ETV Bharat / state

କେନ୍ଦୁପତ୍ର ବୋଝେଇ ଗାଡିକୁ ମାଡି ବସିଲା ବନ ବିଭାଗ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳନ କୋଶଳା ଗାଁ ନିକଟରୁ ବନବିଭାଗ ବିପୁଳ ପରିମାଣରେ ଚୋରା କେନ୍ଦୁପତ୍ର ଜବତ କରିବା ସହ ବୋଝେଇ ଗାଡିକୁ ଅଟକାଇବାରେ ସଫଳ ହୋଇଛି । ଅଧିକ ପଢନ୍ତୁ

author img

By

Published : Jun 5, 2022, 4:02 PM IST

କେନ୍ଦୁପତ୍ର ବୋଝେଇ ଗାଡି କୁ ମାଡି ବସିଲା ବନ ବିଭାଗ
Kendu leaf seized from Angul

ଅନୁଗୋଳ: ଛେଣ୍ଡିପଦା ବନାଞ୍ଚଳ କୋଶଳା ଗାଁ ନିକଟରୁ ବନ ବିଭାଗ ବିପୁଳ ପରିମାଣରେ ଚୋରା କେନ୍ଦୁପତ୍ର ଜବତ କରିଛି । ବିଳମ୍ବିତ ରାତ୍ରିରେ କୌଣସି ସୂତ୍ରରୁ ଖବର ପାଇ ଛେଣ୍ଡିପଦା ବନବିଭାଗ ଏକ କେନ୍ଦୁପତ୍ର ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ଧରିବାରେ ସଫଳ ହୋଇଛି । ବନ ବିଭାଗର ସୂଚନା ଅନୁସାରେ ଦୁଇଟି ପିକ୍ ଅପ୍ ଭ୍ୟାନ୍ କଣିହାଁ ଅଞ୍ଚଳରୁ ବ୍ରାହ୍ମଣବିଲ୍ ଦେଇ ବାହାରକୁ କେନ୍ଦୁପତ୍ର ଚାଲାଣ ହେଉଥିବା ଖବର ପାଇଥିଲା ।

କେନ୍ଦୁପତ୍ର ବୋଝେଇ ଗାଡି କୁ ମାଡି ବସିଲା ବନ ବିଭାଗ

ଏଥିପାଇଁ ବିଭାଗ ଅଧିକାରୀ ମାନେ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତେବେ ବନ ବିଭାଗକୁ ଦେଖି ଉଭୟ ଗାଡି ଫେରାର ହୋଇଯିବା ପାଇଁ ଚେଷ୍ଟା କରିଥିଲେ । ଘଟଣା ସ୍ଥଳରେ ଛେଣ୍ଡିପଦା ବନବିଭାଗ ଗାଡ଼ିକୁ ପିଛା କରି କୋଶଳା ନିକଟରେ ଗୋଟିଏ କେନ୍ଦୁପତ୍ର ବୋଝେଇ ଗାଡ଼ିକୁ ଅଟକାଇବାରେ ସଫଳ ହୋଇଥିଲା ।ଅନ୍ୟପଟେ ଆଉ ଏକ ଗାଡି ଫେରାର ହୋଇଥିବା ସୂଚନା ମିଳିଛି ।

ଛେଣ୍ଡିପଦା ବନବିଭାଗ ଜବତ ଗାଡିକୁ କାର୍ଯ୍ୟାଳୟକୁ ଆଣି ଯାଞ୍ଚ କରିବା ବେଳେ ଗାଡ଼ିରେ ୨୩୫ ପ୍ୟାକେଟ କେନ୍ଦୁପତ୍ର ଥିବା ଦେଖିବାକୁ ମିଳିଥିଲା । ଏହି ଗାଡିର ଚାଳକ ମଧ୍ୟ ଫେରାର ହୋଇ ଯାଇଥିବା ବେଳେ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.