ଅନୁଗୋଳ: ରାତି ଅଧରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । ବର୍ଷା ରାତିର ଫାଇଦା ନେଇ ଲକ୍ଷାଧିକ ଟଙ୍କାର ଚୋରି । ଅନୁଗୋଳ ଜରସିଙ୍ଗା ଗାଁର ନବଘନ ସାହୁଙ୍କ ଘରୁ 2 ଲକ୍ଷ ନଗଦ ଟଙ୍କା ଓ 10 ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ଗତ ବିଳମ୍ବିତ ରାତିରେ ବର୍ଷା ହେଉଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ନବଘନଙ୍କ ଘରେ ପଶିଥିଲେ । ପ୍ରଥମେ ଏକ ଆଲମୀରାକୁ ବାହାରକୁ ଆଣିବା ପରେ ତାକୁ ଭଙ୍ଗାରୁଜା କରିଥିଲେ । ଏହାପରେ ସେଥିରେ ଥିବା ସୁନା ଗହଣା ସହ ଟଙ୍କା ଚୋରି କରିନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ, ଖବର ପାଇ ପୋଲିସ ଘାଟଣା ସ୍ଥଳରେ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ