ETV Bharat / state

ହାତୀ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଚିନ୍ତାରେ, ହାତୀ ଉପଦ୍ରବ ନିୟନ୍ତ୍ରଣ ପାଇଁ ସାଢ଼େ ୪କୋଟି ଅନୁଦାନ - ହାତୀ ନିୟନ୍ତ୍ରଣ କରିବାକୁ ସାଢ଼େ ୪କୋଟି ଅନୁଦାନ ଅନୁଗୋଳ

ଅନୁଗୋଳ ଜିଲ୍ଲାରେ ହାତୀ ମଣିଷ ଲଢେଇ ରୋକିବାକୁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ । ଏନେଇ ସମିକ୍ଷା କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଅଧିକ ପଢନ୍ତୁ

ହାତୀ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଚିନ୍ତାରେ, ହାତୀ ଉପଦ୍ରବ ନିୟନ୍ତ୍ରଣ ପାଇଁ ସାଢ଼େ ୪କୋଟି ଅନୁଦାନ

author img

By ETV Bharat Odisha Team

Published : Sep 23, 2023, 10:43 PM IST

ହାତୀ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଚିନ୍ତାରେ, ହାତୀ ଉପଦ୍ରବ ନିୟନ୍ତ୍ରଣ ପାଇଁ ସାଢ଼େ ୪କୋଟି ଅନୁଦାନ

ଅନୁଗୋଳ: ଜିଲ୍ଲାରେ ହାତୀ ମଣିଷ ଲଢେଇ ରୋକିବାକୁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ। ଏ ନେଇ ଅନୁଗୁଳ ସର୍କିଟ ହାଉସଠାରେ ଶନିବାର ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ତତ୍ୱବାଧାନରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଓ ଅନୁଗୋଳ, ଆଠମଲ୍ଲିକ ଏବଂ ସାତକୋଶିଆ ଡିଏଫଓ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ। ବନ୍ତଳା ଅଞ୍ଚଳରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବା ହେତୁ, ତାହା କିଭଳି ରୋକି ହେବ ସେନେଇ ଯୋଜନା ପ୍ରସ୍ତୁତ କରା ଯାଇଥିଲା ।

ବନ୍ତଳା ଅଞ୍ଚଳରେ ହାତୀ ଉପଦ୍ରବ ନିୟନ୍ତ୍ରଣ କରିବାକୁ ସରକାର ପ୍ରାୟ ସାଢ଼େ ୪କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ସେହି ଅନୁଦାନ ଅର୍ଥକୁ କିଭଳି ସଠିକ ଢଙ୍ଗରେ ବ୍ୟବହାର କରାଯାଇ ପାରିବ ଏବଂ ଲୋକେ ଉପକାର ପାଇ ପାରିବେ ସେନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସମୀକ୍ଷା କରିଥିଲେ ।

ସୂଚନା ଯୋଗ୍ୟ ବନ୍ତଳା ଅଞ୍ଚଳରେ ହାତୀ ଉପଦ୍ରବ କରୁଥିବା ୪୩ଟି ଗାଁ ଚିହ୍ନଟ କରାଯାଇଛି । ସେହି ୪୩ଟି ଗାଁର ବିଭିନ୍ନ ସ୍ଥାନରେ ୪୩ଟି ଉଚ୍ଚ ଶକ୍ତି ସମ୍ପନ୍ନ ହାଇ ମାସ୍କ ଲାଇଟ ଲଗାଯିବ । ପ୍ରାୟ ୨୨କିମି ଟ୍ରେଞ୍ଚ ଖନନ କରାଯିବ । ଏଥିମଧ୍ୟରୁ ବର୍ତମାନ ସୁଧା ୫କିମିରୁ ଅଧିକ ଖନନ କାର୍ଯ୍ୟ ଶେଷ ହୋଇଛି । ୪୩କିମି ସୋଲାର ଫେନସିଂ ନିର୍ମାଣ କରାଯିବ । ବର୍ତମାନ ୧୦କିମି ନିର୍ମାଣ ସରିଛି । ହାତୀ ଆସିବା ଆଗରୁ ଲୋକେ କିଭଳି ଜାଣି ପାରିବେ ସେଥିପାଇଁ ସାଇରନ ସିଷ୍ଟମ ଲଗା ଯାଉଛି ।

ଏହା ମଧ୍ୟ ପଢନ୍ତୁ...ଜୀବନ ନେଉଛି ଦନ୍ତା, ହାତୀ ଘଉଡାଇବାରେ ବନ ବିଭାଗ ଫେଲ୍‌ !

ବର୍ତ୍ତମାନ ସୁଦ୍ଧା ୨୫ଟି ସିଷ୍ଟମ କାମ ସରିଛି । ଆଗକୁ ପ୍ରାୟ ୬୮ଟି ସ୍ଥାନରେ ଏଭଳି ସିଷ୍ଟମ ଲଗାଯିବାର ଯୋଜନା ରହିଛି । ଅକ୍ଟବର ମାସ ଶେଷ ସୁଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ଯୋଜନା କରା ଯାଉଛି । ଏହାଛଡା ଜଙ୍ଗଲ ଭିତରେ ବ୍ୟାପକ ଆମ୍ବ, ପଣସ ଓ ହାତୀ ଖାଦ୍ୟ ଭଳି ଗଛ ଲଗାଯିବ । ଗାଁ ଗାଁରେ ବୁଲୁଥିବା ହାତୀ ପଲକୁ ସାତକୋଶିଆ ଭିତରକୁ ଘଉଡାଇବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା ।

ଗତ ବୁଧବାର ଦିନହାତୀ ଆକ୍ରମଣରେ ପୁଣି ଜଣକ ଜୀବନ ଯାଇଥିଲା ।ବସଲା ଗାଁର ଭାବ ଜେନା ଘର ପାଖ ଜଙ୍ଗଲ ନିକଟକୁ ଶୌଚ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣରେ ଶିକାର ହୋଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ବାରମ୍ବାର ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବା ବେଳେ ବନ ବିଭାଗର ନିରବତା ପାଇଁ ନେଇ ଲୋକେ ରାସ୍ତା ଅବରୋଧ କରି ମୃତକ ପରିବାରକୁ କ୍ଷତି ପୂରଣ ଦାବି କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.