ETV Bharat / state

'ଇଣ୍ଡଷ୍ଟ୍ରି କେୟାର'ର ସମୀକ୍ଷା ବୈଠକ, MSME ସମସ୍ୟାର ହେବ ସମାଧାନ - ନାଲକୋ ଅଡ଼ିଟୋରିୟମ

ଅନୁଗୋଳର ନାଲକୋ ଅଡ଼ିଟୋରିୟମରେ ଚାଲିଥିବା 'ଇଣ୍ଡଷ୍ଟ୍ରି କେୟାର' କାର୍ଯ୍ୟକ୍ରମରେ MSME ସମସ୍ୟାର ସମାଧାନ ପାଇଁ ହୋଇଛି ଆଲୋଚନା । ଅଧିକ ପଢନ୍ତୁ...

'ଇଣ୍ଡଷ୍ଟ୍ରି କେୟାର'ର ସମୀକ୍ଷା ବୈଠକ: MSMEଙ୍କ ଅସୁବିଧାର ହେବ ସମାଧାନ

author img

By

Published : Nov 12, 2021, 5:22 PM IST

ଅନୁଗୋଳ: ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀଙ୍କୁ ସମସ୍ତ ଭିତ୍ତିଭୂମି ଯୋଗାଇବା ପାଇଁ କାର୍ଯ୍ୟ କରିବେ ରାଜ୍ୟ ସରକାର । ଏଥିପାଇଁ ଫିଡ଼ବ୍ୟାକ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ଦୁଇ ଦିନ ଧରି ଅନୁଗୋଳ ଠାରେ "ଇଣ୍ଡଷ୍ଟ୍ରି କେୟାର" ସମୀକ୍ଷାରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

'ଇଣ୍ଡଷ୍ଟ୍ରି କେୟାର'ର ସମୀକ୍ଷା ବୈଠକ: MSMEଙ୍କ ଅସୁବିଧାର ହେବ ସମାଧାନ

ଶିଳ୍ପ ଜିଲ୍ଲା ଅନୁଗୋଳ ଓ ଢେଙ୍କାନାଳରେ କୃଷିଭିତ୍ତିକ ଉଦ୍ୟୋଗ ଉପରେ ଅଧିକ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା । ନାଲକୋ ଅଡିଟୋରିୟମ ଠାରେ ଚାଲିଥିବା "ଇଣ୍ଡଷ୍ଟ୍ରି କେୟାର" କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦ୍ୟୋଗୀଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ୨୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ଉଦ୍ୟୋଗୀ ଅଂଶଗ୍ରହଣ କରି ସେମାନେ ତାଙ୍କ ଶିଳ୍ପ ପାଇଁ କଣ କଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେନେଇ ଆଲୋଚନା କରିଥିଲେ । MSME ଉଦ୍ୟୋଗ ପାଇଁ ଆବଶ୍ୟକ କଞ୍ଚାମାଲ୍, ପ୍ରଦୂଷଣଜନିତ ସମସ୍ୟାର ସମାଧାନ ଏବଂ ଆନୁସଙ୍ଗିକ ପ୍ରମାଣପତ୍ର ପ୍ରଦାନ ତଥା ଉଦ୍ୟୋଗ ସ୍ଥାପନ ପାଇଁ ଋଣ ମଞ୍ଜୁର ଉପରେ ଏହି କର୍ମଶାଳାରେ ଗୁରୁତ୍ଵ ଦିଆଯାଇଥିଲା ।

ଏହା ଛଡା ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଭଲ ଚାଷ ହେଉଥିବାରୁ କୃଷିଭିତ୍ତିକ ଉଦ୍ୟୋଗ ଉପରେ ଅଧିକ ଗୁରୁତ୍ଵ ଦିଆଯିବାର ଆବଶ୍ୟକତା ରହିଛି । ଫଳରେ ଚାଷୀମାନେ ସୁବିଧା ପାଇବା ସହ ସେମାନଙ୍କ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ ।

ଏହି କର୍ମଶାଳାରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଅଣ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗର ନିର୍ଦ୍ଦେଶକ ମହମ୍ମଦ ସିଦ୍ଧିକ ଆଲାମ, ଇଡକୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉପସ୍ଥିତ ଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.