ETV Bharat / state

ସରିଲା ମାଲ୍ୟଗିରି ମହୋତ୍ସବ, ଯୋଡ଼ି ହେଲା ସଂସ୍କୃତିର ନୂଆ ଫର୍ଦ୍ଦ - ଅନୁଗୋଳ ଜିଲ୍ଲା ର ପାଲଲହଡ଼ା ଉପଖଣ୍ଡ

ମାଲ୍ୟଗିରି ମହୋତ୍ସବ ଯୋଡ଼ିଛି ସଂସ୍କୃତିର ନୂଆ ଫର୍ଦ୍ଦ। ଗୋଟିଏ ମଞ୍ଚରେ ଆଞ୍ଚଳିକ ଠାରୁ ଆରମ୍ଭ କରି ଜାତୀୟ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ । ଅଧିକ ପଢନ୍ତୁ

Malyagiri Mahotsav
Malyagiri Mahotsav
author img

By

Published : Mar 8, 2023, 9:53 PM IST

Malyagiri Mahotsav

ଅନୁଗୋଳ: ଗତ ପାଞ୍ଚ ଦିନ ଧରି ଚାଲିଥିବା ମାଲ୍ୟଗିରି ମହୋତ୍ସବ ଶେଷ ହୋଇଛି। ଅନୁଗୋଳ ଜିଲ୍ଲା ର ପାଲଲହଡ଼ା ଉପଖଣ୍ଡରେ ଆୟୋଜିତ ହୋଇଥିଲା ଏହି ମହୋତ୍ସବ । ଅଞ୍ଚଳବାସୀଙ୍କ କଳା ସଂସ୍କୃତିକୁ ଆହୁରି ରୁଦ୍ଧିମନ୍ତ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ବିଧାୟକ ମୁକେଶ ପାଳ ଓ ପାଲଲହଡ଼ା ଉପଖଣ୍ଡ ପ୍ରଶାସନ ଏହି ମହୋତ୍ସବର ଆୟୋଜନ କରିଥିଲା। ପଲିଶ୍ରୀ ମେଳା ସାଙ୍ଗକୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କଯ୍ୟକ୍ରମ ଲୋକକୁ ଦେଇଥିଲା ମନୋରଞ୍ଜନ। ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ଲୋକଙ୍କ ମନକୁ ଛୁଇଁଥିଲା। ସନ୍ଧ୍ୟା ହେବା କ୍ଷଣି ପାଲଲହଡ଼ା ଷ୍ଟାଡିୟମ ହୋଇ ଯାଉଥିଲା ଜନାକୀର୍ଣ୍ଣ । ପ୍ରତିଟି ପାଲଲହଡ଼ାବାସୀ ନିଜ ର କାର୍ଯ୍ୟକ୍ରମରେ ସାମିଲ ହୋଇ ମହୋତ୍ସବ କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରୁଥିଲା।

ଏହା ମଧ୍ୟ ପଢନ୍ତୁ-ଆଖି ପିଛୁଳାକେ ଭୁଶୁଡ଼ିଲା ୫ମହଲା କୋଠା, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ

ମହୋତ୍ସବରେ ସବୁଠାରୁ ଅଧିକ ଆକର୍ଷଣ ଥିଲେ ବଲିଉଡ ଓ ଓଲିଉଡ଼ କଳାକାରଙ୍କ ସଙ୍ଗୀତ ପରିବେଷଣ। ଶେଷ ସନ୍ଧ୍ୟାରେ ମୁମ୍ବାଇ ଓ ଦିଲ୍ଲୀ ରୁ ଆସିଥିବା କଳାକାରଙ୍କ ସଙ୍ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା। ସେହିପରି ଓଲିଉଡ଼ ପ୍ଲେ ବ୍ୟାକ ସିଙ୍ଗର ଅସିମା ପଣ୍ଡା ଓ ଦୀପ୍ତି ରେଖାଙ୍କ ସଙ୍ଗୀତ ସନ୍ଧ୍ୟାର ମଜା ନେଇଥିଲେ ଦର୍ଶକ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ସବୁ କଣ୍ଠ ଶିଳ୍ପୀଙ୍କ ସଙ୍ଗୀତର ଯାଦୁ ପାଲଲହଡ଼ାବାସୀଙ୍କୁ ମତୁଆଲା କରିଥିଲା। ଅଞ୍ଚଳବାସୀ ଙ୍କ କଳା ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଆଉରି ସୁଦୂର ପ୍ରସାରି କରିବା ପାଇଁ ପ୍ରତେକ ଦିନ ସ୍ଥାନୀୟ କଳାକାର ଙ୍କ ନୃତ୍ୟ ଓ ସଙ୍ଗୀତ ପରିବେଶଣ ର ମଜା ନେଇଥିଲେ ସମସ୍ତେ ।

ଏହା ମଧ୍ୟ ପଢନ୍ତୁ-ଗୁଇନ୍ଦା ପାରା ଉଦ୍ଧାର: ଗୋଡରେ କ୍ୟାମେରା ଓ ଚିପ, ଡେଣାରେ ବିଦେଶୀ ଭାଷା

ଅନୁଗୋଳ ଜିଲ୍ଲାର ପାଲଲହାଡ଼ା ଏକ ସଦରମହକୁମା ହେଲେ ବି ଏଠାକାର ଲୋକଙ୍କ କଳା ସଂସ୍କୃତିକୁ ଭଲ ପାଇବା ଓ ବଞ୍ଚାଇ ରଖିବାର ପ୍ରୟାସ ର ଉଦାହରଣ ହେଉଛି ଏହି ମାଲ୍ୟଗିରି ମହୋତ୍ସବ । ଏନେଇ ସ୍ଥାନୀୟ ବିଧାୟକ କହିଛନ୍ତି, ପାଲଲହାଡ଼ାବାସୀଙ୍କ ଆଶା ଆକାଂକ୍ଷା ଥିଲା କଳା ସଂସ୍କୃତି ଆଦିକୁ ଆଗକୁ ନେବା ପାଇଁ। ଓଡିଶାରେ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ। ଏହି ଉତ୍ସବକୁ ଆଗକୁ ନେବା ପାଇଁ ଯେଉଁ ପରିକ୍ଳ୍ପନା କରାଯାଇଥିଲା। ତାହା ଏହି ତୃତୀୟ ବର୍ଷ ରେ ପହଞ୍ଚିଥିଲା। ଏହା ମାର୍ଚ୍ଚ 3ରୁ ଆରମ୍ଭ ହୋଇ 7ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଆଜି ଏହାର ଶେଷ ଦିନ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.