ETV Bharat / state

ଢମଣାକୁ ଗିଳିଲା ଅହିରାଜ, ଘର ଭିତରୁ ଉଦ୍ଧାର କଲା ଟିମ

author img

By

Published : Apr 11, 2022, 10:56 PM IST

ସାପକୁ ଗିଳିଲା ସାପ । ବିଷଧର ଅହିରାଜ ଗିଳି ଦେଲା ଢମଣାକୁ । ଅଧିକ ପଢ଼ନ୍ତୁ

ଢମଣାକୁ ଗିଳିଲା ଅହିରାଜ
ଢମଣାକୁ ଗିଳିଲା ଅହିରାଜ

ଅନୁଗୋଳ : ସାପକୁ ଗିଳିଲା ସାପ । ବିଷଧର ଅହିରାଜ ଏକ ଢମଣାକୁ ଗିଳି ଦେଇଥିବା ନଜରକୁ ଆସିଛି । ସାପ ଆଉ ଏକ ସାପ ଖାଇବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ଗାଁରେ। ଏକ ୧୩ ଫୁଟର ଅହିରାଜ ସାପ ଏକ ୭ ଫୁଟ ଲମ୍ବର ଢମଣା ସାପକୁ ଗିଳି ଗାଁର ନଦିଆ ବେହେରାଙ୍କ ଶଙ୍ଗା ଉପରେ ଥିଲା । ପରିବାର ଲୋକେ ଘର ଭିତରେ ଏତେ ବଡ଼ ସାପ ଦେଖି ନିକଟସ୍ଥ ସାତକୋଶିଆ ବନବିଭାଗକୁ ଖବର ଦେଇଥିଲେ ।

ଢମଣାକୁ ଗିଳିଲା ଅହିରାଜ

ଖବରପାଇ ବନ କର୍ମଚାରୀ ଅନୁଗୋଳର ସର୍ପମିତ୍ର ଆଦିତ୍ୟ ବେହେରା ଓ ସର୍ପ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅହିରାଜ ସାପକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପୂର୍ବରୁ ଗିଳିଥିବା ଢମଣା ସାପଟିକୁ ଅହିରାଜ ବାହାର କରି ଦେଇଥିଲା । ସେତେବେଳକୁ ଢମଣା ସାପଟି ମରି ସାରିଥିଲା ଏବଂ ଢମଣା ସାପଟି ପୂର୍ବରୁ ଖାଇଥିବା ଏକ ମଲା କୁକୁଡ଼ା ବାହାରିଥିଲା । ପରବର୍ତ୍ତୀ ସମୟରେ ସାପଟିକୁ ଟିକରପଡ଼ା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି । ପରେ ବନକର୍ମଚାରୀଙ୍କ ଉପସ୍ଥିତିରେ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିଲା ।

ଢମଣାକୁ ଗିଳିଲା ଅହିରାଜ
ଢମଣାକୁ ଗିଳିଲା ଅହିରାଜ

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.