ETV Bharat / state

ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଜେଡି ନେତା ନଳିନୀ ପ୍ରଧାନଙ୍କୁ ବିରୋଧ

Opposed To BJD Leader Nalin Pradhan: ଗୋଣ୍ଡ ମହାସଭା ପକ୍ଷରୁ ବିଜେଡି ନେତା ନଳିନୀ ପ୍ରଧାନକୁ ବିରୋଧ । ଜଙ୍ଘା ଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଇଥିବା ବେଳେ ତାଙ୍କୁ ବିରୋଧ କରାଯାଇଥିଲା । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jan 16, 2024, 8:59 AM IST

ବିଜେଡି ନେତା ନଳିନୀ ପ୍ରଧାନଙ୍କୁ ବିରୋଧ
ବିଜେଡି ନେତା ନଳିନୀ ପ୍ରଧାନଙ୍କୁ ବିରୋଧ
ବିଜେଡି ନେତା ନଳିନୀ ପ୍ରଧାନଙ୍କୁ ବିରୋଧ

ଅନୁଗୋଳ: ଗୋଣ୍ଡୱାନା ଗୋଣ୍ଡ ମହାସଭା ପକ୍ଷରୁ ବିଜେଡି ନେତା ନଳିନୀ ପ୍ରଧାନକୁ ବିରୋଧ । ଗତ ସାଧାରଣ ନିର୍ବାଚନରେ ପ୍ରଶାସକରୁ ନେତା ହୋଇଥିବା ନଳିନୀ ପ୍ରଧାନଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିରୋଧର ଶିକାର ହେବାକୁ ପଡିଛି । ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଆମ୍ବସରମୁଣ୍ଡାଠାରେ ଚାଲିଥିବା ଗୋଣ୍ଡ ସମାଜର ଜଙ୍ଘା ଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଇଥିବା ବେଳେ ତାଙ୍କୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ ।

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଆମ୍ବରସରମୁଣ୍ଡା ଗାଁରେ ଗୋଣ୍ଡ ସମାଜର ଜଙ୍ଘା ଦେବ ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ସ୍ଥାପନ ଉତ୍ସବ ଗତ ୩ ଦିନ ହେଲା ଚାଲିଛି । ସୋମବାର ଏହି ଉତ୍ସବର ଶେଷ ଦିବସରେ ଅତିଥି ଭାବେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଆଇନ ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିବା ବେଳେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲଲହଡା ବିଧାୟକ ମୁକେଶ ପାଳ ଏବଂ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସେମାନଙ୍କୁ ଗୋଣ୍ଡ ସମାଜ ମନ୍ଦିର ପ୍ରତିଷ୍ଠା କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ତେବେ ଆଠମଲ୍ଲିକ ଅଞ୍ଚଳର ବରିଷ୍ଠ ବିଜେଡି ନେତା ନଳିନୀ ପ୍ରଧାନ ଏକ ବିରାଟ ମୋଟର ସାଇକେଲ ରାଲି କରି ହଜାର ହଜାର କର୍ମୀଙ୍କ ସହ ସେଠାକୁ ଆସିଥିଲେ । କିନ୍ତୁ ଏହା ଏକ ଧାର୍ମିକ ଅନୁଷ୍ଠାନ ହୋଇଥିବାରୁ ଏହାକୁ ରାଜନୀତିକରଣ ନକରିବାକୁ ଗୋଣ୍ଡ ସମାଜ ପକ୍ଷରୁ ଘୋଷଣା କରାଯାଇଥିଲା ।

ଗୋଣ୍ଡ ସମାଜର କିଛି କର୍ମକର୍ତ୍ତା ନଳିନୀ ପ୍ରଧାନଙ୍କୁ ଗୋ-ବ୍ୟାକ ନାରା ଦେଇଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଭୟ ଗୋଷ୍ଠୀକୁ ବୁଝାସୁଝା କରିଥିଲେ । ଏହାପରେ ଦୁଇ ମନ୍ତ୍ରୀ ଓ ବିଧାୟକମାନେ ଆସି ମନ୍ଦିର ଦର୍ଶନ କରି ଫେରି ଯାଇଥିଲେ । ସେଠାରେ ଏକ ସଭା କାର୍ଯ୍ୟକ୍ରମ ଥିବାବେଳେ ଏକ ଫଳକ ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ ଥିଲା । କିନ୍ତୁ ସେସବୁ କିଛି ହୋଇ ପାରିନଥିଲା । ଏହି ଘଟଣାକୁ ନେଇ ଗୋଣ୍ଡ ସମାଜ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ଯାହାକୁ ନିମନ୍ତ୍ରଣ କରାଯାଇ ନାହିଁ ସେଭଳି କିଛି ବ୍ୟକ୍ତି ଏମିତି ଏକ ଧାର୍ମିକ ସ୍ଥଳକୁ ଆସି ବିଶୃଙ୍ଖଳା ସୃଷ୍ଟି କରିବା ଆଦୌ ସମୀଚିନ ନୁହେଁ ବୋଲି କହିଛନ୍ତି ସମାଜର ବରିଷ୍ଠ କର୍ମକର୍ତ୍ତା ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାର ପ୍ରମୁଖ ଜନଜାତି ଗୋଣ୍ଡ ସମାଜ ବହୁତ ଆଗକୁ ଭାବୁଥାଏ: ଧର୍ମେନ୍ଦ୍ର ପ୍ରଧାନ

ତେବେ ଘଟଣା ପଛରେ କୌଣସି ରାଜନୈତିକ କାରଣ ଥାଇପାରେ ନା ସ୍ଥାନୀୟ ବିଧାୟକ ରମେଶ ସାଏ ଓ ନଳିନୀ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତାର ଏହା ପରିଣାମ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଘଟଣାକୁ ନେଇ ବିଜେଡି ନେତା ନଳିନୀ ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଯଦି ଗୋଣ୍ଡ ସମାଜ ପକ୍ଷରୁ ନଳିନୀଙ୍କୁ ନିମନ୍ତ୍ରଣ ନଥିଲା ତେବେ ସେଠାକୁ ଦଳବଳ ଧରି କାହିଁକି ଯାଉଥିଲେ ବୋଲି ମଧ୍ୟ ଲୋକେ ଆଲୋଚନା କରୁଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.