ETV Bharat / state

ବୁନ୍ଧକ ମୁନରେ ଲୁଟ, ସିସିଟିଭିରେ କଏଦ ଦୋକାନୀ ଲୁଟେରାଙ୍କ ଧସ୍ତାଧସ୍ତିର ଦୃଶ୍ୟ

ବୁନ୍ଧକ ମୁନରେ ଲୁଟ । ସିସିଟିଭିରେ କଏଦ ଦୋକାନୀ ଲୁଟେରାଙ୍କ ଧସ୍ତାଧସ୍ତିର ଦୃଶ୍ୟ । ଅନୁଗୋଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଇଓ ତାରିଣୀ ମନ୍ଦିର ନିକଟ ତେଜରାତି ଦୋକାନରେ ବନ୍ଧୁକ ମୁନରେ ଲୁଟ କରିଛନ୍ତି ଲୁଟେରା । ଦୋକାନୀ ଓ ଲୁଟେରାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ଏହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଧିକ ପଢନ୍ତୁ

ବୁନ୍ଧକ ମୁନରେ ଲୁଟ, ସିସିଟିଭିରେ କଏଦ ଦୋକାନୀ ଲୁଟେରାଙ୍କ ଧସ୍ତାଧସ୍ତିର ଦୃଶ୍ୟ
ବୁନ୍ଧକ ମୁନରେ ଲୁଟ, ସିସିଟିଭିରେ କଏଦ ଦୋକାନୀ ଲୁଟେରାଙ୍କ ଧସ୍ତାଧସ୍ତିର ଦୃଶ୍ୟ
author img

By

Published : Dec 13, 2022, 8:03 PM IST

ବୁନ୍ଧକ ମୁନରେ ଲୁଟ, ସିସିଟିଭିରେ କଏଦ ଦୋକାନୀ ଲୁଟେରାଙ୍କ ଧସ୍ତାଧସ୍ତିର ଦୃଶ୍ୟ

ଅନୁଗୋଳ: ବୁନ୍ଧକ ମୁନରେ ଲୁଟ । ସିସିଟିଭିରେ କଏଦ ଦୋକାନୀ ଲୁଟେରାଙ୍କ ଧସ୍ତାଧସ୍ତିର ଦୃଶ୍ୟ । ଅନୁଗୋଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଇଓ ତାରିଣୀ ମନ୍ଦିର ନିକଟ ମା' ସନ୍ତୋଷୀ ଭଣ୍ଡାର ଦୋକାନରୁ ବନ୍ଧୁକ ମୁନରେ ଲୁଟ କରିଛନ୍ତି ଲୁଟେରା । ୬ ଜଣ ମୁଖାପିନ୍ଧା ଡକାୟତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ କରିଥିବା ବେଳେ ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ରାତି ପ୍ରାୟ ୮ଟା ବେଳେ ଏପରି ଲୁଟ ହୋଇଥିବା ବେଳେ ଦୋକାନର ମାଲିକ ଓ ତାଙ୍କ ପୁଅଙ୍କ ଉପରେ ଲୁଟେରାମାନେ ଆକ୍ରମଣ କରିଛନ୍ତି ।

କୁଇଓ ତାରିଣୀ ମନ୍ଦିର ନିକଟ ଏହି ଦୋକାନରେ ଗତକାଲି (ସୋମବାର) ରାତି ପ୍ରାୟ ୮ଟା ସମୟରେ ଦୋକାନର ମାଲିକ ଅମର ସାହୁ ଓ ତାଙ୍କ ବାପା ଦୋକାନରେ ବସିଥିଲେ । ଏହି ସମୟରେ ୨ଟି ବାଇକରେ ୬ ଜଣ ସଶସ୍ତ୍ର ଡକାୟତ ଆସି ହଠାତ୍ ଆକ୍ରମଣ କରିଥିଲେ । ଡକାୟତ ମାନଙ୍କ ପାଖରେ ଦୁଇଟି ମାଉଜର ଓ ୪ଟି ଖଣ୍ଡା ଥିଲା । ଆକ୍ରମଣ ବେଳେ ଉଭୟ ବାପା ଓ ପୁଅ କିଛି ସମୟ ପାଇଁ ସେମାନଙ୍କ ସହ ଲଢ଼ିଥିଲେ । କିନ୍ତୁ ମାରଣାସ୍ତ୍ର ଓ ମାଉଜର ଆଗରେ ସେମାନେ ସାମ୍ନା କରି ପାରିନଥିଲେ । ଡକାୟତମାନେ ଅମରଙ୍କ ବାପାଙ୍କୁ ଭୁଜାଲିରେ ଆକ୍ରମଣ କରିଥିବାରୁ ତାଙ୍କର ଗୋଡ଼ ଓ ପିଠିରେ ଆଘାତ ଲାଗିଛି ।

ଏହା ବି ପଢନ୍ତୁ- ବାପାକୁ ହତ୍ୟା ପରେ ୩୦ ଖଣ୍ଡ କରି କୂଅରେ ଫିଙ୍ଗିଲା ପୁଅ

ଦୋକାନରୁ ଆନୁମାନିକ ୬୦ ହଜାର ଟଙ୍କା ଓ କମ୍ପ୍ୟୁଟର ବୋହି ନେଇ ଯାଇଛନ୍ତି ଡକାୟତ । ୪ ବର୍ଷ ପୂର୍ବରୁ ତାଙ୍କର ଏହି ଦୋକାନରେ ଡକାୟତି ହୋଇଥିଲା । ଏ ନେଇ ଅମରଙ୍କ ବାପା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି । ଅନୁଗୋଳ ସହର ଠାରୁ ଅଳ୍ପ ଦୂରରେ ଥିବା ଓ ମାତ୍ର ରାତି ୮ଟା ସମୟରେ ଶସସ୍ତ୍ର ଡକାୟତ ହେବା ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏ ନେଇ ଆକ୍ରମଣ ଶିକାର ହୋଇଥିବା ଦୋକାନୀ ମାନସ କୁମାର ସାହୁ କହିଛନ୍ତି, " ରାତି ପ୍ରାୟ ୮ଟା ୧୦ରେ ୨ଟି ପଲସର ଗାଡ଼ିରେ ୩ଜଣ ଲେଖାଏଁ ବସିକି ଆସି ଆମ ଦୋକାନ ଭିତରେ ପଶିଥିଲେ । ଆମେ ଜାଣିପାରିଥିଲୁ ଏମାନେ ଚୋର ବୋଲି । ଏହାପରେ ତାଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା । ସେମାନଙ୍କ ପାଖରେ ୩ଟି ମାଉଜର ଓ ୨ଟି ଭୁଜାଲି ଥିଲା । ଏମାନେ ଆମ କମ୍ପ୍ୟୁଟର ସହିତ କିଛି ନଗଦ ଟଙ୍କା ମଧ୍ୟ ନେଇ ଚାଲିଯାଇଥିଲେ । "

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.