ETV Bharat / state

ସ୍ୱାସ୍ଥ୍ୟସେବାର ବାସ୍ତବତା ନିରୀକ୍ଷଣ କଲା କାୟାକଳ୍ପ ଟିମ - ସ୍ୱାସ୍ଥ୍ୟସେବା

ସ୍ୱାସ୍ଥ୍ୟ ସେବାର ବାସ୍ତବତା ନିରୀକ୍ଷଣ କଲା କାୟାକଳ୍ପ ଟିମ । ମୁଖ୍ୟ ଡାକ୍ତରଖାନା ସମେତ ବିଭିନ୍ନ ଉପଖଣ୍ଡରେ ଡାକ୍ତରଖାନା ବୁଲି ସମସ୍ତ ବ୍ୟବସ୍ଥା ଦେଖିଲେ ଟିମର ସଦସ୍ୟ । ଅଧିକ ପଢନ୍ତୁ...

kayakalpa team visited anugul district hospital
ସ୍ୱାସ୍ଥ୍ୟସେବାର ବାସ୍ତବତା ନିରୀକ୍ଷଣ କଲା କାୟାକଳ୍ପ ଟିମ
author img

By

Published : Jan 11, 2021, 10:41 PM IST

ଅନୁଗୋଳ: ତିନି ଦିନିଆ ଅନୁଗୋଳ ଗସ୍ତରେ କାୟାକଳ୍ପ ଟିମ । ଟିମର ୩ଜଣ ସଦସ୍ୟ ବିଭିନ୍ନ ସରକାରୀ ଡାକ୍ତରଖାନାରେ ବୁଲି ବୁଲି ସ୍ଥିତି ପରଖିଛନ୍ତି । ବିଶେଷ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କେତେ ଦୁର ଅଗ୍ରଗତି କରିଛି ସେନେଇ ପୁଙ୍ଖାନୁପୁଙ୍ଖ ଦେଖୁଛନ୍ତି ଟିମର ସଦସ୍ୟ। ଡାକ୍ତରଖାନାର ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଡ଼ାକ୍ତରଖାନାରେ ବର୍ଜ୍ୟବସ୍ତୁ ପରିଚାଳନା, ବିଭିନ୍ନ ଓ୍ବାର୍ଡରେ ପରିଷ୍କାର ପରିଛନ୍ନତା, ସଂକ୍ରମଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ ଆଦି ଦେଖିଛନ୍ତି।

ସ୍ୱାସ୍ଥ୍ୟସେବାର ବାସ୍ତବତା ନିରୀକ୍ଷଣ କଲା କାୟାକଳ୍ପ ଟିମ

ଅନୁଗୋଳ ମୁଖ୍ୟ ଡାକ୍ତରଖାନା ସମେତ ବିଭିନ୍ନ ଉପଖଣ୍ଡରେ ମଧ୍ୟ ଏହି ସବୁ ବ୍ୟବସ୍ଥା ଦେଖିବାର କାର୍ଯ୍ୟକ୍ରମ ରହିଛି। ଏହି ଟିମ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଆବର୍ଜନା ପରିଚାଳନାରେ ନିୟୋଜିତ କର୍ମଚାରୀମାନେ କିଭଳି ଆବର୍ଜନା ପରିଚାଳନା କରୁଛନ୍ତି ସେ ନେଇ ମଧ୍ୟ ତଥ୍ୟ ସଂଗ୍ରହ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.