ETV Bharat / state

କୁହୁଡି କବଳରେ ଅନୁଗୋଳ, ଦିଶୁନାହିଁ ରାସ୍ତାଘାଟ

ଅନୁଗୋଳ ଜିଲ୍ଲାରେ ପ୍ରବଳ କୁହୁଡି ପରିଲିକ୍ଷିତ ହୋଇଛି । କୁହୁଡି କାରଣରୁ ଜନଜୀବନ ପ୍ରଭାବିତ ହୋଇଛି ( heavy dense fog in anugul ) । ଅଧିକ ପଢନ୍ତୁ

କୁହୁଡି କବଳରେ ଅନୁଗୋଳ, ଦିଶୁନାହିଁ ରାସ୍ତାଘାଟ
heavy dense fog in anugul
author img

By

Published : Dec 27, 2022, 2:11 PM IST

କୁହୁଡି କବଳରେ ଅନୁଗୋଳ, ଦିଶୁନାହିଁ ରାସ୍ତାଘାଟ

ଅନୁଗୋଳ: ଜିଲ୍ଲାରେ ପ୍ରବଳ କୁହୁଡି ଦେଖିବାକୁ ମିଳୁଛି ( heavy fog in anugul) । 10 ମିଟର ଭିତରେ କିଛି ଦୃଶ୍ୟମାନ ହେଉନାହିଁ । ମୁହଁକୁ ମୁହଁ ଦେଖାଯାଉ ନାହିଁ । ସକାଳ ପ୍ରାୟ ୬ଟା ବେଳକୁ ହଠାତ କୁହୁଡି ମାଡି ଆସିଥିଲା । ଚାରିଆଡେ ଧଳା ଚାଦର ଢାଙ୍କି ହେଲା ଭଳି ଅନୁଭବ ହୋଇଥିଲା । କିଛି ଲୋକ ଏହାକୁ ଉପଭୋଗ କରୁଥିବା ବେଳେ କିଛି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ କୁହୁଡି ପାଇଁ ଲୋକଙ୍କୁ ଯାତାୟତ କରିବାରେ ସମସ୍ୟା ଭୋଗିବାକୁ ପଡିଛି । ଦୀର୍ଘ ସମୟ ପର୍ଯ୍ୟନ୍ତ କୁହୁଡି ଆସ୍ତରଣ ରହିଥିବାରୁ ଗାଡ଼ି ମଟର ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା । ଯାତାୟତ କରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ଏପରିକି ଅନେକ ସମୟ ଯାଏଁ ଦୋକାନ ବଜାର ଖୋଲି ପାରିନଥିଲେ ଲୋକେ । ଅନ୍ୟପଟେ କିଛି ଲୋକ ଘନ କୁହୁଡିର ମଜା ନେଇଥିଲେ ।

ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ଏହା ପ୍ରଥମ କୁହୁଡି ହୋଇଥିବାରୁ କିଛି ଲୋକ ଏହାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ରହିଥିଲା । ଏଭଳି ଘନ କୁହୁଡି ଯୋଗୁ ପନିପରିବା ଚାଷୀ ଟିକେ ଚିନ୍ତାରେ ପଡ଼ି ଯାଇଛନ୍ତି । କାରଣ କୋବି ଓ ବାଇଗଣ ଫସଲ ଉପରେ ଘନ କୁହୁଡ଼ିର ପ୍ରଭାବ ପଡେ । ପନିପରିବା ନଷ୍ଟ ହେବାର ଆଶଙ୍କା ରହିଛି। ଦିନ 9ଟା ପର୍ଯ୍ୟନ୍ତ କୁହୁଡ ମାତ୍ର କମି ନଥିଲା ଜଣାପଡିଛି ।

ରାତି ତାପମାତ୍ର ଅଧିକ ରହୁଥିବାରୁ ଶୀତ କମିଛି ମାତ୍ର ଅନେକ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଛି । କୁହୁଡି ପାଇଁ କେତେକ ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ 4ରୁ 5 ଦିନ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ବାୟୁମଣ୍ଡଳର ତଳଭାଗରେ ସାମୁଦ୍ରିକ ବାୟୁର ପ୍ରଭାବ ଯୋଗୁଁ ଶୀତର ବିଶେଷ ପ୍ରକୋପ ରହିବ ନାହିଁ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.