ETV Bharat / state

11ତମ RPDSC ବୈଠକ ଅନୁଷ୍ଠିତ, ବାସହରାଙ୍କୁ କ୍ଷତିପୂରଣ ଓ ନିଯୁକ୍ତି ଉପରେ ଗୁରୁତ୍ବ - anugul news

ଉତ୍ତରାଞ୍ଚଳ ଆରଡିସି ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏମସିଏଲର 11ତମ ଆରପିଡିଏସି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୋଇଲା ଖଣି ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ କରାଯାଇଥିଲା ଆଲୋଚନା ।

od_ang_MCL 11th RPDSC meeting
11ତମ ଆରପିଡିଏସି ବୈଠକ ଅନୁଷ୍ଠିତ, ବାସହରାଙ୍କ କ୍ଷତିପୂରଣ ଓ ନିଯୁକ୍ତି ଉପରେ ଗୁରୁତ୍ବ
author img

By

Published : Feb 13, 2020, 10:57 PM IST

ଅନୁଗୋଳ: ଏମସିଏଲର 11ତମ ଆରପିଡିଏସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍ତରାଞ୍ଚଳ ଆରଡିସି ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋଇଲା ଖଣି ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

11ତମ ଆରପିଡିଏସି ବୈଠକ ଅନୁଷ୍ଠିତ, ବାସହରାଙ୍କ କ୍ଷତିପୂରଣ ଓ ନିଯୁକ୍ତି ଉପରେ ଗୁରୁତ୍ବ

ଭୂତଳ କୋଇଲା ଖଣି ଗୁଡିକରୁ କୋଇଲା ଶେଷ ହେବା ପରେ ସଠିକ ଭାବରେ ବାଲି ଫିଲିଂ କରାଯାଉନଥିବାରୁ ଅନେକ ସମୟରେ ତାଳଚେର ଅଞ୍ଚଳରେ ଭୁଇଁ ଦବୁଛି । ତେଣୁ ତୁରନ୍ତ ବାଲି ଫିଲିଂ କରାଯିବା ଉପରେ ଆରଡିସି ଗୁରୁତ୍ବ ଦେଇଥିଲେ । ଏହାଛଡା କୋଇଲା ଖଣି ଯୋଗୁଁ ଭିଟାମାଟି ହରାଇଥିବା କ୍ଷତିଗ୍ରସ୍ତ ଲୋକଙ୍କୁ କିଭଳି ସଠିକ ସମୟରେ କ୍ଷତିପୂରଣ ଏବଂ ନିଯୁକ୍ତି ମିଳିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏମସିଏଲକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ନୂତନ ଖଣି ପାଇଁ ଜମି ଅଧିଗ୍ରହଣ ହେବାର 3 ମାସ ମଧ୍ୟରେ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ କ୍ଷତିପୂରଣ ଅର୍ଥ ଏବଂ ନିଯୁକ୍ତି ଦେବାକୁ ମଧ୍ୟ ଏମସିଏଲକୁ ନିର୍ଦ୍ଦେଶ ଦିଆଯାଇଥିଲା । ସରକାରଙ୍କ ଜମି ଅଧିଗ୍ରହଣ ଅଧିନିୟମ 2006କୁ ତୁରନ୍ତ କାର୍ଯ୍ୟକାରୀ କରିବା ନେଇ ବୈଠକରେ ତାଳଚେର ବିଧାୟକ ଦାବି ଉପସ୍ଥାପନ କରିଥିଲେ । ତେଣୁ ଏସମସ୍ତ ବିଷୟ ବସ୍ତୁ ଉପରେ ଗୁରୁବାର ଆୟୋଜିତ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

ଉକ୍ତ ବୈଠକରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ଢେଙ୍କାନାଳ ଏମପି ମହେଶ ସାହୁ, ସମ୍ବଲପୁର ଏମପି ନୀତିଶ ଗଙ୍ଗଦେଓ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଓ ଏମସିଏଲ ସିଏମଡି ଭୋଳନାଥ ଶୁକ୍ଳାଙ୍କ ସମେତ ବହୁ ଏଏମସିଲଏଲ ଅଧିକାରୀ ଉପସ୍ଥିତ ଥିଲେ । ଉପସ୍ଥିତ ଥିବା ସମସ୍ତ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ତେବେ ଏମସିଏଲ ମଧ୍ୟ ସବୁ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.