ETV Bharat / state

ଅନୁଗୋଳରେ ବିରାଜିତ ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ, ଜାଣନ୍ତୁ କଣ ରହିଛି କିମ୍ବଦନ୍ତୀ - ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ

ବିଭିନ୍ନ ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରୁ ମା’ ହିଙ୍ଗୁଳାଙ୍କ ପୀଠ ହେଉଛି ଅନ୍ୟତମ । ସମଗ୍ର ଭାରତର ଏହା ଏଭଳି ଏକ ଶକ୍ତିପୀଠ ଯେଉଁଠି ଭକ୍ତଙ୍କ ଠାରୁ ଭଗବାନ ସିଧାସଳଖ ନୈବେଦ୍ୟ ଗ୍ରହଣ କରନ୍ତି ବୋଲି କିମ୍ବଦନ୍ତୀ ରହିଛି । ଲୋକକଥା ଅନୁସାରେ ଏହି ପୀଠର ସିଧାସଳଖ ସମ୍ପର୍କ ରହିଛି ଶ୍ରୀକ୍ଷେତ୍ର ସହ । କାରଣ ମା' ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ । ଅଧିକ ପଢନ୍ତୁ...

goddess-hingulas-nabaratra-puja-celebrated-in-angul
ଅନୁଗୋଳରେ ବିରାଜିତ ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ, ଜାଣନ୍ତୁ କଣ ରହିଛି କିମ୍ବଦନ୍ତୀ
author img

By

Published : Oct 9, 2021, 2:57 PM IST

ଅନୁଗୋଳ: ବିଭିନ୍ନ ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରୁ ମା' ହିଙ୍ଗୁଳାଙ୍କ ପୀଠ ହେଉଛି ଅନ୍ୟତମ । ସମଗ୍ର ଭାରତର ଏହା ଏଭଳି ଏକ ଶକ୍ତିପୀଠ ଯେଉଁଠି ଭକ୍ତଙ୍କ ଠାରୁ ଭଗବାନ ସିଧାସଳଖ ନୈବେଦ୍ୟ ଗ୍ରହଣ କରନ୍ତି ବୋଲି କିମ୍ବଦନ୍ତୀ ରହିଛି । ଲୋକକଥା ଅନୁସାରେ ଏହି ପୀଠର ସିଧାସଳଖ ସମ୍ପର୍କ ରହିଛି ଶ୍ରୀକ୍ଷେତ୍ର ସହ । କାରଣ ମା' ହେଉଛନ୍ତି ଶ୍ରୀମନ୍ଦିର ରୋଷଘରର ଠାକୁରାଣୀ । ଅଗ୍ନି ରୂପରେ ଶ୍ରୀକ୍ଷେତ୍ର ଛାଡି ତାଳଚେର ଗୋପାଳ ଗଡରେ ବିଜେ ହୋଇଛନ୍ତି ।

ଅନୁଗୋଳରେ ବିରାଜିତ ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ, ଜାଣନ୍ତୁ କଣ ରହିଛି କିମ୍ବଦନ୍ତୀ

ଏଠାରେ ମା' ହିଙ୍ଗୁଳା ଅଗ୍ନି ରୂପରେ ବିରାଜମାନ କରିଛନ୍ତି । ମା' ହିଙ୍ଗୁଳାଙ୍କ 12 ମାସରେ 13 ପର୍ବ ହୋଇଥିଲେ ମଧ୍ୟ ଚୈତ୍ର ମାସ ଶୁକ୍ଳ ପକ୍ଷର ବାର୍ଷିକ ଯାତ୍ରା ଓ ଦଶହରାରେ ହେଉଥିବା ନବରାତ୍ର ପୂଜାର ମହନୀୟତା ଅତ୍ୟନ୍ତ ସ୍ବତନ୍ତ୍ର । ଏଥର କୋରୋନା କଟକଣା ମା'ଙ୍କ ପୂଜାବିଧିରେ ବାଧକ ହୋଇଥିବାବେଳେ କେବଳ ବିଧି ଓ ପରମ୍ପରା ଅନୁସାରେ କଟକଣା ମଧ୍ୟରେ ମା’ଙ୍କୁ ପୂଜା କରାଯାଉଛି ।

ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ହିଙ୍ଗୁଳା । ଗୋପାଳ ଗଡରେ ମା' ପ୍ରକଟିତ । କୁହାଯାଏ ସତୀଙ୍କ ଅଂଶ ବିଶେଷ ହେଉଛନ୍ତି ମା' ହିଙ୍ଗୁଳା । ଶ୍ରୀକ୍ଷତ୍ର ରୋଷଘରର ଠାକୁରାଣୀ ସେ । ଅଗ୍ନି ରୂପରେ ଏଠାରେ ବିରାଜିତ । ଅଞ୍ଚଳବାସୀଙ୍କ ବିଶ୍ଵାସ ମା'ଙ୍କୁ ଡାକିଲେ ସେ ଡାକ ଶୁଣନ୍ତି । ଚୈତ୍ର ମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନ ଚତୁର୍ଦ୍ଦଶୀରେ ମା'ଙ୍କ ବାର୍ଷିକ ପୁଜା ଅନୁଷ୍ଠିତ ହୁଏ । ସେହିଦିନ ମା' ଅଗ୍ନି ରୂପରେ ପ୍ରକଟ ହୁଅନ୍ତି । ୯ ଦିନ ଧରି ଅଗ୍ନି ରୂପରେ ପୁଜା ପାଆନ୍ତି ମା' । ଏହାଛଡ଼ା ଶାରଦୀୟ ପୂଜା ଆସିଲେ ଚଳ ଚଞ୍ଚଳ ହୋଇଉଠେ ମା'ଙ୍କ ପୀଠ । ସମସ୍ତ ରିତୀନିତୀରେ ନବରାତ୍ର ପୁଜା ହୁଏ । ଷୋଡ଼ଶ ଉପଚାରରେ ମା'ଙ୍କ ପୁଜା କରାଯାଏ । ଏଠାକାର ବିଶେଷତ୍ତ୍ବ ହେଲା ଯେ ମା'ଙ୍କ ଖଡ୍ଗ, ଚକ୍ର ଆଦି ଯେତେ ଅସ୍ତ୍ର ରହିଛି ସବୁ କିଛି ନବରାତ୍ରରେ ପୂଜା କରାଯାଏ ।

ନବରାତ୍ରି ପାଇଁ ନଅ ଦିନ ବ୍ୟାପୀ ଏଠାରେ ଚଣ୍ଡିପାଠ ଯଜ୍ଞ ଓ ସ୍ବତନ୍ତ୍ର ପୁଜା ଅନୁଷ୍ଠିତ ହେଉଛି । ବିଶ୍ବାସ ରହିଛି ଏହି ନଅ ଦିନ ମା' ଚଣ୍ଡି ରୂପ ଧାରଣ କରନ୍ତି । ମା'ଙ୍କ ଠାରେ ଯିଏ ନବରାତ୍ରି ପୂଜା କରେ ତାର ସବୁ ମନସ୍କାମନା ପୂର୍ଣ୍ଣ ହୁଏ । ମା' ଅଗ୍ନିରୂପା ଓ ପ୍ରଚଣ୍ଡ ଶକ୍ତିର ଅଧିକାରିଣୀ ହୋଇଥିବାରୁ ଏଠାକାର ନବରାତ୍ରି ପୂଜା ସମ୍ପୂର୍ଣ୍ଣ ଭିନ୍ନ ।

ମା' ହିଙ୍ଗୁଳା ବହୁ ପ୍ରତକ୍ଷ୍, ଶକ୍ତିରୂପିଣୀ ଓ ବରଦାୟିନୀ । ସେ କେତେବେଳେ କେଉଁ ରୂପରେ ବିରାଜମାନ କରନ୍ତି ତାହା ସମସ୍ତଙ୍କୁ ଅଗୋଚର ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.