ଅନୁଗୋଳ: ପରକୀୟା ପ୍ରୀତି ସନ୍ଦେହ ରେ ସ୍ତ୍ରୀ କୁ ହତ୍ୟା କରିଛି ସ୍ବାମୀ । ପରେ ଫେରାର ହୋଇଯାଇଛି ସ୍ଵାମୀ। ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ଗଦାଧରପୁର ଗାଁ ରେ ।
ପରକୀୟା ପ୍ରୀତି ସନ୍ଦେହ କାରଣରୁ ନିଜ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଫେରାର ହୋଇଥିବା ଜଣାପଡ଼ିଛି। ଗଦାଧରପୁର ଗାଁର ଶେଷ କୁଦେଇ ତାର ଦ୍ବିତୀୟ ସ୍ତ୍ରୀ ରାସେଶ୍ବରୀ କୁଦେଇ କୁ ମାରଣାସ୍ତ୍ର ରେ ହାଣି ହତ୍ୟା କରିଥିବା ଜଣା ପଡିଛି । ରାସେଶ୍ଵରୀ ଶେଷର ଦ୍ଵିତୀୟ ସ୍ତ୍ରୀ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ