ETV Bharat / state

ଭୂମିହୀନଙ୍କୁ ପଟ୍ଟା ଦେବାକୁ ନେଇ ବିବାଦ, ତହସିଲ କାର୍ଯ୍ୟାଳୟ ଘେରାଉ

ଭୂମିହୀନଙ୍କୁ ପ୍ରଶାସନ ତରଫରୁ ଦିଆଯାଇଥିବା ଜମିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଏହାର ପ୍ରତିବାଦ କରି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶହେଟି ପରିବାର । ଅଧିକ ପଢ଼ନ୍ତୁ

ଭୂମିହୀନଙ୍କୁ ପଟ୍ଟା ଦେବାକୁ ନେଇ ବିବାଦ : ପ୍ରଶାସନ ନିକଟରେ ଫେରାଦ ହେଲେ ଦୁଇ ଗୋଷ୍ଠୀ
ଭୂମିହୀନଙ୍କୁ ପଟ୍ଟା ଦେବାକୁ ନେଇ ବିବାଦ, ତହସିଲ କାର୍ଯ୍ୟାଳୟ ଘେରାଉ
author img

By

Published : Jul 19, 2022, 10:55 AM IST

ଅନୁଗୋଳ: ଭୂମିହୀନଙ୍କୁ ପ୍ରଶାସନ ତରଫରୁ ଦିଆଯାଇଥିବା ଜମିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ । ଏହାର ପ୍ରତିବାଦ କରି ଶତାଧିକ ଗ୍ରାମବାସୀ ଅନୁଗୋଳ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ । ଅନୁଗୋଳ ବ୍ଲକର ନୂଆ ମୌଜା ପଞ୍ଚାୟତରେ ବସବାସ କରୁଥିବା ପ୍ରାୟ ୧୦୦ଟି ପରିବାରକୁ ପ୍ରଶାସନ ତରଫରୁ ଜମି ଯୋଗାଇ ଦିଆଯାଇଛି । ସେହି ପରିବାର ଗୁଡିକ ନୂଆ ମୌଜା ଠାରେ ଥିବା ସରକାରୀ ଜାଗାରେ ବସ୍ତି କରି ରହିଛନ୍ତି ।

ଭୂମିହୀନଙ୍କୁ ପଟ୍ଟା ଦେବାକୁ ନେଇ ବିବାଦ, ତହସିଲ କାର୍ଯ୍ୟାଳୟ ଘେରାଉ

ତେଣୁ ସେମାନଙ୍କୁ ଶ୍ୟାମସୁନ୍ଦରପୁର ଗାଁ ନିକଟରେ ଥିବା ପ୍ରାୟ ୬ଏକର ଜମିରେ ପଟ୍ଟା ଦିଆଯାଇଛି । ହେଲେ ଶ୍ୟାମ ସୁନ୍ଦରପୁର ଗାଁର ଲୋକେ ସେଠାରେ ଜମି ଛାଡିବାକୁ ଚାହୁଁ ନାହାଁନ୍ତି । ସେହି ଜମିରେ ସେମାନେ ନିଜର ଗାଈଗୋରୁ ଚରାଉଛନ୍ତି । ସେହି ରାସ୍ତା ଦେଇ ବିଭିନ୍ନ କାମରେ ଲୋକେ ଜଙ୍ଗଲକୁ ଯାଉଛନ୍ତି । ତେଣୁ ସେହି ଜମି ଛାଡିଦେଲେ ଗ୍ରାମବାସୀଙ୍କ ବହୁ ଅସୁବିଧା ହେବ ବୋଲି କହିଛନ୍ତି ଗ୍ରାମବାସୀ ।

ଏନେଇ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତହସିଲଦାର କୌଣସି ପରିସ୍ଥିତିରେ ସେହି ଜମି ଗାଁ ଲୋକଙ୍କୁ ଛଡ଼ାଯିବ ନାହିଁ କହି ଏଡାଇ ଯାଇଛନ୍ତି । ଅନ୍ୟପକ୍ଷରେ ପଟ୍ଟା ପାଇଥିବା ଶତାଧିକ ମହିଳା ତହସିଲ କାର୍ଯ୍ୟାଳୟକୁ ଆସି ସେଠାରେ ଆମେ ରହିବୁ ନାହିଁ । ଆମେ ଯେଉଁ ଜାଗାରେ ଅଛୁ ସେହି ଜାଗାରେ ରହିବାକୁ ଦିଆଯାଉ । କାରଣ ଜଙ୍ଗଲ ନିକଟରେ ରହିଲେ ଆମେ ଖାଇବୁ କଣ । କାମଧନ୍ଦା କେଉଁଠି କରିବୁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ଏଭଳି ପରିସ୍ଥିତିକୁ ନେଇ ପ୍ରଶାସନ ଅଡୁଆ ପରିସ୍ଥିତିରେ ପଡ଼ିଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.