ଏଆରସିସି ଅନୁଗୋଳ
Conclusion:କେଉଁଠି ଧାନ କିଣା କୁ ନେଇ ଚାଷୀ କୁ ଟୁକନ ମିଲୁନି ତ ପୁଣି ଧାନ ବିକି ଆସୁଥିବା ଚାଷୀ ମିଲର ମାନକ ଶୋଷଣ ର ଶିକାର ହେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.