ETV Bharat / state

ଓଡ଼ିଆ ସ୍କୁଲ ଉପରେ ଫୋକସ କରିବାକୁ ଗୃହ କମିଟିର ସୁପାରିଶ

author img

By

Published : Feb 3, 2021, 8:50 AM IST

ଓଡ଼ିଆ ସ୍କୁଲ ଉପରେ ଫୋକସ କରିବାକୁ ଗୃହ କମିଟିର ସୁପାରିଶ । 100 ଦିନର ପାଠପଢାରେ ଯେଭଳି ବ୍ୟତିକ୍ରମ ନହୁଏ ସେନେଇ ଅନୁଗୋଳ ଜିଲ୍ଲାର ସ୍ଥିତି ପରଖିଲେ ବିଧାନସଭା ଗୃହ କମିଟି। ଅଧିକ ପଢନ୍ତୁ...

ଓଡ଼ିଆ ସ୍କୁଲ ଉପରେ ଫୋକସ କରିବାକୁ ଗୃହ କମିଟିର ସୁପାରିଶ
ଓଡ଼ିଆ ସ୍କୁଲ ଉପରେ ଫୋକସ କରିବାକୁ ଗୃହ କମିଟିର ସୁପାରିଶ

ଅନୁଗୋଳ: ଓଡିଶା ବିଧାନସଭାର ଷ୍ଟାଣ୍ଡିଂ କମିଟି ନଂ 4 ଆଜି ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ଜିଲାର ଶିକ୍ଷା ବ୍ୟବସ୍ଥା କିଭଳି ଚାଲିଛି ତାର ତଦାରଖ କରିଛନ୍ତି। ବିଶେଷ କରି କୋଭିଡ ପରେ ଯେଉଁ ସବୁ ସ୍କୁଲ ଓ +2 କଲେଜ ଖୋଲା ଯାଇଛି ସେଠାରେ କିଭଳି ଶତପ୍ରତିଶତ ଉପସ୍ଥାପନ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ କମିଟି ଜିଲାପାଳ ଓ ଶିକ୍ଷା ବିଭଗକୁ ପରାମର୍ଶ ଦେଇଛି।

ବିଧାୟକ ଭୂପିନ୍ଧର ସିଂଙ୍କ ଅଧକ୍ଷତାରେ ଆସିଥିବା ଏହି କମିଟି ଜିଲା ର ପ୍ରଦକ୍ଷିଣ ଗୃହରେ ଏକ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ। ଯେଉଁ ସବୁ ସ୍କୁଲକୁ ମିଶ୍ରଣ କରାଯାଇଛି ସେଥିପାଇଁ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ମାନଙ୍କ ପରାମର୍ଶ ଆଧାରରେ ମିଶ୍ରଣ କରିବାକୁ କମିଟି ସଦସ୍ୟ ମାନେ ଜିଲ୍ଲା ଶିକ୍ଷା ବିଭାଗକୁ ପରାମର୍ଶ ଦେଇଥିଲେ।

ସେହିପରି ବିଦ୍ୟାଳୟ ମାନଙ୍କରେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଭିତ୍ତିଭୂମି ସୁଧାରିବାକୁ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ କମିଟି ସୁପାରିଶ କରିଥିଲା। ଏହି କମିଟିରେ ବିଧାୟକ ମୁକେଶ ପାଲ, ଶଙ୍କର ଓରାମ, ଓ ସୀମାରଣୀ ନାୟକ ପ୍ରମୁଖ ସଦସ୍ୟ ମାନେ ସାମିଲ ଥିଲେ। ଏହା ଛଡା ହୋଇଥିବା ସମୀକ୍ଷା ବୈଠକରେ ଉପ ବାଚସ୍ପତି ରଜନୀକାନ୍ତ ସିଂ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ସଙ୍କର ସ୍ବାଇଁ ଓ ବିଭାଗୀୟ ଅଧିକାରୀ ମାନେ ସାମିଲ ହୋଇଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.