ଅନୁଗୋଳ: ରେଳ ଷ୍ଟେସନରେ ଆଜିଠାରୁ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଛି ଲାଇଫ ଲାଇନ ଏକ୍ସପ୍ରେସ ବା ହସ୍ପିଟାଲ ଇନ ଟ୍ରେନ । ଭାରତ ବର୍ଷର ପ୍ରଥମ ହସ୍ପିଟାଲ ଇନ ଟ୍ରେନ ଅନୁଗୋଳ ରେଳ ଷ୍ଟେସନରେ ଆଜି (ସୋମବାର) ଠାରୁ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଉଛି। ସୋମବାର ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ ।
ପ୍ରଥମ ଦିନରେ ଆଖି ପାଇଁ ଅସୁବିଧା ଭାଗୁଥିବା ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି। ଆସନ୍ତା 15 ଦିନ ଅର୍ଥାତ 30 ତାରିଖ ପର୍ଯ୍ୟନ୍ତ ଏଠାରେ ଆଖି ସମେତ କାନ, ଦାନ୍ତ, ଅସ୍ଥି, ମହିଳା ମାନେ ଭୋଗୁଥିବା ବିଭିନ୍ନ ରୋଗର ପରୀକ୍ଷା କରାଯିବ । ଆବଶ୍ୟକ ପଡିଲେ ଅସ୍ତ୍ରୋପଚାର କରାଯିବାର ବ୍ୟବସ୍ଥା ରହିଛି । ଇମ୍ପ୍ୟାଣ୍ଟକଟ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ରେଳ ବିଭଗ,ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଏହି ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାର ବ୍ୟବସ୍ଥା ଆରମ୍ଭ ହୋଇଛି। ଆସୁଥିବା ଟ୍ରେନ ଇନ ହସ୍ପିଟାଲରେ ରହିଛି ସ୍ୱତନ୍ତ୍ର ଅପରେସନ ଥିଏଟର ସହ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାର ବ୍ୟବସ୍ଥା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ