ETV Bharat / state

ଅନୁଗୋଳରେ ପାଳିତ ହେଲା ସହିଦ ସ୍ମୃତି ଦିବସ

author img

By

Published : Oct 21, 2020, 10:55 PM IST

ଅନୁଗୋଳରେ ପାଳିତ ହେଲା ସହିଦ ସ୍ମୃତି ଦିବସ । ସମ୍ପୂର୍ଣ୍ଣ କୋରୋନା କଟକଣା ସହ ପାଳନ କରାଯାଇଛି । ପୋଲିସ କର୍ମଚାରୀମାନେ କିଭଳି ଦକ୍ଷତାର କାର୍ଯ୍ୟ କରି ମାଟି ମା ପାଇଁ ସହିଦ ହୋଇଛନ୍ତି ତାକୁ ମନେ ପକାଇଥିଲେ । ଅଧିକ ପଢନ୍ତୁ...

ଅନୁଗୋଳରେ ପାଳିତ ହେଲା ସହିଦ ସ୍ମୃତି ଦିବସ
ଅନୁଗୋଳରେ ପାଳିତ ହେଲା ସହିଦ ସ୍ମୃତି ଦିବସ

ଅନୁଗୋଳ: ୬୧ତମ ପୋଲିସ ସହିଦ ଦିବସ । ମହାମାରୀବେଳେ ପୋଲିସର ବଳିଦାନକୁ ମନେ ପକାଇଲେ ଆଇଜି । ସମ୍ପୂର୍ଣ୍ଣ କୋରୋନା କଟକଣା ସହ ପାଳନ କରାଯାଇଛି ।

ଅନୁଗୋଳରେ ପାଳିତ ହେଲା ସହିଦ ସ୍ମୃତି ଦିବସ

61ତମ ପୋଲିସ ସହିଦ ଦିବସ ପାଳିତ ହୋଇଛି । ଅନୁଗୋଳ ପୋଲିସ ରିଜର୍ଭ ପ୍ୟାରେଡ଼ ପଡିଆରେ ଆୟୋଜିତ ସହିଦ ଦିବସରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ , ଏସପି ଜଗମୋହନ ମିନା ଯୋଗଦେଇ ସହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପୋଲିସ କର୍ମଚାରୀମାନେ କିଭଳି ଦକ୍ଷତାର କାର୍ଯ୍ୟ କରି ମାଟି ମା ପାଇଁ ସହିଦ ହୋଇଛନ୍ତି, ତାକୁ ମନେ ପକାଇଥିଲେ ପୋଲିସ ଅଧିକାରୀମାନେ । ଏବେ କୋରୋନା ମୁକାବିଲା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଏଥିରେ ମଧ୍ୟ ରାଜ୍ୟରୁ 41 ସହିଦ ହୋଇଛନ୍ତି ।

ଏହି ଅବସରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ବାର୍ତା ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟ ବରିଷ୍ଠ ଅଧିକାରୀ ଓ ବୁଦ୍ଧିଜୀବିମାନେ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.