ETV Bharat / state

Advantage Angul: ଶିଳ୍ପର ପେଣ୍ଠସ୍ଥଳୀ ହେବ ଅନୁଗୋଳ, ରହିଛି ସବୁ ସୁବିଧା

author img

By

Published : May 10, 2022, 10:08 AM IST

Updated : May 10, 2022, 3:41 PM IST

ଶିଳ୍ପର ପେଣ୍ଠସ୍ଥଳୀ ହେବ ଅନୁଗୋଳ । ଏଥିପାଇଁ ଜିଲ୍ଲାରେ ଆରମ୍ଭ ହୋଇଛି ଆଡଭାନଟେଜ ଅନୁଗୋଳ(Advantage Angul) । ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ କ'ଣ ଭିତ୍ତିଭୂମି ରହିଛି ସେ ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

industrial establishment to be set up in angul
ଶିଳ୍ପର ପେଣ୍ଠସ୍ଥଳୀ ହେବ ଅନୁଗୋଳ, ରହିଛି ସବୁ ସୁବିଧା

ଅନୁଗୋଳ: କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପେଣ୍ଠସ୍ଥଳୀ ହେବ ଅନୁଗୋଳ । ଏଥିପାଇଁ ଅନୁଗୋଳରେ ଆୟୋଜିତ ହୋଇଛି ଆଡଭାନଟେଜ ଅନୁଗୋଳ(Advantage Angul) । ଜିଲ୍ଲାରେ ଥିବା ବୃହତ ଆଲୁମିନିୟମ ଓ ଇସ୍ପାତ କାରଖାନା ଉପରେ ନିର୍ଭର କରି ଗଢି ଉଠିବ ଏହି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା । ଏଥିପାଇଁ ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଜିଲ୍ଲା ପ୍ରଶାସନ । ଓଡିଶାରେ ପ୍ରଥମ କରି ଜିଲ୍ଲାସ୍ତରରେ ଏଭଳି କନକ୍ଳେଭର ଆୟୋଜନ ହୋଇଛି । ଜିଲ୍ଲାରେ ଶିଳ୍ପ ସ୍ଥାପନ ପାଇଁ କ'ଣ ସବୁ ସୁବିଧା ରହିଛି ଏବଂ ସରକାରଙ୍କ ପକ୍ଷରୁ କ'ଣ କ'ଣ ସୁବିଧା ଯୋଗାଇ ଦିଆଯିବ ସେନେଇ ଶିଳ୍ପ ଉଦ୍ୟୋଗୀଙ୍କୁ ଏକାଠି କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

Advantage Angul: ଶିଳ୍ପର ପେଣ୍ଠସ୍ଥଳୀ ହେବ ଅନୁଗୋଳ, ରହିଛି ସବୁ ସୁବିଧା

ଅନୁଗୋଳ ନାଲକୋ ଠାରେ ହେବାକୁ ଥିବା ଆଲୁମିୟମ ପାର୍କରେ ଆଡଭାନଟେଜ ଅନୁଗୋଳ କନକ୍ଳେଭ ମାଧ୍ୟମରେ ଶିଳ୍ପଦ୍ୟୋଗୀମାନଙ୍କୁ ପୁଞ୍ଜି ନିବେଶ ପାଇଁ ଥିବା ସୁବିଧା ସମ୍ପର୍କରେ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ । ପ୍ରଥମ ଦିନରେ ଏହି କନକ୍ଳେଭରେ ରାଜ୍ୟ ଓ ରାଜ୍ୟ ବାହାରର ୭୬ ଶିଳ୍ପ ଉଦ୍ୟୋଗୀ ଭାଗ ନେଇ ନିଜ ନିଜର ମତ ରଖିଥିଲେ ।

ଅନୁଗୋଳ ଜିଲ୍ଲାରେ ଶିଳ୍ପ ସ୍ଥାପନ ପାଇଁ ସମସ୍ତ ସୁବିଧା ରହିଛି । ବିଜୁଳି ଠାରୁ ଆରମ୍ଭ କରି କୋଇଲା ଓ ବୃହତ ଶିଳ୍ପରୁ କଞ୍ଚାମାଲ ଭାବରେ ଆଲୁମିନିୟମ ଏବଂ ଇସ୍ପାତ ଯୋଗାଇ ଦିଆଯିବ । ଯାହା ଉପରେ ନିର୍ଭର କରି ଏହି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଗଢି ଉଠିବ । ପ୍ରଥମ ପର୍ଯ୍ୟାୟରେ 220 ଏକର ଜମି ଏହି ପାର୍କ ପାଇଁ ଅଧିଗ୍ରହଣ ସରିଥିବା ବେଳେ ଆଗାମୀ ଦିନରେ ଏହା 520 ଏକରକୁ ବୃଦ୍ଧି କରାଯିବ । ଏହାବ୍ୟତୀତ ନୂଆ ଶିଳ୍ପ ପାଇଁ ପୁଞ୍ଜି ନିବେଶ ହେଲେ ଅଧିକ ରୋଜଗାର ମଧ୍ୟ ସୃଷ୍ଟି ହୋଇପାରିବ । ଏଥିପାଇଁ ବୃହତ ଶିଳ୍ପ ସଂସ୍ଥାମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି । ଏହି Industrial Meetର ପ୍ରଥମ ଦିନରେ ଇସ୍ପାତ ଓ ଆଲୁମିନିୟମକୁ ନେଇ କ'ଣ ସବୁ ଶିଳ୍ପ କରି ହେବ ତାହା ଉପରେ ଆଲୋଚନା ହୋଇଥିବା ବେଳେ ଆଜି ଉଭୟ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପଦ୍ୟୋଗୀମାନଙ୍କୁ ନେଇ ଆଲୋଚନା ହେବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 10, 2022, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.