ETV Bharat / state

ଶିଳ୍ପ ଜିଲ୍ଲାରେ ପଛୁଆ ସ୍ୱାସ୍ଥ୍ୟ ସେବା: ମିଳିଲାନି ଆମ୍ବୁଲାନ୍ସ, ବାଇକରେ ବୁହାହେଲା ମୃତଦେହ

author img

By ETV Bharat Odisha Team

Published : Sep 13, 2023, 6:50 AM IST

Updated : Sep 13, 2023, 2:10 PM IST

ମିଳିଲାନି ଆମ୍ବୁଲାନ୍ସ । ମୋଟର ସାଇକେଲରେ ମୃତଦେହ ଧରି ହସ୍ପିଟାଲରେ ପହଞ୍ଚିଲେ ସମ୍ପର୍କୀୟ । ଅଧିକ ପଢନ୍ତୁ

ବାଇକରେ ବୁହାହେଲା ମୃତଦେହ
ବାଇକରେ ବୁହାହେଲା ମୃତଦେହ
ମୋଟର ସାଇକେଲରେ ମୃତଦେହ

ଅନୁଗୋଳ: ବଜ୍ରପାତରେ ମୃତ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ମୋଟର ସାଇକେଲରେ ମୃତଦେହ ଧରି ହସ୍ପିଟାଲ ଆସିଲେ ସମ୍ପର୍କୀୟ । ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ଏଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି ଶିଳ୍ପ ସମୃଦ୍ଧ ଜିଲ୍ଲା ଅନୁଗୋଳରୁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ମାତ୍ର ୧୦ କିମି ଦୂରରେ ଏହି ଅଭାବନୀୟ ଘଟଣା ଘଟିଛି । ଯେଉଁ ଜିଲ୍ଲା ରାଜସ୍ବ ଦେବାରେ ରାଜ୍ୟର ସବୁଠୁ ଆଗୁଆ ସେଠି ସ୍ବାସ୍ଥ୍ୟ ବିଭାଗର ଅତି ଖରାପ ସ୍ବାସ୍ଥ୍ୟ ଦେଖିବାକୁ ମିଳିଛି । ଏନେଇ ମଙ୍ଗଳବାର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ମାତ୍ର ୧୦ କିମି ଦୂର ବଲାସିଂହା ଗାଁରେ ମଙ୍ଗଳବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ସେହି ଗାଁର ୬୦ ବର୍ଷୀୟ ଦୁଆରି ଗୁରୁ । ଦୁଆରି ଗାଈ ଚରାଇବାକୁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ବେଳେ ବଜ୍ରପାତ ହୋଇଥିଲା । ସେଠାରେ ସେ ଅଚେତ୍‌ ହୋଇ ପଡିରହିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଅପରାହ୍ନ ୪ଟା ବେଳୁ ଯୋଗାଯୋଗ କରାଯାଇଥିଲେ ବି ବର୍ତ୍ତମାନ ଗାଡି ନାହିଁ କହି କଲ୍ ସେଣ୍ଟର ପକ୍ଷରୁ ଅପେକ୍ଷା କରିବାକୁ କୁହାଯାଇଥିଲା । ତେବେ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଲୋକ ବାଧ୍ୟ ହୋଇ ମୋଟର ସାଇକେଲରେ ଆଣିବାକୁ ଚିନ୍ତା କରିଥିଲେ । ସେତେବେଳକୁ ଦୁଆରିଙ୍କର ମୃତ୍ୟୁ ହୋଇ ସାରିଥିଲା ।

ଏହାମଧ୍ୟ ପଢନ୍ତୁ: ମିଳିଲାନି ମହାପ୍ରୟାଣ ଗାଡି, ସ୍ତ୍ରୀର ମୃତଦେହକୁ ଟ୍ରଲିରେ ବୋହିଲା ସ୍ବାମୀ

ହେଲେ ମୃତଦେହ ବ୍ୟବଚ୍ଛେଦର ଆବଶ୍ୟକତା ଥିବାରୁ ବାଧ୍ୟ ହୋଇ ଦୁଇ ଜଣ ଯୁବକ ତାଙ୍କୁ ମୋଟର ସାଇକେଲ ମଝିରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏଠାରେ ଶବଗୃହରେ ତାଙ୍କ ମୃତଦେହ ସଂରକ୍ଷିତ ରଖାଯାଇଥିବା ବେଳେ ଆଜି ବ୍ୟବଚ୍ଛେଦ କରାଯିବ । ତେବେ ଅନୁଗୋଳ ଭଳି ଜିଲ୍ଲାରେ ଆମ୍ବୁଲାନ୍ସ ନ ମିଳିବା ଯୋଗୁଁ ମୃତଦେହ ମୋଟର ସାଇକେଲରେ ଆଣିବା ଘଟଣା ଜିଲ୍ଲା ମୁଖ୍ୟଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନେକ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସୁଛି । କିଛି ଦିନ ତଳେ ଜଗତସିଂହପୁର ଜିଲ୍ଲାରେ ଜଣେ ଗରୀବ ଦିନ ମଜୁରିଆ ନିଜ ପତ୍ନୀର ମୃତଦେହକୁ ଟ୍ରଲିରେ ବୋହି ନେଉଥିବାର ଦେଖିବାକୁ ମିଳିଥିଲା । ହସ୍ପିଟାଲରୁ ମୃତଦେହ ମାଗଣାରେ ନେବାକୁ ସରକାର ବ୍ୟବସ୍ଥା କରିଥିବା ବେଳେ ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ଏହି ସରକାରୀ ବ୍ୟବସ୍ଥା କାହା ପାଇଁ ବୋଲି ପ୍ରଶ୍ନ ଉଠିଥିଲା ।

ଇଟିଭି ଭାରତ, ଅନୁଗୋଳ

Last Updated : Sep 13, 2023, 2:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.