ETV Bharat / state

ବଡ଼ବଡ଼ିଆଙ୍କ କବଜାରେ ସରକାରୀ ଜମି, ଦଖଲମୁକ୍ତ କରିବାକୁ ପ୍ରଶାସନ ସଜବାଜ

author img

By

Published : Aug 3, 2022, 12:14 PM IST

ଅନୁଗୋଳ ଜିଲ୍ଲାରେ ଶହ ଶହ ଏକର ସରକାରୀ ମୂଲ୍ୟବାନ ଜମି ବଡ଼ବଡ଼ିଆଙ୍କ କବଜାରେ ରହିଛି । ସେମାନେ ସରକାରୀ ଜମିରେ ରହିବା ଘର ଓ ଦୋକାନ ଘର କରି ଭଡା ସୂତ୍ରରେ ଲଗାଇ ଲାଭବାନ ହେଉଛନ୍ତି । ଫଳରେ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ବ ହରାଇବାକୁ ପଡୁଛି । ଅଧିକ ପଢନ୍ତୁ

ବଡ଼ବଡ଼ିଆଙ୍କ କବଜାରେ ସରକାରୀ ଜମି
ବଡ଼ବଡ଼ିଆଙ୍କ କବଜାରେ ସରକାରୀ ଜମି

ଅନୁଗୋଳ: ଜିଲ୍ଲାରେ ଶହ ଶହ ଏକର ସରକାରୀ ମୂଲ୍ୟବାନ ଜମି ବଡ଼ବଡ଼ିଆଙ୍କ କବଜାରେ ରହିଛି । ସେମାନେ ସରକାରୀ ଜମିରେ ରହିବା ଘର ଓ ଦୋକାନ ଘର କରି ଭଡା ସୂତ୍ରରେ ଲଗାଇ ଲାଭବାନ ହେଉଛନ୍ତି । ଫଳରେ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ବ ହରାଇବାକୁ ପଡୁଛି। ସରକାରୀବାବୁ ମାନଙ୍କଠାରୁ ନେତା ପର୍ଯ୍ୟନ୍ତ ଏହି ଜମିକୁ ନିଜ ଦଖଲରେ ରଖିଛନ୍ତି । ବର୍ଷ ବର୍ଷ ଧରି ଏହି ସବୁ ମୂଲ୍ୟବାନ ଜମିକୁ ସେମାନେ ଅକ୍ତିଆରରେ ଥିବା ବେଳେ ଏବେ ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇଛି ।

ବଡ଼ବଡ଼ିଆଙ୍କ କବଜାରେ ସରକାରୀ ଜମି

ସହରରେ ଖାଲି ପଡିଥିବା ଗୋଚର, ପୁରାତନ ପତିତ, ଜଙ୍ଗଲ କିଶମ ଓ ଜଳସେଚନ ପାଇଁ ଉଦିଷ୍ଟ ବହୁ ସରକାରୀ ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । ଯାହାକୁ ଭଡା ସୂତ୍ରରେ ଲଗାଇ ବହୁ ଅର୍ଥ ରୋଜଗାର କରୁଛନ୍ତି ଜମି ଅକ୍ତିଆର କରିଥିବା ଲୋକେ । ଅନୁଗୋଳ ସଦର ଆରଆଇ ସର୍କଲ ଟାଉନ ମୌଜାରେ ଥିବା ବିଭିନ୍ନ ପଡାର ପ୍ରାୟ ସବୁ ଗଳିରେ ସରକାରୀ ଜମି ଜବରଦଖଲକାରୀଙ୍କ ଅଧୀନରେ ରହିଛି ।

ସୂଚନା ଅଧିକାରୀଙ୍କୁ ମିଳିଥିବା ରେକର୍ଡ ଅନୁସାରେ କେବଳ ଅନୁଗୋଳ ଟାଉନ ମୌଜାରେ ୯୬୩ଏକର ସରକାରୀ ଜମି ଅଛି । ସେଥିମଧ୍ୟରୁ ଶତକଡା ୪୦ଭାଗ ଜମି ଉପରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ବାର୍ଟର, ରାସ୍ତା ଆଦି ରହିଛି । ଆଉ ଯାହା ଜମି ଖାଲି ଅଛି ସେସବୁ ଜବରଦଖଲକାରୀଙ୍କ କବଜାରେ ରହିଛି । ଅର୍ଥାତ ରେକର୍ଡ ଅନୁସାରେ ସହରର ୭୮୬ଟି ମୂଲ୍ୟବାନ ପ୍ଲଟ ଜବରଦଖଲରେ ଅଛି । ସେଥିରୁ ୨୬ଟି ପ୍ଲଟ ବିଭିନ୍ନ ଧର୍ମାନୁଷ୍ଠାନ ଦ୍ବାରା କବଜା କରାଯାଇଛି । ଏହା ଆଜି କାଲିର କଥା ନୁହେଁ । ଦୀର୍ଘ ବର୍ଷ ହେଲା ଚାଲି ଆସିଛି । ମୂଲ୍ୟବାନ ଜମି ସବୁ ଜବରଦଖଲକାରୀଙ୍କ କବଜାରୁ ମୁକୁଳାଇ ସରକାରୀ ଖାତାକୁ ଆଣିବାକୁ କେହି କେବେ ପଦକ୍ଷେପ ନେଇନାହାନ୍ତି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ।

ଅନୁଗୋଳ ଏକ ଶିଳ୍ପ ବହୁଳ ଜିଲ୍ଲା ହୋଇଥିବାରୁ ଏଠାରେ ଜମିର ମୂଲ୍ୟ ଆକାଶ ଛୁଆଁ । ଏହାଛଡା ଅନୁଗୋଳ ମ୍ୟୁନିସିପାଲଟି ତାର ପରିସୀମା ବୃଦ୍ଧି କରିବାକୁ ଯୋଜନା କରୁଥିଲେ ମଧ୍ୟ ଜମି ଜବରଦଖଲ ଯୋଗୁ ତାହା ହୋଇପାରୁନାହିଁ । ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବା ୨୦ବର୍ଷରୁ ଅଧିକ ବିତି ଗଲାଣି । କିନ୍ତୁ ଏବେ ସୁଦ୍ଧା ଅନେକ ବିଭାଗର ଜିଲାସ୍ତରୀୟ ସ୍ଥାୟୀ କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇପାରିନାହିଁ । ତେଣୁ ସରକାରୀ ଜମିକୁ ଜବରଦଖଲକାରୀଙ୍କ ଠାରୁ ମୁକୁଳାଇ ସେହି ଜମିରେ ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ କଲ୍ୟାଣ ମୂଳକ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି । ଏହାଛଡା ସରକାର ଜାଗା ମିଶନ ଜରିଆରେ ଭୂମିହୀନଙ୍କୁ ଜମି ଯୋଗାଇ ଦେଉଛନ୍ତି । ତେଣୁ ସେହି ଜମି ଭୂମିହୀନମାନଙ୍କୁ ଦିଆଗଲେ ଉପକୃତ ହୋଇପାରନ୍ତେ । ତେବେ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଜିଲ୍ଲାପାଳ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଜମିରେ ଜବରଦଖଲକାରୀଙ୍କୁ ଚିହ୍ନଟ କରିବାକୁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦ ପ୍ରତିଶତ ସରକାରୀ ଜମିର ତାଲିକା ଶେଷ ହେଲାଣି । ପୁରା ଜବରଦଖଲକାରୀଙ୍କ ତାଲିକା ଏବଂ ଜମିର ପରିମାଣ ଜଣା ପଡିବା ପରେ ଜବରଦଖଲ ଉଚ୍ଛେଦ ଆରମ୍ଭ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଜବରଦଖଲକାରୀଙ୍କ ସଂଖ୍ୟା ପ୍ରାୟ ଏକ ହଜାର ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ତେଣୁ ଆଇନ ଅନୁସାରେ ସେମାନଙ୍କୁ କେବଳ ଉଚ୍ଛେଦ ନୁହେଁ ଯେତିକି ଦିନ ହେଲା ସେମାନେ ସରକାରୀ ଜମିକୁ ବ୍ୟବହାର କରି ଲାଭବାନ ହୋଇ ଆସୁଛନ୍ତି ତାହାର ଆକଳନ କରି ସେମାନଙ୍କ ଠାରୁ ଜରିମାନା ଆଦାୟ କରିବାକୁ ଦାବି ହେଉଛି।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.