ETV Bharat / state

ପାଲଲହଡ଼ା ପୋଲିସ ବର୍ବରତା, ମୁହଁ ଖୋଲିଲେ ଆହତ ଯୁବକ - ପୋଲିସ ବର୍ବରତା

ଖାକିର ବର୍ବରତା । ଚୋରି ସନ୍ଦେହରେ ଜଣେ ଯୁବକକୁ ଘରୁ ଉଠାଇ ଆଣି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

police brutality in anugul
ପାଲଲହଡ଼ା ପୋଲିସ ବର୍ବରତା, ମୁହଁ ଖୋଲିଲେ ଆହତ ଯୁବକ
author img

By

Published : Feb 17, 2023, 11:06 AM IST

Updated : Feb 17, 2023, 12:08 PM IST

ପାଲଲହଡ଼ା ପୋଲିସ ବର୍ବରତା

ଅନୁଗୋଳ: ଜିଲ୍ଲା ପାଲଲହଡାରେ ପୋଲିସ ବର୍ବରତା । ଚୋରି ସନ୍ଦେହରେ ଜଣେ ଯୁବକକୁ ଘରୁ ଉଠାଇ ଆଣି ମାଡ ମାରିଥିବା ଅଭିଯୋଗ ହୋଇଛି । ଘଟଣାରେ ଆହତ ଯୁବକ ଡାକ୍ତରଖାନାରେ 7 ଦିନ ଚିକିତ୍ସିତ ହେବା ପରେ ବି ତାକୁ ନ୍ୟାୟ ମିଳିନାହିଁ । ତାକୁ ବିନା ଦୋଷରେ ପୋଲିସ ମାଡ ମାରିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ ବି ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଅଭିଯୋଗ କରିଛନ୍ତି ଆହତ ଯୁବକ । ଯଦି ନ୍ୟାୟ ନ ମିଳେ ତେବେ ଏସପିଙ୍କ ଅଫିସ ସମ୍ମୁଖରେ ଅନଶନ କରିବାକୁ ଧମକ ଦେଇଛନ୍ତି ପୋଲିସ ମାଡ଼ରେ ଆହତ ହୋଇଥିବା ଯୁବକ ଆଦିତ୍ୟ ବେହେରା ।

ସୂଚନାଅନୁସାରେ ପୁରା ଘଟଣା ହେଉଛି ଅନୁଗୋଳ ଜିଲ୍ଲା ପାଲଲହଡା ଅଞ୍ଚଳରେ । ପୋଲିସ ବିରୁଦ୍ଧରେ ଜଣେ ଯୁବକ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି । ତାଙ୍କୁ ପୋଲିସ ବିନା ଦୋଷରେ ଘରୁ ଉଠାଇ ଆଣି ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ କରିଛନ୍ତି ଆହତ ଯୁବକ । ପୋଲିସ ନିର୍ଯାତନାର ଶିକାର ହୋଇଥିବା ଯୁବକଙ୍କ ନାଁ ଆଦିତ୍ୟ କୁମାର ବେହେରା । ଘର ଖମାର ଥାନା ଜଗନ୍ନାଥପୁର ଗାଁରେ ।

ସେ ଗତ 13 ତାରିଖ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଥିବା ବେଳେ ଗୁରୁବାର ଡିସଚାର୍ଜ ହୋଇଛନ୍ତି । ତାଙ୍କୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳିନଥିବା ସେ ଅଭିଯୋଗ କରିଛନ୍ତି। ଆଦିତ୍ୟଙ୍କ ସ୍ତ୍ରୀ ମମତା ଥାନାରେ ଦେଇଥିବା ଏତଲା ମୁତାବକ, ତାଙ୍କ ସ୍ବାମୀ ଆଦିତ୍ୟ ଗତ ୭ ତାରିଖ ଦିନ ଧାନ ବିକ୍ରି ଟଙ୍କା ଉଠାଇବାକୁ ଯାଇଥିଲେ। ସେଇଦିନ ପାଲଲହଡା ଥାନା ପୋଲିସ ରାତି ଅଧରେ ଆଦିତ୍ୟଙ୍କୁ ଘରୁ ଉଠାଇ ନେଇଥିଲା । ବ୍ୟାଙ୍କ୍ ନିକଟରେ ଘଟିଥିବା ଏକ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ଜଡିତ କରି ଥାନାରେ ପଚରାଉଚରା କରିଥିଲା ।

ଏହା ବି ପଢନ୍ତୁ...ଉଚ୍ଚ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ଗୁରୁତ୍ଵ, ୧୪ ମାସ ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ

ଥାନା ଏସଆଇ ଗୋବିନ୍ଦ ସାହୁ, କନେଷ୍ଟବଳ ଚନ୍ଦନ ମିଶ୍ର ଓ ହୋମଗାର୍ଡ ସୌଭାଗ୍ୟ କମଳା ତାଙ୍କୁ ଚୌକିରେ ବାନ୍ଧି ଓଲଟାଇ ଦେଇଥିଲେ । ମାଡ ମାରିଥିଲେ । ଆଦିତ୍ୟ ପାଣି ବି ପିଇ ପାରୁନାହାନ୍ତି । ଦୋଷ ମାନି ଯିବା ପାଇଁ ଧମକାଇବା ସହିତ ଏକ ଖାଲି କାଗଜରେ ଦସ୍ତଖତ କରାଇ ନେଇଥିବା ଅଭିଯୋଗ ହୋଇଛି । ସେଠାରେ ଆଦିତ୍ୟଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ପ୍ରଥମେ ପାଲଲହଡା ଡାକ୍ତରଖାନା ଓ ପରେ ତାଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ।

ଗୁରୁବାର ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ତେବେ ତାଙ୍କୁ ନ୍ୟାୟ ନ ମିଳିଲେ ସେ ଏସପିଙ୍କ ଅଫିସ ଆଗରେ ଅନଶନ କରିବାକୁ ଧମକ ଦେଇଥିବା ବେଳେ ତାଙ୍କ ଗାଁ ସଭାପତି ପୋଲିସର ଏହି ଆଚରଣରେ ଯଦି ଆଦିତ୍ୟକୁ ନ୍ୟାୟ ନ ମିଳେ ସେ ଆତ୍ମହୁତି ଦେବେ ବୋଲି ଧମକ ଦେଇଛନ୍ତି । ସେପଟେ ଏତଲା ଆଧାରରେ ଥାନା ସବ ଇନସ୍ପେକ୍ଟର ଗୋବିନ୍ଦ ସାହୁ, କନେଷ୍ଟବଳ ଚନ୍ଦନ ମିଶ୍ର ଓ ହୋମଗାର୍ଡ ସୌଭାଗ୍ୟ କମଳଙ୍କ ବିରୋଧରେ ଦଫା ୩୨୩, ୫୦୬/୩୪ରେ କେସ ନମ୍ବର ୨୪ରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, ଅନୁଗୋଳ

Last Updated : Feb 17, 2023, 12:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.