ଅନୁଗୋଳ: ଜମୁଛି ଅନୁଗୋଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ଚାଲିଥିବା ମାଲ୍ୟଗିରୀ ମହୋତ୍ସବ । ମହୋତ୍ସବର ତୃତୀୟ ସନ୍ଧ୍ୟା, ସତେ ଯେମିତି ଦର୍ଶକ ମାନଙ୍କ ପାଇଁ ମନୋରଞ୍ଜନର ସମସ୍ତ ଖୋରାକ ଯୋଗାଇଥିଲା ।
ବିଭିନ୍ନ ଜିଲ୍ଲାର ଲୋକ ନୃତ୍ୟ ସହ ଯାଜପୁର ଜିଲ୍ଲାରୁ ଆସିଥିବା ଡଲଫିନ ନୃତ୍ୟ ସମସ୍ତ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହାସହ କମେଡି କିଙ୍ଗ୍ ପପୁ ପମ୍ପପମ୍ପଙ୍କ ଅଭିନୟ ଓ କମେଡିରେ ହସି ହସି ବେଦମ ହୋଇଥିଲେ ଦର୍ଶକ । ଏହାଛଡା ଜିଲ୍ଲା ବିଭିନ୍ନ ସାଂସ୍କୃତିକ ସଂସ୍ଥାର କଳାକାରମାନେ ମଧ୍ୟ ନିଜ ନିଜର ନୃତ୍ୟ ଓ ଅଭିନୟ ଦେଖାଇଥିଲେ ତୃତୀୟ ସନ୍ଧ୍ୟାର ଏହି ମହୋତ୍ସବରେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ