ETV Bharat / state

ପ୍ରେମ ପାଇଁ ଯୁବକଙ୍କ ଆତ୍ମାହୂତି ଉଦ୍ୟମ

author img

By

Published : Jan 2, 2021, 2:10 PM IST

ଅନୁଗୋଳ ଜିଲ୍ଲାରେ ଜଣେ ଯୁବକ ପ୍ରେମ ପାଇଁ ଆତ୍ମାହୂତି ଉଦ୍ୟମ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Man attempts suicide for failing in love matter in Anugul
ପ୍ରେମ ପାଇଁ ଯୁବକଙ୍କ ଆତ୍ମାହୂତି ଉଦ୍ୟମ

ଅନୁଗୋଳ: ଜିଲ୍ଲାର ପାଲଲହଡା ଥାନା ଅଧିନସ୍ଥ ଜଣେ ଯୁବକ ପ୍ରେମ ପାଇଁ ଦେହରେ ନିଆଁ ଲଗାଇ ଶନିବାର ଆତ୍ମାହୂତି ଉଦ୍ୟମ କରିଛନ୍ତି । ପୋଲିସ ଉକ୍ତ ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିବା ସହିତ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।

ପ୍ରେମ ପାଇଁ ଯୁବକଙ୍କ ଆତ୍ମାହୂତି ଉଦ୍ୟମ

ପ୍ରେମ ବ୍ୟାପାରକୁ ନେଇ ପାଲଲହଡ଼ା ଥାନା ସମ୍ମୁଖରେ ଯୁବକ ଆତ୍ମାହୂତି ଉଦ୍ୟମ କରିଥିଲା । ଗୁରୁତର ଯୁବକ ହେଉଛନ୍ତି ସ୍ଥାନୀୟ ଈଶ୍ବରନଗର ଗ୍ରାମର ବିଶ୍ବନାଥ ନାଏକ ବୋଲି ଜଣାପଡ଼ିଛି ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବିଶ୍ବନାଥଙ୍କ ସେହି ଗ୍ରାମର ଜଣେ ଝିଅ ସହ ଦୀର୍ଘଦିନରୁ ପ୍ରେମ ସମ୍ପର୍କ ରହିଥିଲା । ତେବେ କୌଣସି କାରଣରୁ ଉକ୍ତ ଝିଅର ବାହାଘର ଅନ୍ୟତ୍ର ଠିକ ହୋଇଯିବାରୁ ଯୁବକ ଜଣକ ଅନ୍ୟ କୌଣସି ଉପାୟ ନପାଇ ଆତ୍ମାହୂତି ଉଦ୍ୟମ କରିଥିବା କହିଛି । ଅନ୍ୟପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.