ETV Bharat / state

ବେଆଇନ ଭାବେ ଚାଲିଛି ଡିଅର ପାର୍କ, ସମସ୍ୟା ଘେରରେ 58 ହରିଣ - anugul news

ନାଲକୋର ସୌନ୍ଦର୍ଯ୍ୟକରଣ ପାଇଁ 2ଟି ହରିଣରୁ ଆରମ୍ଭ ହୋଇଥିଲା ଏହି ଉଦ୍ୟାନ । ଆଜି ସେଠାରେ ପ୍ରାୟ 58ଟି ହରିଣ ଅଛନ୍ତି । ପ୍ରତିବର୍ଷ ହରିଣଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ନା ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଅଛି ନା ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ । ଅଧିକ ପଢନ୍ତୁ...

illegal deer park in anugul
ବେଆଇନରେ ଚାଲିଛି ହରିଣ ଉଦ୍ୟାନ
author img

By

Published : Mar 1, 2020, 3:12 PM IST

ଅନୁଗୋଳ: ଅନୁଗୋଳର ମିନି ଚିଡିଆଖାନା । ହରିଣ ଅଛନ୍ତି ଆଉ ଲୋକେ ବି ଆସୁଛନ୍ତି । ମାତ୍ର ଦୀର୍ଘ 28 ବର୍ଷ ହେବ ନିର୍ମାଣ କରାଯାଇଥିବା ଏହି ମିନି ଚିଡିଆଖାନା କିନ୍ତୁ ବେଆଇନ । ବନ୍ୟଜନ୍ତୁ ସୁରକ୍ଷା, 1972କୁ ଖୁଲମଖୁଲା ଉଲ୍ଲଂଘନ । 58ଟି ହରିଣ ଥିବା ଏହି ଉଦ୍ୟାନରେ ନା ଅଛି ସେମାନଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ନା ଅଛି ରହିବା ପାଇଁ ଘର । ଖରା, ବର୍ଷା, ଶୀତ କାକରରେ ଖୋଲା ଆକାଶ ତଳେ ପଡି ରହୁଛନ୍ତି ହରିଣ । ଏଭଳି ଅବ୍ୟବସ୍ଥା ଭିତରେ ଚାଲିଛି ହରିଣ ଉଦ୍ୟାନ ।

ବେଆଇନରେ ଚାଲିଛି ହରିଣ ଉଦ୍ୟାନ

1992ରେ ନାଲକୋ ସୌନ୍ଦର୍ଯ୍ୟକରଣ ପାଇଁ 2ଟି ହରିଣରୁ ଆରମ୍ଭ ହୋଇଥିଲା ଏହି ଉଦ୍ୟାନ । ଆଜି ସେଠାରେ ପ୍ରାୟ 58ଟି ହରିଣ ଅଛନ୍ତି । ପ୍ରତିବର୍ଷ ହରିଣଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ନା ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଅଛି ନା ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ । ଡାଳ ପତ୍ର ଖାଇ ମଉଜରେ ରହୁଥିବା ଜଙ୍ଗଲୀ ହରିଣ ଏଠାରେ ଖାଉଛନ୍ତି ଦାନା । ଟାଙ୍ଗରା ଭୂଇଁରେ ପଡି ରହୁଛନ୍ତି ହରିଣ । ପର୍ଯ୍ୟଟକ ଆସି କିଏ ବିସ୍କୁଟ, ଚିପ୍ସ ଧରେଇ ଦିଅନ୍ତି ଓ ପ୍ଲାଷ୍ଟିକ ଜରି ସେଠାରେ ଫୋପାଡି ଦେଇଯାନ୍ତି । ଫଳରେ ସେହି ପ୍ଲାଷ୍ଟିକ ଖାଇ ଅନେକ ସମୟରେ ଅସୁସ୍ଥ ହୋଇପଡନ୍ତି ହରିଣ । ମାତ୍ର ଚିକିତ୍ସା ଅଭାବ କାରଣରୁ ଏଯାବତ୍ 20 ହରିଣଙ୍କ ମୃତ୍ୟୁ ହୋଇସାରିଲାଣି ।

ବନ୍ୟପ୍ରାଣୀ ସୁରକ୍ଷା ଆଇନ, 1972 ଧାରା 38 ଏଚ ଅନୁସାରେ ସେଣ୍ଟ୍ରାଲ ଜୁ ଅଥରିଟିର ବିନା ଅନୁମତିରେ କୌଣସି ସ୍ଥାନରେ ଚିଡିଆଖାନା ପରିଚାଳନା କରାଯାଇ ପାରିବ ନାହିଁ । ଏପରିକି କୌଣସି ଜନବସତି ପାଖରେ ଚିଡିଆଖାନ ହେବାର ଅନୁମତି ମଧ୍ୟ ନାହିଂ । ଏପରି ସ୍ଥିତିରେ ସମସ୍ତ ନିୟମକୁ ବେଖାତିର କରୁଛି ନାଲକୋ । ଅନ୍ୟପକ୍ଷେ ନାଲକୋ କର୍ତ୍ତୃପକ୍ଷ ଏହାକୁ ନେଇ କହିଛନ୍ତି କି ବାରମ୍ବାର ଅନୁମତି ପାଇଁ ଚିଠି ଲେଖାଯାଇଛି । କିନ୍ତୁ ସମସ୍ତ ଗାଇଡ ଲାଇନ ଅନୁସାରେ କାଗଜ ପତ୍ର ବ୍ୟବସ୍ଥା କରିବା କଷ୍ଟକର । ଏହାପରେ ବି ଏହି ସ୍ଥାନେର 5 ହେକ୍ଟର ଜମିରେ ହରିଣଙ୍କ ପାଇଁ ନୂଆ ଏନକ୍ଲୋଜର ନିର୍ମାଣ କରିବାକୁ ଯୋଜନା ଚାଲିଛି ।

ତେବେ ଏହାକୁ ନେଇ ଆମ ସମ୍ବାଦଦାତା ପହଞ୍ଚିଥିଲେ ଅନୁଗୋଳ ଡିଏଫଓ ଭି.କାର୍ତ୍ତିକଙ୍କ ପାଖରେ । ସେଣ୍ଟ୍ରାଲ ଜୁ ଅଥୋରିଟିକୁ ଆବେଦନ କରାଯାଇଥିଲେ ମଧ୍ୟ କାଗଜପତ୍ର ଅସୁବିଧା କାରଣରୁ ଏଯାଏଁ ଅନୁମତି ମିଳିପାରି ନଥିବା ସେ ସୂଚନା ଦେଇଛନ୍ତି । ହେଲେ କ୍ୟାମେରା ସାମ୍ନାରେ କିଛି ବି କହିବାକୁ ମନା କରିଦେଇଥିଲେ । ଅନ୍ୟପକ୍ଷେ ବନ ବିଭାଗ ମଧ୍ୟ ଏନେଇ ଦୃଷ୍ଟି ଦେଉନି ଫଳରେ ହରିଣଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ଠିଆ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.