ETV Bharat / state

ପ୍ରବଳ ବର୍ଷାରେ ଭାଙ୍ଗିଲା ଘର: ଭୋକ ଉପାସରେ 20 ପରିବାର - anugul news

ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ପଞ୍ଚାୟତ ହରିଜନ ସାହିରେ ବର୍ଷା ପାଣି ପଶି ବହୁ ଘର ଭାଙ୍ଗି ଯାଇଛି । ବୁଧବାର ରାତିରେ ଘରେ ସମସ୍ତେ ଶୋଇ ଥିବା ଅବସ୍ଥାରେ ହଠାତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା ।

Houses destroyed in heavy rains
ପ୍ରବଳ ବର୍ଷାରେ ଭାଙ୍ଗିଲା ଘର: ଭୋକ ଉପାସରେ 20 ପରିବାର
author img

By

Published : Aug 20, 2020, 3:27 PM IST

ଅନୁଗୋଳ: ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ପଞ୍ଚାୟତ ହରିଜନ ସାହିରେ ବର୍ଷା ପାଣି ପଶି ବହୁ ଘର ଭାଙ୍ଗି ଯାଇଛି । ବୁଧବାର ରାତିରେ ଘରେ ସମସ୍ତେ ଶୋଇ ଥିବା ଅବସ୍ଥାରେ ହଠାତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଫଳରେ ଘର ଭିତରେ ଆଣ୍ଠୁଏ ଲେଖାଏଁ ପାଣି ପଶି ଯାଇଥିଲା ।

Houses destroyed in heavy rains
ପ୍ରବଳ ବର୍ଷାରେ ଭାଙ୍ଗିଲା ଘର: ଭୋକ ଉପାସରେ 20 ପରିବାର

ଅନେକ ଘର କାନ୍ଥ ଭାଙ୍ଗି ଯାଇଥିଲା । ଘରର ସମସ୍ତ ଜିନିଷ ଉପରେ ମାଟି ଅତଡା ପଡି ନଷ୍ଟ ହୋଇ ଯାଇଛି । ଟିଭି, ଫ୍ରିଜ, ଖଟ ଓ ଲୁଗାପଟା ପୋତି ହୋଇ ଯାଇଛି । ଯାହା ଧାନ, ଚାଉଳ ଓ ଖାଦ୍ୟ ସାମଗ୍ରୀ ଥିଲା ପାଣିରେ ଭାସିଯାଇଛି । ଏପରିକି ରହିବା ପାଇଁ ମଧ୍ୟ କୌଣସି ସ୍ଥାନ ନାହିଁ । ଭୋକ ଉପାସରେ ପରିବାର । ବସ୍ତିରେ ପ୍ରାୟ ୨୦ରୁ ଅଧିକ ଶ୍ରମିକ ପରିବାର ଅଛନ୍ତି ।

ଆଗକୁ ଆହୁରି ବର୍ଷା ସମ୍ଭାବନା ଥିବାରୁ କେମିତି ରହିବେ ଓ କଣ ଖାଇବେ ଚିନ୍ତାରେ ପଡ଼ି ଯାଇଛନ୍ତି ଲୋକେ । ଖବର ପାଇ ସ୍ଥାନୀୟ ସରପଞ୍ଚ ପହଞ୍ଚି କିଛି ଚୁଡା ଚିନି ଯୋଗାଇ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.