ଅନୁଗୋଳ : ତାଳଚେରରେ ନିର୍ମାଣ ହୋଇଥିବା ମେଡ଼ିକାଲ କଲେକରେ ତୁରନ୍ତ ନାମ ଲେଖା ପାଇଁ ଦାବି ହୋଇଛି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ତୁରନ୍ତ ନାମ ଲେଖା ନ ହେଲା ତାଳଚେରରୁ କୋଇଲା ନ ଛାଡିବାକୁ ଚେତାବନୀ ଦିଆଯାଇଛି ।
ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ସରକାର ଦାବି ସମ୍ପର୍କରେ ପ୍ରତୁଶୃତି ଦେଇ ନାହାନ୍ତି । ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ