ETV Bharat / state

ଜମିଜମା ବିବାଦରୁ ଜଘନ୍ୟ ହତ୍ୟାକାଣ୍ଡ, ଦୁଇ ଅଭିଯୁକ୍ତ ଫେରାର - ଜମିଜମାକୁ କେନ୍ଦ୍ରକରି ଅନୁଗୋଳରେ ହତ୍ୟା

ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ଭାଇ ମିଶି ସମ୍ପର୍କୀୟ ଭାଇଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ଅଧିକ ପଢନ୍ତୁ...

ଜମିଜମା ବିବାଦରୁ ସମ୍ପର୍କୀୟ ଭାଇଙ୍କୁ ନିର୍ମମ ହତ୍ୟା, ଦୁଇ ଅଭିଯୁକ୍ତ ଫେରାର

author img

By

Published : Nov 5, 2020, 9:35 AM IST

ଅନୁଗୋଳ: ଜମିଜମା ବିବାଦକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ । ଜମି ମୋହରେ ଅନ୍ଧ ହୋଇ ସମ୍ପର୍କ ଭୁଲିଲେ ସମ୍ପର୍କୀୟ ଭାଇ । ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ହରିବେରଣୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ବୁଧବାର ଦୁଇ ଭାଇ ସନ୍ତୋଷ ସେନାପତି ଓ ସୁଜନ ସେନାପତି ମିଶି ସମ୍ପର୍କୀୟ ଭାଇ ଦୁଷ୍ମନ୍ତକୁ ନିର୍ମମ ଭାବେ ଖଣ୍ଡାରେ ହାଣି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦୁଷ୍ମନ୍ତଙ୍କ ସାନ ଭାଇ ଦୁଃଶାସନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅନୁଗୋଳ ଓ ପରେ କଟକ ବଡ ମେଡିକାଲକରୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ଘଟାଇ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ଜଣାପଡିଛି ।

ଜମିଜମା ବିବାଦରୁ ସମ୍ପର୍କୀୟ ଭାଇଙ୍କୁ ନିର୍ମମ ହତ୍ୟା, ଦୁଇ ଅଭିଯୁକ୍ତ ଫେରାର

ସୂଚନା ଅନୁଯାୟୀ, ଜମିଜମାକୁ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା । ଏନେଇ ଗାଁର କମିଟିରେ ମଧ୍ୟ ଏହାର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ସେତେବେଳେ ମଧ୍ୟ ଅଭିଯୁକ୍ତ ଦୁଇ ଭାଇ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଆଗେଇ ଆସିବାରୁ ଘଟଣାର ସମାଧାନ ହୋଇପାରି ନଥିଲା । ସେହିଦିନ ଠାରୁ ଅଭିଯୁକ୍ତମାନଙ୍କ ରାଗ ବଢିଯାଇଥିଲା । ବୁଧବାର ସନ୍ଧ୍ୟାରେ ଦୁଃଶାସନ ଘର ବାହାରକୁ ଆସୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଅଭିଯୁକ୍ତ ଦୁଇ ଭାଇ ଏକ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲେ । ସେ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିବା ବେଳେ, ଖବର ପାଇ ବଡଭାଇ ଦୁଷ୍ମନ୍ତ ତାଙ୍କୁ ଡାକ୍ତରଖାନା ନେବାକୁ ଟେମ୍ପୁ ନେଇ ଆସୁଥିବା ବେଳେ ରକ୍ତମୁଖା ଦୁଇ ଭାଇ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି । ଅନୁଗୋଳ ଏସିଡିପିଓ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ଭାଇ ଦୁହିଁଙ୍କୁ ଧରିବାକୁ ପ୍ରୟାସ କରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.