ETV Bharat / state

ଭରତପୁର ମାଟି ଧସିବା ଘଟଣା: ଜଣେ ମୃତ ଶ୍ରମିକ ଉଦ୍ଧାର, ଏବେ ବି 3 ନିଖୋଜ - କୋଇଲା ଖଣି

ଅନୁଗୋଳ ଭରତପୁର କୋଇଲା ଖଣିରେ ମାଟି ଖସିବା ଘଟଣା । ଉଦ୍ଧାର ହେଲା ଜଣଙ୍କ ମୃତଦେହ । ଆହୁରି ତିନିଜଣ ଶ୍ରମିକ ଫସି ରହିଥିବା ଆଶଙ୍କା । ସେପଟେ ଉପଯୁକ୍ତ କ୍ଷତି ପୂରଣ ଦାବିରେ ମୃତଦେହ ରଖି ଅଡି ବସିଛନ୍ତି ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 24, 2019, 7:58 AM IST

Updated : Jul 24, 2019, 10:09 PM IST

ଅନୁଗୋଳ: ଭରତପୁର କୋଇଲା ଖଣିରେ ମାଟି ଖସିବା ଘଟଣା । ଉଦ୍ଧାର ହେଲା ଜଣଙ୍କ ମୃତଦେହ । ଆହୁରି ତିନିଜଣ ଶ୍ରମିକ ଫସି ରହିଥିବା ଆଶଙ୍କା । ଉଦ୍ଧାର ଶ୍ରମିକ ଜଣକ କୁକୁଡାଙ୍ଗ ଗାଁର ପପୁନ ବିଶ୍ବାଳ । ମୃତଦେହକୁ ରଖି କୁକୁଡାଙ୍ଗ ଗ୍ରାମବାସୀ ଉପଯୁକ୍ତ କ୍ଷତିପୂରଣ ଦାବି କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଗତକାଲି ରାତିରେ ଖଣିରେ ବ୍ଲାଷ୍ଟ ହୋଇ ମାଟି ଅତଡା ଧସିଯିବାରୁ 13 ଜଣ ଶ୍ରମିକ ଫସିରହିଥିଲେ । ସେମାନଙ୍କ ମଧ୍ୟରୁ 9 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ 4 ଜଣ ଶ୍ରମିକ ନିଖୋଜ ଥିଲେ। ଗତକାଲି(ମଙ୍ଗଳବାର) ରାତିରେ ମାଟି ଲୋଡିଙ୍ଗ ପାଇଁ 8ଟି ଗାଡି ଓ 15ରୁ ଅଧିକ କର୍ମଚାରୀ ଲୋଡିଙ୍ଗ କାର୍ଯ୍ୟରେ ଲାଗିଥିଲେ । ଏହି ସମୟରେ ପ୍ରାୟ 5ଶହ ମିଟର ଫୁଟ ଉପରୁ ବିରାଟ ମାଟି ଅତଡା ଖସି ପଡିଥିଲା । ଫଳରେ ମାଟି ଅତଡା ତଳେ ଥିବା 4ରୁ 5ଟି ଗାଡି ପୋତି ହୋଇଯାଇଥିବାବେଳେ ଅନେକ ଶ୍ରମିକ ଦବି ହୋଇଯାଇଥିଲେ । ତେବେ କୌଶଳକ୍ରମେ 9 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ, ଏବେ ବି ମାଟି ଅତଡା ଖସୁଥିବାରୁ ଖଣି ଚାରି ପାଖରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି । ଫଳରେ ପୁଣି ଥରେ ଅଘଟଣ ଆଶଙ୍କା କରାଯାଇ ପୋଲିସ ସ୍ଥାନୀୟ ଲୋକଙ୍କୁ ଖଣି ନିକଟକୁ ଛଡାଯାଉନାହିଁ ।

ଆଜି ସକାଳୁ ଉଦ୍ଧାର କାର୍ଯ୍ୟକୁ ଚାଲୁ ରଖା ଯାଇଛି । ଘଟଣାସ୍ଥଳରେ ଅନୁଗୋଳ ଜିଲ୍ଲାପାଳ, ଏସପି, ଡ଼ିଆଇଜି ଓ ଏମ୍ସିଏଲର ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଘଟଣାସ୍ଥଳରେ ରହି ତଦାରଖ କରୁଛନ୍ତି । ଏମ୍ସିଏଲର ରେସ୍କୁ ଟିମ ଦିନ ତମାମ ଲାଗି ପଡିଥିବା ବେଳେ ସନ୍ଧ୍ୟାରେ ମଧ୍ୟ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯାଇ ଉଦ୍ଧାର କାର୍ଯ୍ୟ ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ଜଣେ ଶ୍ରମିକ ଉଦ୍ଧାର ହୋଇଥିବାବେଳେ ଏବେ ବି 3 ଜଣ ଶ୍ରମିକ ନିଖୋଜ ।

ଅନ୍ୟ ପକ୍ଷରେ ଏହି ଘଟଣାକୁ ତାଳଚେର ସୁରକ୍ଷା ମଞ୍ଚ ଓ ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏମସିଏଲର ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ ଏଭଳି ଘଟଣା ଘଟୁଛି । ନିରୀହ ଶ୍ରମିକମାନେ ମୃତ୍ୟୁବରଣ କରୁଛନ୍ତି । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ଜଣାଇଛନ୍ତି । ଏଥିସହ ମୃତକ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:କୋଳିଲା ଖଣିରେ ଧସିଲା ମାଟି । ଖଣି ଭିତରେ 15 ଅଧିକ ଚାପି ହୋଇଥିବା ସୂଚନା । ତଳଚେର ଭରତପୁର କଣି ରେ ଘଟିଛି ଏହି ଦୁର୍ଘଟଣା ।Body:କୋଇଲା ଖଣି ରେ ଅଘଟଣ । ମାଟି ଧସି 15 ରୁ ଅଧିକ ଚାପି ହୋଇଥିବା ସୂଚନା । ଅନୁଗୋଳ ଜିଲା ତଳଚେର କୋଇଲା ଖଣିରେ ଘଟିଛି ଏହି ଅଘଟଣ । ମହାନଦୀ କୋଲଫିଲଡ଼ ର ଭରତପୁର କୋଇଲା ଖଣିରରେ ଘିଟିଛି ଏହି ଅଘଟଣ । ପ୍ରାୟ 300 ମିଟର ଅଞ୍ଚଳ ରେ ଏହି ମାଟି ଧସି ଥିବା ଅନୁମାନ କରାଯାଉଛି । ମାଟି ଓ କୋଇଲା ତଳେ ଲୋକଙ୍କ ସହ ଅନେକ ଗାଡି ଓ କୋଇଲା ଖୋଲା ମେସିନ ଚାପି ହୋଇ ରହିଥିବା ସୂଚନା ମିଳିଛି ।Conclusion:
Last Updated : Jul 24, 2019, 10:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.