ETV Bharat / state

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାୟାକଳ୍ପ ଟିମ୍: ସମସ୍ୟା ପଚାରିଲେ, ସ୍ବଚ୍ଛତା ପରଖିଲେ - ସମସ୍ୟା ପଚାରିଲେ

ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ କାୟାକଳ୍ପ ଟିମ୍ । ମେଡ଼ିକାଲର ବିଭିନ୍ନ ୱାର୍ଡ଼ ବୁଲିବା ସହ ସମସ୍ୟା ବିଷୟରେ ରୋଗୀଙ୍କୁ ପଚାରି ବୁଝିଥିଲେ ଟିମ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଅନୁଗୋଳ
author img

By

Published : Sep 21, 2019, 1:13 PM IST

ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଛନ୍ତି କାୟାକଳ୍ପ ଟିମ୍ । ମେଡିକାଲର ବିଭିନ୍ନ ଓ୍ବାର୍ଡ ବୁଲିବା ସହ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଏହି ଟିମ୍ । ପରିଦର୍ଶନ ଟିମରେ ତିନି ଜଣ ସଦସ୍ୟ ରହିଥିବାବେଳେ ରୋଗୀସେବା ଓ ପରିଚାଳନା ନେଇ ସଦସ୍ୟମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଅନ୍ୟପଟେ ଡ୍ରେନେଜ ବ୍ୟବସ୍ଥା ଓ ପାଚେରି ଚତୁଃପାର୍ଶ୍ବ ଜବରଦଖଲ ଥିବା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି । କେନ୍ଦୁଝର ଏଡିଏମ୍‌ଓ ଡାକ୍ତର ଗୌରପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ଏହି ଟିମ୍‌ ଅନୁଗୋଳ ଆସିଥିଲେ । ମେଡିକାଲ ପରିସରରେ 5ମ ମହଲାରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗ ପରିଦର୍ଶନ କରିବା ସହ 3ୟ ମହଲାରେ ରୋଗୀଙ୍କୁ ସମସ୍ୟା ବିଷୟରେ ପଚାରିଥିଲେ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଅନୁଗୋଳ

କେତେକ ପୁରୁଣା ୱାର୍ଡ ସହ ମେଡିକାଲର ଆନୁଷଙ୍ଗିକ ବ୍ୟବସ୍ଥା କିପରି ଚାଲିଛି ତାହା ମଧ୍ୟ ପରିଦର୍ଶନ କରିଛନ୍ତି ଟିମ୍ । ପରେ ସ୍ବଚ୍ଛତା, ସଫେଇ, ବର୍ଜ୍ୟବସ୍ତୁ ପରିଚାଳନା ଓ ଭିତ୍ତିଭୂମି, ରୋଗୀ ସେବା, କର୍ମଚାରୀଙ୍କ ବ୍ୟବହାର ଅନୁଧ୍ୟାନ କରିଥିଲେ । ଏଥିସହ ତୁରନ୍ତ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ସହ ଚତୁଃପାର୍ଶ୍ବରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ କାୟାକଳ୍ପ ଟିମ୍‌ର ୩ ଜଣିଆ ସଦସ୍ୟ ପରିଦର୍ଶନ କରିଛନ୍ତି। ସେମାନେ ମେଡିକାଲର ବିଭିନ୍ନ ଓ୍ବାର୍ଡ ବୁଲିବା ପରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତିBody:। ତେବେ ରୋଗୀସେବା ଓ ପରିଚାଳନା ନେଇ ଉକ୍ତ ଟିମ୍‌ ସଦସ୍ୟମାନେ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଡ୍ରେନେଜ ବ୍ୟବସ୍ଥା ଓ ପାଚେରି ଚତୁଃପାର୍ଶ୍ୱ ଜବରଦଖଲ ଦେଖି ଖପ୍ପା ହୋଇଥିଲେ।
କେନ୍ଦୁଝର ଏଡିଏମ୍‌ଓ ମେଡିକାଲ ଡାକ୍ତର ଗୌରପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏହି ଟିମ୍‌ ଅନୁଗୋଳ ଆସିଥିଲେ । ମେଡିକାଲ ପରିସରରେ ୫ମ ମହଲାରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗ ପରିଦର୍ଶନରେ ଯାଇଥିଲେ। ୩ୟ ମହଲାରେ ରୋଗୀଙ୍କୁ ଭେଟି ଆଲୋଚନା କରିଥିଲେ। କେତେକ ପୁରୁଣା ୱାର୍ଡ ସହ ମେଡିକାଲର ଆନୁଷଙ୍ଗିକ ବ୍ୟବସ୍ଥା କିପରି ଚାଲିଛି ତାହା ପରିଦର୍ଶନ କରିଥିଲେ। ପରେ ସ୍ବଚ୍ଛତା, ସଫେଇ, ବର୍ଯ୍ୟବସ୍ତୁ ପରିଚାଳନା ଓ ଭିତ୍ତିଭୂମି, ରୋଗୀ ସେବା, କର୍ମଚାରୀଙ୍କ ବ୍ୟବହାର ଅନୁଧ୍ୟାନ କରିଥିଲେ। Conclusion:ଏଥିସହ ତୁରନ୍ତ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ସହ ଚତୁଃପାର୍ଶ୍ୱରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ପରାମର୍ଶ ଦେଇଥିବା ଜଣାପଡ଼ିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.