ETV Bharat / state

ଆଇରନ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

author img

By

Published : Sep 13, 2022, 11:33 AM IST

ବିଦ୍ୟାଳୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଆଇରନ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବାବେଳେ, ସେମାନଙ୍କୁ ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

ଆଇରନ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଆଇରନ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଅନୁଗୋଳ: ଆଇରନ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଅନୁଗୋଳ ଜିଲ୍ଲା ଛେଳିଆପଡା ପଞ୍ଚାୟତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଆଇରନ ବଟିକା ଦିଆଯାଇଥିଲା । ତେବେ ଏହି ଔଷଧ ଖାଇ ସେମାନେ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଆଜି (ସୋମବାର) ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଗୋଳ ଜିଲ୍ଲା ଛେଳିଆପଡା ପଞ୍ଚାୟତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ଆଇରନ ବଟିକା ଦିଆଯାଇଥିଲା । ଏହି ଔଷଧ ଖାଇ ପ୍ରାୟ ୬ ଜଣ ଅସୁସ୍ଥ ହୋଇ ପଡିଛନ୍ତି । ଅଭିଯୋଗ ଅନୁସାରେ ସେହି ଔଷଧ ଖାଇବା ପରେ ପିଲାମାନଙ୍କର ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା । ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଛି ।

ତେବେ ଏହା ଖାଇଥିବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ନା ଆଉ କିଛି ତାହା ଜଣା ପଡ଼ିନାହିଁ । ତେବେ ପିଲା ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଅଭିଭାବକ ମହଲରେ ଆସନ୍ତୋଷ ଦେଖା ଦେଇଛି । ଏନେଇ ଜଣେ ଅସୁସ୍ଥ ଛାତ୍ରଙ୍କ ଅଭିଭାବକ କହିଛିନ୍ତି, "ସେହି ଔଷଧ ଖାଇବା ପରେ ମୋ ପୁଅର ପେଟ କାଟି ପରେ ବାନ୍ତି ହୋଇଥିଲା । ଏଭଳି ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଆଶାଦିଦି ଓଆରଏସ ଦେଇଛନ୍ତି ।" ତେବେ ଏନେଇ କୌଣସି ସ୍ବାସ୍ଥ୍ୟକର୍ମୀଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.