ETV Bharat / state

ବିଦାୟ ନେଲେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀ

author img

By

Published : Oct 20, 2022, 5:07 PM IST

ଅନୁଗୋଳରୁ ଧନଦାତ୍ରୀ ମା ଲକ୍ଷ୍ମୀ ବିଦାୟ ନେଇଛନ୍ତି। ଦୀର୍ଘ ୧୦ଦିନ ହେଲା ବହୁ ଧୁମଧାମରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିଲେ ମା ଲକ୍ଷ୍ମୀ। ସହରରେ ୨୯ଟି ମଣ୍ଡପରେ ଆଡମ୍ବର ସହକାରେ ପୂଜାର୍ଚ୍ଚନା କରାଯାଇଥିଲା। ଅଧିକ ପଢନ୍ତୁ

ବିଦାୟ ନେଲେ ଧନଦାତ୍ରୀ ମା  ଗଜଲକ୍ଷ୍ମୀ
ବିଦାୟ ନେଲେ ଧନଦାତ୍ରୀ ମା ଗଜଲକ୍ଷ୍ମୀ

ଅନୁଗୋଳ: ଧରାପୃଷ୍ଠରୁ ବିଦାୟ ନେଲେ ଧନଦାତ୍ରୀ ମା' ଲକ୍ଷ୍ମୀ। ଦୀର୍ଘ 10 ଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ଶେଷ ହୋଇଛି। ସହରରେ ୨୯ଟି ମଣ୍ଡପରେ ଆଡମ୍ବର ସହକାରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥର ଭସାଣ ଉତ୍ସବକୁ ନିରାଡ଼ମ୍ବର ପାଳନ କରିଥିଲେ ଅନୁଗୋଳବାସୀ। ତେବେ ୧୨ଟି ମଣ୍ଡପର କର୍ମକର୍ତ୍ତା ସୁସଜ୍ଜିତ ମେଢ଼ରେ ଏକା ସମୟରେ ବାହାରି ଥାନା ଛକ ଠାରେ ଏକତ୍ରିତ ହୋଇଥିଲେ। ସେଠାରୁ ବାଜା ବାଜଣା, ରଙ୍ଗ ବେରଙ୍ଗ ଆଲୋକ, ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ମା’ଙ୍କୁ ସହର ପରିକ୍ରମା କରା ଯାଇଥିଲା । ସହର ପରିକ୍ରମା ପରେ ନିର୍ଦ୍ଧାରିତ ସ୍ଥାନରେ ମା’ଙ୍କୁ ବିସର୍ଜନ କରା ଯାଇଥିଲା । କେନ୍ଦ୍ରୀୟ ପୂଜା କମିଟିର ନିଷ୍ପତ୍ତିରେ କୌଣସି ପ୍ରକାର ଡିଜେ ବଜା ଯାଇ ନଥିଲା। ବାଣ ଫୁଟାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆ ଯାଇଥିଲା। କେବଳ ପାରମ୍ପରିକ ଦଣ୍ଡ ନୃତ୍ୟ, ଲଉଡି ଖେଳ, ବାଘ ନାଚ, ଢୋଲ ବାଦ୍ୟ ଓ ଲୋକ ନୃତ୍ୟ କୁ ସାମିଲ କରା ଯାଇଥିଲା।

ବିଦାୟ ନେଲେ ଧନଦାତ୍ରୀ ମା ଗଜଲକ୍ଷ୍ମୀ

ବିଭିନ୍ନ ପ୍ରକାର ଆଧୁନିକ ରଙ୍ଗ ବେରଙ୍ଗ ଆଲୋକକୁ ଏଥିରେ ଗୁରୁତ୍ୱ ଦିଆ ଯାଇଥିଲା। ଏଥିସହ ଲକ୍ଷାଧିକ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ଅନୁଗୋଳ ସହର ଝଲସିବା ସହିତ ବାଜା ବଜଣାରେ କମ୍ପି ଉଠିଥିଲା। ଭସାଣ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ । ତାଙ୍କୁ କେନ୍ଦ୍ରୀୟ ପୂଜା କମିଟି ତରଫରୁ ସ୍ୱାଗତ କରା ଯାଇଥିଲା। ଏଥିସହ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଶାନ୍ତି ଶୃଙ୍ଖଳାରେ ଭସାଣ ଉତ୍ସବ ଶେଷ ହୋଇଛି।

ଏନେଇ କେନ୍ଦ୍ରୀୟ ପୂଜା କମିଟି ସଭାପତି ଅକ୍ଷୟ ସାମନ୍ତ କହିଛନ୍ତି, "ଏହି ମେଲନ ଯାତ୍ରାରେ 12ଟି ମେଢ ଏକତିତ୍ର ହୋଇଛନ୍ତି। ସମସ୍ତେ ଶାନ୍ତି ଶୃଙ୍ଖଳାର ସହିତ ବିସର୍ଜନ ପୂଜା କରିଛନ୍ତି। ଏହି ମେଲଣ ଯାତ୍ରାରେ ଲକ୍ଷାଧିକ ଭକ୍ତ ସାମିଲ ହୋଇଛନ୍ତି। ଦୁଇବର୍ଷର କୋଭିଡ କଟକଣା ଯୋଗୁଁ ମାଆଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେଉଥିଲେ ଲୋକେ । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ମୁକ୍ତ ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.