ETV Bharat / state

ଟାଇକୋଣ୍ଡୋ ଗୁରୁ ଦୁଷ୍ୟନ୍ତଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ

ଟାଇକୋଣ୍ଡୋ ଗୁରୁଙ୍କୁ ମିଳିଛି ଜୀବନ ବ୍ୟାପି ସାଧନା ସମ୍ମାନ । ଟାଇକୋଣ୍ଡୋ ଖେଳର ପ୍ରଚାର ପ୍ରସାର ଦିଗରେ ଚିର କାଳ ସାଧନା ପାଇଁ ଅନୁଗୋଳର ଦୁଷ୍ୟନ୍ତ ନାଥଙ୍କୁ ଏହି ସମ୍ମାନ ମିଳିଛି । ଅଧିକ ପଢନ୍ତୁ

author img

By

Published : Aug 6, 2023, 1:32 PM IST

Taekwondo Guru Dushyanta
Taekwondo Guru Dushyanta
ଦୁଷ୍ୟନ୍ତଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ

ଅନୁଗୋଳ: ଜିଲ୍ଲା ପାଇଁ ଗୌରବ ଆଣିଲେ ଟାଇକୋଣ୍ଡୋ ଗୁରୁ ଦୁଷ୍ୟନ୍ତ ନାଥ । ଟାଇକୋଣ୍ଡୋ କ୍ରୀଡାର ମୂଳଦୁଆ ପକାଇଥିବା ଗୁରୁ ଦୁଷ୍ୟନ୍ତ ନାଥଙ୍କୁ ମିଳିଛି ଜୀବନ ବ୍ୟାପି ସାଧନା ସମ୍ମାନ । ଟାଇକୋଣ୍ଡୋ ଖେଳର ପ୍ରଚାର ପ୍ରସାର ଦିଗରେ ଚିର କାଳ ସାଧନା ପାଇଁ ତାଙ୍କୁ ସାରା ରାଜ୍ୟର ଏକ ମାତ୍ର ଗୁରୁ ଭାବେ ଏହି ସମାନ ପ୍ରଦାନ କରିଛନ୍ତି ଭାରତ ବର୍ଷରେ ଟାଇକୋଣ୍ଡୋ କ୍ରୀଡାର ମୂଳଦୁଆ ପକାଇ ଥିବା ଗୁରୁ ଜିମି ଆର ଜଗତିଆନି । ଲକ୍ଷ୍ନୌ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାର ଏକ ମାତ୍ର ଗୁରୁ ଭାବେ ଏହି ସମ୍ମାନ ଅର୍ଜନ କରିଛନ୍ତି ଗୁରୁ ଦୁଷ୍ୟନ୍ତ ନାଥ ।

ଏହା ମଧ୍ୟ ପଢନ୍ତୁ-୩୫ତମ ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା ଆରମ୍ଭ, ଭାଗ ନେଲେ ୨୪ ଜିଲ୍ଲାରୁ ୯୧୨ ପ୍ରତିଯୋଗୀ

ଟାଇକୋଣ୍ଡୋ କ୍ରୀଡାର ପ୍ରଚାର ପ୍ରସାର ଓ ଏହି କ୍ରୀଡାରେ ନୂଆ ନୂଆ କ୍ରୀଡ଼ାବିତ ସୃଷ୍ଟି କରାଇବାରେ ଦୁଷ୍ୟନ୍ତଙ୍କ ପ୍ରଚେଷ୍ଟା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଲକ୍ଷ୍ନୌର ଲାଲବାଗ ଏଲୋର ବଣ୍ଟି ହଲରେ ଆୟୋଜିତ ଉତ୍ସବ ଟାଇକୋଣ୍ଡୋ ଅଫ ଇଣ୍ଡିଆର 47 ତମ ପ୍ରତିଷ୍ଠା ଦିବସରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଉତ୍ତର ପ୍ରଦେଶ ମନ୍ତ୍ରୀ ପବନ ସିଂ ଚୌହାନ ଓ ଗୁରୁ ଜିମି ଆର ଜଗତିଆନିଙ୍କ ଠାରୁ ଦୁଷ୍ୟନ୍ତ ଏପରି ସମ୍ମାନ ଗ୍ରହଣ କରିଛନ୍ତି । ଦୁଷ୍ୟନ୍ତଙ୍କ ଠାରୁ ଶିକ୍ଷା ଲାଭ କରି ଅନେକ ଛାତ୍ରଛାତ୍ରୀ ରାଜ୍ୟ ତଥା ଜିଲ୍ଲାର ଟେକ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଜାତୀୟ ଟାଇକୋଣ୍ଡ ଚମ୍ପିଆନସିପରେ ଚମକିଲେ ରାଉରକେଲା କ୍ରୀଡ଼ାବିତ୍‌

ଦୁଷ୍ୟନ୍ତଙ୍କ ନିରନ୍ତର ପ୍ରଚେଷ୍ଟା କାରଣରୁ ନୂଆ ନୂଆ କ୍ରୀଡା ପ୍ରତିଭା ମାନ ସୃଷ୍ଟି ହୋଇ ପାରିଛନ୍ତି । ଟାଇକୋଣ୍ଡୋ କ୍ରୀଡା ପାଇଁ ଦୁଷ୍ୟନ୍ତଙ୍କ ଏହି ସାଧନା ପାଇଁ ତାଙ୍କୁ ଏଭଳି ସମ୍ମାନ ମିଳିଛି । ଏହି ସମ୍ମାନର ଶ୍ରେୟ ଦୁଷ୍ୟନ୍ତ ଜିଲ୍ଲାବାସୀ ଓ ତାଙ୍କ ପ୍ରଶିକ୍ଷାର୍ଥୀ ମାନଙ୍କୁ ଦେଇଛନ୍ତି । ଲକ୍ଷ୍ନୌରୁ ଆସି ସେ ଅନୁଗୋଳ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ତାଙ୍କର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଭାବେ ଶୁଭେଚ୍ଛା ଜଣାଇଥିଲେ ।

ଟାଇକୋଣ୍ଡୋ ଗୁରୁ ଦୁଷ୍ୟନ୍ତ ନାଥ କହିଛନ୍ତି ଯେ, ମୋତେ ଟାଇକୋଣ୍ଡୋ ଖେଳରେ ଜୀବନ ବ୍ୟାପି ସାଧନା ସମ୍ମାନ ମିଳିଛି । ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟାଇକୋଣ୍ଡୋ କ୍ରୀଡାର ମୂଳଦୁଆ ପକାଇ ଥିବା ଗୁରୁ ଜିମି ଆରଜଗତିଆନି ମୋତେ ସମ୍ମାନିତ କରିଥିଲେ । ଓଡିଶାରୁ କେବଳ ମୋତେ ମିଳିଛି । ଏଥି ମୁଁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଉଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.