ETV Bharat / state

ସବୁଜିମା ପ୍ରେମରେ ଜେରେଙ୍ଗ ଦେହୁରୀସାହି ବାସୀ, ୩୨ ବର୍ଷରେ ହେଲା ଜଗୁଛନ୍ତି ଜଙ୍ଗଲ - ଜଙ୍ଗଲ ପ୍ରେମରେ ଜେରେଙ୍ଗ ଦେହୁରୀସାହି ବାସୀ

ଜଙ୍ଗଲ ସୁରକ୍ଷାରେ ୩୨ ବର୍ଷ । ଜେରେଙ୍ଗ ଦେହୁରୀସାହି ବାସୀଙ୍କ ଚେଷ୍ଟା ବଳରେ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଛି ଲଣ୍ଡା ପାହାଡ । ଦେଖନ୍ତୁ ଏହି ରିପୋର୍ଟ

jerenga degurisahi villagers
jerenga degurisahi villagers
author img

By

Published : Mar 22, 2023, 4:30 PM IST

ସବୁଜିମା ପ୍ରେମରେ ଜେରେଙ୍ଗ ଦେହୁରୀସାହି ବାସୀ

ଅନୁଗୋଳ: ଦିନ ଥିଲା ସେଠାରେ କେବଳ କିଛି ଲତା ବୁଦା ଓ ଛୋଟ ମୋଟ ଅନବନା ଗଛ ଥିଲା । ହେଲେ ଆଜି ବିଶାଳକାୟ ଶାଳ, ସାଗୁଆନ, ଅସନ, ଧଉରା, ଖଇର ସମେତ ବହୁ ପ୍ରଜାତିର ଶହଶହ ଗଛ ଅଛି । ଘଞ୍ଚ ଜଙ୍ଗଲରେ ପରିଣତ ହୋଇ ଯାଇଛି । ସେଠାରେ ହରିଣ, କୁଟୁରା, ସମ୍ବର, ବାରହା ପରି ଅନେକ ବନ୍ୟଜନ୍ତୁ ରହୁଛନ୍ତି । ଜରପଡା ବନାଞ୍ଚଳର ଜେରେଙ୍ଗ ଦେହୁରୀସାହି ଗ୍ରାମବାସୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଆନ୍ତରିକତା ସହ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

ଗ୍ରାମବାସୀମାନେ ପ୍ରାୟ ୨ଶହ ହେକ୍ଟର ଜମିରେ ସୃଷ୍ଟି କରିଛନ୍ତି ଘଞ୍ଚ ଜଙ୍ଗଲ । ଜଙ୍ଗଲକୁ ଦେଖିଲେ ପେଟ ପୁରି ଯାଉଛି । ୩୨ ବର୍ଷର ତପସ୍ୟା ପରେ ଆଜି ତାହା ସମ୍ଭବ ହୋଇପାରିଛି । ୩୨ବର୍ଷ ପୂର୍ବେ ଗୋଟିଏ ଲଣ୍ଡା ପାହାଡ଼ ଏବଂ ପାହାଡ଼ ତଳେ ଲତା ବୁଦା। ଏଭଳି ଅବସ୍ଥା ଦେଖି ଜେରେଙ୍ଗ ଦେହୁରୀସାହିର କିଛି ଲୋକ ନିଜ ପାଇଁ ନିଜେ ଜଙ୍ଗଲ ସୃଷ୍ଟି କରିବାକୁ ସ୍ଥିର କଲେ । ୧୯୮୮ମସିହାରେ ସେମାନେ କୌଣସି ଗଛ ନଲଗାଇ କେବଳ ଜଙ୍ଗଲକୁ ଜଗିଲେ । ଦୁଇ ବର୍ଷ ଜଙ୍ଗଲକୁ ଜଗରଖା କରିବା ପରେ ଲୋକଙ୍କର ଜଙ୍ଗଲ ସୁରକ୍ଷା ପ୍ରତି ଥିବା ଆଗ୍ରହ ଦେଖି ବନ ବିଭାଗ ତରଫରୁ ସେଠାରେ ୧୯୯୦ରେ ଏକ ବନ ସୁରକ୍ଷା ସମିତି ଗଠନ କଲେ ।

ସେ ଦିନରୁ ଗ୍ରାମବାସୀ ଆଉ କେବେ ପଛକୁ ଫେରି ନାହାଁନ୍ତି । ନିଜ ପାଇଁ ନିଜେ ନୂଆ ନୂଆ ନିୟମ କରି ଜଙ୍ଗଲ ସୁରକ୍ଷା କରି ଆସୁଛନ୍ତି । ୩୨ବର୍ଷ ହେଲା ପ୍ରତ୍ୟକ ଦିନ ୧୦ଜଣ ଲେଖାଏଁ ଟାଙ୍ଗିଆ, ଠେଙ୍ଗା ଓ ଝାଡୁ ଧରି ସକାଳୁ ସଞ୍ଜ ଯାଏଁ ଜଙ୍ଗଲ ଭିତରେ ପଇଁତରା ମାରୁଛନ୍ତି । ଜଙ୍ଗଲ ଭିତରେ କାଠଚୋର ଓ ଜନ୍ତୁ ଶିକାରୀଙ୍କୁ ପୁରାଇ ଦେଉ ନାହାନ୍ତି । ଖରାଦିନେ ନିଆଁ ଲାଗିବାକୁ ଦେଉ ନାହାନ୍ତି । ସବୁଠାରୁ ବଡ଼ କଥା ହେଲା ୩୨ବର୍ଷ ଭିତରେ ଜଙ୍ଗଲରେ କେବେ ହେଲେ ନିଆଁ ଲାଗି ନାହିଁ । ଜଙ୍ଗଲରେ ବହୁ ସଂଖ୍ୟାରେ ଜନ୍ତୁ ବିଚରଣ କରୁଥିଲେ ମଧ୍ୟ କେବେ କୌଣସି ଜନ୍ତୁ ଶିକାର ହୋଇ ନାହିଁ ।

ଜେରେଙ୍ଗ ଦେହୁରୀସାହି ଗ୍ରାମବାସୀଙ୍କ କହିବା ଅନୁସାରେ, "ସେତେବେଳେ ରୋଷେଇ ପାଇଁ ଜାଳ କାଠର ଅଧିକ ବ୍ୟବହାର ହେଉଥିଲା । କିନ୍ତୁ ମିଳୁ ନଥିଲା। ଏହାଛଡା ଘର ତିଆରି ପାଇଁ କାଠ, ମହୁଲ, ଲାଖ, ଅଠା, ଝୁଣା କିଛି ପାଇ ପାରୁ ନଥିଲୁ । ଗାଁ ନିକଟରେ ଜଙ୍ଗଲ ଟିଏ ନଥିବାରୁ ଖରାଦିନେ ପ୍ରବଳ ଗରମ ଅନୁଭୂତ ହେଉଥିଲା । ତେଣୁ ଏସବୁ ଦୃଷ୍ଟିରୁ ଜଙ୍ଗଲ ସୃଷ୍ଟି କରିବା ଏବଂ ଜଙ୍ଗଲର ସୁରକ୍ଷା ନିହାତି ଆବଶ୍ୟକ ବୋଲି ଆମେ ହୃଦବୋଧ କରି ପାରିଲୁ। ସେଥିପାଇଁ ଆମେ ଆମ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛୁ। ଏଥିପାଇଁ ବହୁତ କଷ୍ଟ କରିବାକୁ ପଡିଛି । ଦୀର୍ଘ ୩୨ବର୍ଷ ଧରି ଦିନ ରାତି ଏକ କରି ଆମ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛୁ । ହେଲେ ଆମେ ବହୁତ ଉପକାର ପାଉଛୁ। ଜଙ୍ଗଲକୁ ଦେଖିଲେ ବହୁତ ଆନନ୍ଦ ମିଳୁଛି । ଗ୍ରାମବାସୀଙ୍କ ଦୁଖଃ ଯେ ବନ ବିଭାଗ ତରଫରୁ କୌଣସି ସାହାଯ୍ୟ ସହଯୋଗ ମିଳୁ ନାହିଁ । ବନ ସୁରକ୍ଷା ସମିତିର ସଭା ଘରଟିଏ ନାହିଁ । ତେଣୁ ବାହାରେ ଗଛ ମୂଳେ ବୈଠକ କରା ଯାଉଛି । ଜଙ୍ଗଲ ଭିତରେ ପାଣିର କୌଣସି ବ୍ୟବସ୍ଥା ନଥିବାରୁ ଖରାଦିନେ ବନ୍ୟଜନ୍ତୁ ଡହଳ ବିକଳ ହେଉଛନ୍ତି । ବାରମ୍ବାର ଗୁହାରି କଲେ ମଧ୍ୟ କେହି ଶୁଣୁ ନାହାନ୍ତି ।"

ଯାହା ବନ ବିଭାଗ କରି ପାରୁ ନାହିଁ ତାହା କରି ଦେଖାଇ ପାରିଛନ୍ତି ଜେରେଙ୍ଗ ଦେହୁରୀ ସାହି ଗ୍ରାମବାସୀ । ସେମାନେ ଯେଉଁଭଳି ଭାବେ ନୂତନ ଜଙ୍ଗଲ ସୃଷ୍ଟି କରିଛନ୍ତି ତାହା ଅନ୍ୟ ମାନଙ୍କ ପାଇଁ ନିଶ୍ଚୟ ଉଦାହରଣ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.