ETV Bharat / state

ସିଲେଇ ଦିଦିଙ୍କୁ ସଲାମ, 60 ଗରିବ ଯୁବତୀଙ୍କୁ କରିଛନ୍ତି ସ୍ବାବଲମ୍ବୀ - ଶଙ୍ଖପୁର

ଅନୁଗୋଳ ଜିଲ୍ଲା ଶଙ୍ଖପୁର ଗାଁର ବାସିନ୍ଦା ଜ୍ୟୋତ୍ସ୍ନାରାଣୀ ସାହୁ ନିଜ ଉଦ୍ୟମରେ 60ରୁ ଅଧିକ ଗରିବ ଯୁବତୀଙ୍କୁ ସ୍ବାବଲମ୍ବୀ କରାଇବାରେ ସକ୍ଷମ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ
author img

By

Published : Jun 9, 2019, 10:55 PM IST

Updated : Jun 10, 2019, 2:58 PM IST

ଅନୁଗୋଳ: ନିଜେ ନିଜ ଗୋଡରେ ଠିଆହେବା ସହ ଅନ୍ୟକୁ ଆତ୍ମନିର୍ଭରଶୀଳ ହେବାର ପ୍ରୟାସ କରନ୍ତି ସେ । ଯାହା ତାଙ୍କୁ ପ୍ରଦାନ କରିଥାଏ ଅସୁମାରୀ ଆନନ୍ଦ। ଆଖପାଖ ଗାଁର 60ରୁ ଅଧିକ ଗରିବ ଯୁବତୀଙ୍କୁ ସ୍ବାବଲମ୍ବୀ କରାଇବାରେ ସଫଳ ହୋଇ ପାରିଛନ୍ତି । ତାଙ୍କୁ ଅନେକ ଦିଦି ବୋଲି ସମ୍ବୋଧନ କରନ୍ତି । ଅଞ୍ଚଳବାସୀଙ୍କ ପାଇଁ ଦିଦି ପାଲଟିଥିବା ମହିଳା ହେଉଛନ୍ତି ଶଙ୍ଖପୁର ଗାଁର ଜ୍ୟୋତ୍ସ୍ନାରାଣୀ ସାହୁ । ଦୀର୍ଘ 10 ବର୍ଷ ଧରି ନିଜ ଉଦ୍ୟମରେ ଗରିବ ଯୁବତୀମାନଙ୍କୁ ସିଲାଇ ଶିକ୍ଷା ଦେଇ ଆସୁଛନ୍ତି । ଯାହା ଯୁବତୀମାନଙ୍କୁ ସ୍ବାବଲମ୍ବୀ କରାଇପାରିଛି ଓ ସେମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣି ପାରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

ଜ୍ୟୋତ୍ସ୍ନାରାଣୀଙ୍କ ଅନ୍ୟକୁ ଆତ୍ମନିର୍ଭରଶୀଳ କରାଇବାର ନିଶା ଆଗରେ ତାଙ୍କର ଆର୍ଥିକ ଅକ୍ଷମତା ହାର ମାନିଛି । ଗତ କିଛି ବର୍ଷ ପୂର୍ବେ ତିତିଲି ବାତ୍ୟାରେ ସିଲେଇ କେନ୍ଦ୍ରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଫଳରେ କେନ୍ଦ୍ରକୁ କିଛି ଦିନ ବନ୍ଦ କରିବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ଧାର କରଜ କରି ପୁଣି ଆରମ୍ଭ କରିବାରେ ସକ୍ଷମ ହେଲେ । ଏବେ ପୂର୍ବ ଭଳି ସିଲେଇ କେନ୍ଦ୍ର ଚାଲିଥିବା ବେଳେ 10ରୁ ଅଧିକ ଯୁବତୀ ତାଲିମ ନେଉଛନ୍ତି । ଏମାନଙ୍କ ପରେ ପୁଣି କିଛି ଯୁବତୀଙ୍କୁ ଆଣି ସିଲେଇ ଶିକ୍ଷା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ଜ୍ୟୋତ୍ସ୍ନାରାଣୀ । ତାଙ୍କର ଏହି କାମ ପାଇଁ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଅଞ୍ଚଳର ଗରିବ ଯୁବତୀମାନଙ୍କ ପାଇଁ ସରକାର ଯାହା କରି ପାରିଲେ ନାହିଁ ଦିଦି ତାହା କରି ଦେଖାଇଛନ୍ତି ।

ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳର ଶଙ୍ଖପୁର ଗାଁର ବାସିନ୍ଦା ଜ୍ୟୋତ୍ସ୍ନାରାଣୀ ସାହୁ । ସ୍ବାମୀ ବିଜୟ କୁମାର ଦାସ ଓ ଛୋଟ ଝିଅକୁ ନେଇ ତାଙ୍କର ଛୋଟ ସଂସାର । ପ୍ରାୟ 12 ବର୍ଷ ପୂର୍ବେ ତାଙ୍କର 7 ବର୍ଷର ପୁଅ କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ଏହାପରେ ଉଭୟ ଜ୍ୟୋତ୍ସ୍ନା ଓ ବିଜୟ ବେଶ ଭାଙ୍ଗି ପଡ଼ିଲେ । ସମାଜ ମଙ୍ଗଳ କାମ କରିବେ ମନେ ମନେ ସ୍ଥିର କଲେ । କିଛି ଅର୍ଥ ଯୋଗାଡ଼ କରି ବନ୍ତଳା ଛକରେ ଏକ ସିଲେଇ କେନ୍ଦ୍ର ଖୋଲିଲେ । ଗାଁ ଗାଁ ବୁଲି ପ୍ରତ୍ୟେକ ଗାଁରୁ ଅତି କମ୍‌ରେ 5ଜଣ ଗରିବ ଯୁବତୀଙ୍କୁ ଘରୁ ଡ଼ାକି ଆଣି ମାଗଣାରେ ସିଲେଇ ଶିକ୍ଷା ଦେଲେ । ସେମାନଙ୍କୁ ସବୁ ପ୍ରକାର କଟିଂ ଓ ଷ୍ଟିଚିଂ ଶିକ୍ଷା ଦେଲେ । ଏନେକ ଯୁବତୀ ଏହି କେନ୍ଦ୍ରରୁ ସିଲେଇ ଶିକ୍ଷା ସାରି ଗଲେ । 50ରୁ ଅଧିକ ଯୁବତୀ ଏବେ ନିଜେ ସିଲେଇ ମେସିନ କିଣି ନିଜ ନିଜ ଘରେ ସିଲେଇ କରୁଛନ୍ତି ଓ ନିଜେ ରୋଜଗାର କରି ପାରୁଛନ୍ତି । ଜ୍ୟୋତ୍ସ୍ନାଙ୍କ ଦ୍ବାରା 60ରୁ ଅଧିକ ଯୁବତୀ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ଆଗକୁ ମଧ୍ୟ ଜ୍ୟୋତ୍ସ୍ନାରାଣୀ ତାଙ୍କର ଏଭଳି ପ୍ରୟାସ ଜାରି ରଖିବାକୁ ସ୍ଥିର କରିଥିବା ପ୍ରକାଶ କରିଛନ୍ତି ।

ସରକାର ମହିଳା ସଶକ୍ତିକରଣ କଥା କହୁଛନ୍ତି । ସବୁ କ୍ଷେତ୍ରରେ ମହିଳା ମାନଙ୍କୁ ସୁଯୋଗ ଦେବା ତଥା ମହିଳାଙ୍କ ବିକାଶ ନାରା ଦେଉଛନ୍ତି । କିନ୍ତୁ ଗାଁ ଗହଳିରେ ଥିବା ଅର୍ଦ୍ଧ ଶିକ୍ଷିତ ଗରିବ ଯୁବତୀ ମାନଙ୍କ ଅବସ୍ଥାରେ କୈାଣସି ପରିବର୍ତ୍ତନ ହେଉ ନାହିଁ । ଜ୍ୟୋତ୍ସ୍ନାରାଣୀ ଗରିବ ଯୁବତୀଙ୍କ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା ଉତ୍ସ ହୋଇରହିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

Intro:Body:Conclusion:
Last Updated : Jun 10, 2019, 2:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.