ETV Bharat / state

କୋରୋନା ମାରୁଛି ମାନବିକତା, ମୃତ୍ୟୁ ପରେ ଛୁଇଁଲେନି ଆତ୍ମୀୟ

author img

By

Published : May 8, 2021, 10:58 PM IST

କୋରୋନା ସନ୍ଦେହରେ ଦୀର୍ଘ ୧୬ ଘଣ୍ଟା ଧରି ଘରେ ପଡି ରହିଲା ମୃତଦେହ। ପରିବାର ଲୋକେ, ସମ୍ପର୍କୀୟ କି ଗାଁ ଲୋକେ କେହି ଆସିଲେନି ମୃତଦେହକୁ କାନ୍ଧ ଦେବାକୁ। ଶେଷରେ ସ୍ଥାନୀୟ ବିଡ଼ିଓ ଓ ସରପଞ୍ଚ ମୃତଦେହକୁ କାନ୍ଧେଇ ନେଇ ଦାହ କରିଛନ୍ତି । ଅଧିକ ପଢନ୍ତୁ...

humanity dies relative didnot touch covid19 dead body
କୋରୋନା ମାରୁଛି ମାନବିକତା ,ମୃତ୍ୟୁ ପରେ ଛୁଇଁଲେନି ଆତ୍ମୀୟ

ଅନୁଗୋଳ: କୋରୋନା ସନ୍ଦେହରେ ଦୀର୍ଘ ୧୬ ଘଣ୍ଟା ଧରି ଘରେ ପଡି ରହିଲା ମୃତଦେହ । ପରିବାର ଲୋକେ, ସମ୍ପର୍କୀୟ କି ଗାଁ ଲୋକେ କେହି ଆସିଲେନି ମୃତଦେହକୁ କାନ୍ଧ ଦେବାକୁ । ଶେଷରେ ସ୍ଥାନୀୟ ବିଡ଼ିଓ ଓ ସରପଞ୍ଚ ମୃଦେହକୁ କାନ୍ଧେଇ ନେଇ ଦାହ କରିଥିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ବାହଳସାହି ପଞ୍ଚାୟତରେ।

ବାହଳସାହିର ଗୋବିନ୍ଦ ମାଝୀ ନାମକ ଜଣେ ବ୍ୟକ୍ତି ୪/୫ଦିନ ହେଲା ଭୀଷଣ ଜ୍ବରରେ ପଡ଼ିଥିଲେ। ପରିବାର ଲୋକେ କୌଣସି ଟେଷ୍ଟ ନକରାଇ କେବଳ ଦୋକାନରୁ ଔଷଧ ଆଣି ଦେଉଥିଲେ। କିନ୍ତୁ ଗୋବିନ୍ଦର ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ହୋଇ ଯାଇଥିଲା । ଆଜି ଅପରାହ୍ନ ପର୍ଯ୍ୟନ୍ତ ଘରେ ମୃତଦେହ ପଡି ରହିଥିଲା। ଗୋବିନ୍ଦଙ୍କ ପୁଅ ଓ ପରିବାରର ଅନ୍ୟ ସଦସ୍ୟମାନେ କୋରୋନା ଭୟରେ କେହି ମୃତଦେହ ନିକଟକୁ ଯାଇ ନଥିଲେ କି ଦାହ କରିବାକୁ ଚାହିଁ ନଥିଲେ । ଗାଁ, ସାହି ପଡିଶା ଲୋକେ ମଧ୍ୟ କେହି ଜଣେ ହେଲେ ଆସି ନଥିଲେ। ଏହି ଖବର ପାଇ ଆଜି ଅପରାହ୍ନରେ ଛେଣ୍ଡିପଦା ବିଡ଼ିଓ ସଞ୍ଜୟ ଆଚାର୍ଯ୍ୟ, ସ୍ଥାନୀୟ ସରପଞ୍ଚ ନାରଣ ବେହେରା, ପଞ୍ଚାୟତ ଅଧିକାରୀ ଅଭୟ ପ୍ରଧାନ ପ୍ରମୁଖ ପହଞ୍ଚି ଗାଁ ଲୋକଙ୍କୁ ଯେତେ ବୁଝାଇଲେ ମଧ୍ୟ ବୁଝି ନଥିଲେ। ଗୋବିନ୍ଦଙ୍କ ପୁଅକୁ ବହୁ ବୁଝାସୁଝା କରିବା ପରେ ସେ ଶବ ନେବାକୁ ରାଜି ହୋଇଥିଲେ।

ଶେଷରେ ବିଡ଼ିଓ, ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ସମସ୍ତେ ପିପିଇ କିଟ ପିନ୍ଧି ଶବକୁ କାନ୍ଧେଇ ନେଇ ଦାହ କରିଥିଲେ। ତେବେ ଏହି ଘଟଣା ଶୁଣିଲା ବେଳକୁ କରୋନା କେମିତି ସ୍ନେହ, ସମ୍ପର୍କ ଓ ନିଜର ମଣିଷକୁ ମଧ୍ୟ ନିଜ ଠାରୁ ଦୂରେଇ ଦିଏ ତାହା ସ୍ପଷ୍ଟ ହୋଇ ଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.