ETV Bharat / state

ଖରା ଆରମ୍ଭରୁ କନ୍ଦାଇଲାଣି ଜଳକଷ୍ଟ, ପାଣି ପାଇଁ ଦହଗଞ୍ଜ କୁଇଓ ଗାଁ ଲୋକ

author img

By

Published : Apr 10, 2023, 4:30 PM IST

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ କୁଇଓ ଜଙ୍ଗଲ ମୌଜାରେ ପାଣି ସମସ୍ୟା ଭୋଗୁଛନ୍ତି ଲୋକେ । ଖରା ଆରମ୍ଭରୁ କନ୍ଦାଇଲାଣି ଜଳକଷ୍ଟ । ଅଧିକ ପଢନ୍ତୁ

people facing water problem
ଖରା ଆରମ୍ଭରୁ କନ୍ଦାଇଲାଣି ଜଳକଷ୍ଟ
ଖରା ଆରମ୍ଭରୁ କନ୍ଦାଇଲାଣି ଜଳକଷ୍ଟ

ଅନୁଗୋଳ: ଗ୍ରୀଷ୍ମ ଆରମ୍ଭରୁ ଜିଲ୍ଲାରେ ଦେଖା ଦେଲାଣି ଜଳକଷ୍ଟ । ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା । ପ୍ରବଳ ଖରା ଯୋଗୁ ଅଧିକାଂଶ କୂଅ ପୋଖରୀ ଶୁଖି ଗଲାଣି । ଏଭଳି ପରିସ୍ଥିତିରେ ପାନୀୟ ଜଳ ସମସ୍ୟା ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡା ସାଜିଛି । ବଅଁରପାଳ ବ୍ଲକ କୁଇଓ ଜଙ୍ଗଲ ମୌଜାର ଲୋକେ ଜଳ ସମସ୍ୟା ଭୋଗୁଛନ୍ତି । ମୌଜାରେ ହଜାରରୁ ଅଧିକ ଲୋକ ବସବାସ କରୁଥିଲେ ମଧ୍ୟ ପିଇବା ପାଣିର କୌଣସି ସୁବିଧା ନଥିବାରୁ ପାଇବା ପାଣି ପାଇଁ ଦହଗଞ୍ଜ ହେଉଛନ୍ତି ଗ୍ରାମବାସୀ ।

ଜିଲ୍ଲା ବଅଁରପାଳ ବ୍ଲକର କୁଇଓ ଜଙ୍ଗଲ ମୌଜା । ଏଠାରେ ପ୍ରାୟ ଦେଢ଼ ଶହ ପରିବାରର ହଜାରରୁ ଅଧିକ ଲୋକ ବସବାସ କରନ୍ତି । କିନ୍ତୁ ସେମାନଙ୍କ ପାଇଁ ପିଇବା ପାଣିର କୌଣସି ସୁବିଧା ନାହିଁ। ଗାଁରେ ଏକମାତ୍ର ଖୋଲା କୂଅ ସେମାନଙ୍କ ଭରସା । ଫେବୃଆରୀ ମାସରୁ ହିଁ କୂଅ ଶୁଖି ଯାଉଛି । ବହୁ କଷ୍ଟ କରି ମହିଳାମାନେ ପ୍ରାୟ ୫୦ଫୁଟ ତଳୁ ପାଣି ଟାଣୁଛନ୍ତି । ଗାଁ ମଝିରେ ଥିବା ଏକମାତ୍ର ନଳକୂଅରୁ ପାଣି ବାହାରୁ ନାହିଁ । ଘଣ୍ଟାଏ ଅପେକ୍ଷା କଲେ ବାଲ୍‌ଟିଏ ପାଣି ବାହାରୁଛି । ତାହା ପୁଣି ନାଲି ରଙ୍ଗ ଲୁହ ଗୁଣ୍ଡ ମିଶା ପାଣି । ଆଦୌ ପାନୀୟ ଉପଯୋଗୀ ନୁହେଁ । ତଥାପି ସକାଳ ହେଲେ ପାଣି ନେବାକୁ ଲମ୍ବା ଲାଇନ ଲାଗୁଛି । ଅନେକ ସମୟରେ ପାଣି ପାଇଁ ମହିଳାମାନଙ୍କ ମଧ୍ୟରେ ଝଗଡା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି । ପିଇବା ପାଣି ଛଡା ଗାଁ ନିକଟରେ ଥିବା ଏକ ନାଳରେ ଚୁଆ ଖୋଳିବାକୁ ପଡୁଛି । ହେଲେ ଏବେ ନାଳ ପାଣି ମଧ୍ୟ ଶୁଖି ଗଲାଣି । ପାଣି ପାଇଁ କଲବଲ ହେଉଛନ୍ତି କୁଇଓ ଜଙ୍ଗଲ ମୌଜାର ଲୋକେ ।

ଗାଁଟି କୋଇଲା ଖଣି ପାରିପର୍ଶ୍ୱରେ ଥିବାରୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଉଥିଲା । କିନ୍ତୁ ନିୟମିତ ଜଳ ଯୋଗାଣ ହେଉନାହିଁ । ବସୁଧା ଯୋଜନାରେ ଗାଁକୁ ପାଇପ ଯୋଗେ ଜଳ ଯୋଗାଣ ପାଇଁ ନିକଟସ୍ଥ ଜାମୁନାଳି ଗାଁରେ ଓଭର ହେଡ ଟ୍ୟାଙ୍କ ନିର୍ମାଣ କରାଯାଇଛି । ଦୁଇ ବର୍ଷରୁ ଅଧିକ ହେଲାଣି ଗାଁରେ ପାଇପ ବିଛା ଯାଇଛି । ଏବେ ଅନେକ ସ୍ଥାନରେ ସେହି ପାଇପ ଭାଙ୍ଗିରୁଜି ଗଲାଣି । ହେଲେ ଦିନକ ପାଇଁ ପାଣି ଟୋପାଏ ପାଇ ନାହାନ୍ତି ଲୋକେ । ବର୍ଷ ତମାମ ପାନୀୟ ଜଳର ଅଭାବ ରହିଥିଲେ ମଧ୍ୟ ବିଶେଷ କରି ଖରାଦିନ ଆସିଲେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଉଛି। ଏନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଗ୍ରାମବାସୀ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ କେବଳ ଗୋଟିଏ ଉତ୍ତର ମିଳୁଛି ପ୍ରାୟ ୮ଶହ କୋଟି ଟଙ୍କା ବ୍ୟୟରେ ଜିଲ୍ଲାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଚାଲିଛି । ତାହା ସମ୍ପୁର୍ଣ୍ଣ ହେଲେ ୨୫ରୁ ଅଧିକ ପଞ୍ଚାୟତ ପାଣି ପାଇବେ। ହେଲେ ଏହି ପ୍ରକଳ୍ପ ନିର୍ମାଣ କାମ ୨ବର୍ଷ ହେଲା ଚାଲିଛି । କାମ ଶେଷ ହେବା ପର୍ଯ୍ୟନ୍ତ ଜଳକଷ୍ଟ ଗାଁ ଗୁଡିକର ଲୋକେ ପାଣି ବିନା କେମିତି ବଞ୍ଚିବେ ସେନେଇ ପ୍ରଶ୍ନ ଉଠୁଛି ।

ଏବେଠୁ ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରୀକୁ ଛୁଇଁଲାଣି । ଆଗକୁ ଆହୁରି ଖରା ବଢିବ । ତେଣୁ କୁଇଓ ଜଙ୍ଗଲ ମୌଜା ଭଳି ଜଳକଷ୍ଟ ଗାଁଗୁଡିକୁ ତୁରନ୍ତ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରା ନଗଲେ ପରିସ୍ଥିତି ଭୟଙ୍କର ହେବା ଆଶଙ୍କା କରାଯାଉଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.