ଅନୁଗୋଳ: କୋରୋନାର ମୁକାବିଲା ପାଇଁ ସବୁଠି ତତ୍ପରତା । ଜନସଚେତନତା ସୃଷ୍ଟି କରିବା ସହ ଗାଁ ଠୁ ସହର କିଭଳି ସବୁଠି ଲୋକେ ଲକ ଡାଉନରେ ରହିବେ ସେ ନେଇ ନିଆଯାଉଛି ପଦକ୍ଷେପ । ତେବେ କ’ଣ ରହିଛି ଗ୍ରାମାଞ୍ଚଳରେ ଏହାର ସ୍ଥିତି ଏହା ପରଖି ଥିଲା ଇଟିଭି ଭାରତ ।
ଲକ୍ ଡାଉନରେ ରହିଛି ଅନୁଗୋଳ ଜିଲ୍ଲା । ପୁରା ସହରାଞ୍ଚଳରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଚାଲିଥିବା ବେଳେ ଗ୍ରାମଞ୍ଚଳର ସ୍ଥିତି ପରଖି ଥିଲା ଇଟିଭି ଭାରତ । ସବୁଠାରୁ ବଡ଼କଥା ହେଉଛି ଏଠି ଗାଁ ଠୁ ସହର ସବୁ ସଚେତନ ହୋଇଛନ୍ତି ।
ନିହାତି କାମ ନଥିଲେ ଲୋକେ ଘରୁ ବାହାରୁ ନାହାଁନ୍ତି । ଆମ ପ୍ରତିନିଧି ଜିଲ୍ଲାର ଅଙ୍ଗନବାଡି ପଞ୍ଚାୟତରେ ହୋଇଥିବା କ୍ବାରେନଟାଇନ ହୋମରେ ପହଞ୍ଚିଥିଲେ । ଏନେଇ ଗାଁ ହାଇସ୍କୁଲ ଘରେ ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି । ନିଜେ ସରପଞ୍ଚ ଓ ଆଶା କର୍ମୀ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ରାଜ୍ୟ ବାହାରୁ ଆସିଥିବା ଲୋକଙ୍କୁ ସେଇ କ୍ବାରେନଟାଇନ ରହିବାକୁ ପରାମର୍ଶ ଦେଉଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଜିଲ୍ଲାରେ 253ଟି ପଞ୍ଚାୟତରେ ଏହିଭଳି ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ