ETV Bharat / state

ତାଳଚେରରେ ଶ୍ରମିକ ଅଶାନ୍ତି; କୋଇଲା ଲୋଡିଂ ପାଇଁ ଦାବି

author img

By

Published : Nov 2, 2019, 5:56 PM IST

କୋଇଲା ନଗରୀ ତାଳଚେରରେ ଦେଖାଦେଇଛି ଶ୍ରମିକ ଅଶାନ୍ତି। ଆବଶ୍ୟକୀୟ ସୁବିଧା ସହ ପର୍ଯ୍ୟାପ୍ତ କୋଇଲା ଗଛିତ ରଖିବାକୁ ଶ୍ରମିକଙ୍କ ଦାବି।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଜିଲ୍ଲାର ଡଅଁରା, ଲକେଇପଶି, ବ୍ରାହ୍ମଣୀ ବାହାଳ ଏଵଂ ଆମ୍ବେଦକର ଆଦି ଗ୍ରାମର ମାଁ କଳାପାଟ ଶ୍ରମିକ ସଂଘ ପକ୍ଷରୁ ୫ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ସହ ତାଳଚେର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଶହଶହ ପାଲଭିଡା ଶ୍ରମିକ ତାଳଚେର ପୂର୍ତ୍ତବିଭାଗ ଡାକ ବଙ୍ଗଳା ଠାରୁ ଶୋଭାଯାତ୍ରାରେ ବାହାରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହିତ 5 ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଦାବି ଅନୁସାରେ ବଳରାମ କୋଲିୟରି ଦ୍ବାରା ମାସିକ ଯାହା କୋଇଲା ଡେଲିଭରି ଅର୍ଡର ଆସୁଛି ତାହାକୁ ସବୁ ଓଜନ କଣ୍ଟାରେ ସମାନ ଭାଗ କରି ଡି.ଓ ପ୍ରଦାନ କରିବା, ଖରାପ ହେଉଥିବା ଓଜନ କଣ୍ଟାକୁ ମରାମତି କରିବା, ୨ ଓ ୩ ନମ୍ବର ଷ୍ଟକରେ ଲୋଡିଂ ପାଇଁ ପର୍ଯ୍ୟାପ୍ତ କୋଇଲା ଗଛିତ ରଖିବା ଆଦି ରହିଛି l

ତେବେ ମହାନଦୀ କୋଲ୍ଫିଲ୍ଡ ଲିମିଟେ୍ଡ(ଏମସିଏଲ) କର୍ତ୍ତୃପକ୍ଷ ଓ ପ୍ରଶାସନ ଯଦି ଏହି ସମସ୍ୟାର ସମାଧାନ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି l

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ତାଳଚେର ବ୍ଲକ ଡଅଂରା, ଲକେଇପଶି,ବ୍ରାହ୍ମଣୀ ବାହାଳ ଏଵଂ ଆମ୍ବେଦକର ଆଦି ଗ୍ରାମର ମା କଳାପାଟ ଶ୍ରମିକ ସଂଘ ପକ୍ଷରୁ ୫ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ସହ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି Body:। ଶହ ଶହ ପାଲ ଭିଡା ଶ୍ରମିକତାଳଚେର ପୂର୍ତବିଭାଗ ଡାକ ବଙ୍ଗଳା ଠାରୁ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ 5 ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ବଳରାମ କୋଲିୟରି ଦ୍ୱାରା ମାସିକ ଯାହା କୋଇଲା ଡେଲିଭରି ଅର୍ଡର ଆସୁଛି ତାହାକୁ ସବୁ ଓଜନ କଣ୍ଟାରେ ସମାନ ଭାଗ କରି ଡି.ଓ ପ୍ରଦାନ କରିବା, ଖରାପ ହେଉଥିବା ଓଜନ କଣ୍ଟାକୁ ମରାମତି କରିବା,୨ ଓ ୩ ନଂ ଷ୍ଟକ ରେ ଲୋଡିଂ ପାଇଁ ପର୍ଯ୍ୟାପ୍ତ କୋଇଲା ଗଛିତ କରାଯିବା ନେଇ ଦାବି କରା ଯାଇଛି l Conclusion:ତେବେ ଏମସିଏଲ କର୍ତ୍ତୃପକ୍ଷ ଓ ପ୍ରଶାସନ ଯଦି ଏହି ସମସ୍ୟାର ସମାଧାନ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି l
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.