ଅନୁଗୋଳ: ପୋଲିସ ପ୍ରତି ବଢୁଛି ଲୋକଙ୍କ ଅସନ୍ତୋଷ । ଦିନକୁ ଦିନ ପୋଲିସ ଅଧିକାରୀଙ୍କ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ଅନୁଗୋଳ ଜିଲ୍ଲା ହଣ୍ଡାପା ଥାନାରେ କର୍ମଚାରୀଙ୍କ ମନମାନିକୁ ନେଇ ପ୍ରଥମେ ଲୋକ ପ୍ରତିନିଧି ଓ ଏବେ ସାଧାରଣ ଲୋକେ ଅଭିଯୋଗ ଆଣିଛନ୍ତି । ପୋଲିସର ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ - ମୟୂରଭଞ୍ଜ ପୋଲିସ ନାଁରେ ପୁଣି ଅଭିଯୋଗ, ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ତଦନ୍ତ ଦାବି
ତେବେ ଜିଲ୍ଲାର ହଣ୍ଡପା ଥାନା ପୋଲିସ ଉପରେ ଦିନକୁ ଦିନ ଲୋକଙ୍କ ଆକ୍ରୋସ ବଢ଼ିବାର ଲାଗିଛି । ପୋଲିସର ମନମାନିକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ନିକଟରେ ଜଣେ ପଞ୍ଚାୟତ ସଭ୍ୟଙ୍କୁ ଥାନା ଅଧିକାରୀ ଗାଳି ଗୁଲଜ କରିବା ନେଇ ହୋଇଥିବା ମାମଲା ଥଣ୍ଡା ପଡ଼ିନଥିବା ବେଳେ ଏବେ ଫାଣ୍ଡି ଅଧିକାରୀ ସର୍ବସାଧାରଣ ସ୍ଥାନରେ ଜଣେ ପରିସ୍ରା କରିବାକୁ ନେଇ ଯୁବକକୁ ଗାଳି ଗୁଲଜ କରିବା ଘଟଣା ଭିନ୍ନ ରୂପ ନେଇଛି । ଥାନା ଅଧୀନରେ ଥିବା ଗୁଣ୍ଡୁରି ମୁଣ୍ଡା ଗାଁର ଯୁବକ ବେଲାଳ ସେନ ବେହେରା ହଣ୍ଡାପା ଛକ ନିକଟରେ ପରିସ୍ରା କରିବାରୁ ପାଣ୍ଡି ଅଧିକାରୀ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ ।
ଏହା ମଧ୍ୟ ପଢନ୍ତୁ - ପୋଲିସର ବର୍ବରତା ବିରୋଧରେ କାର୍ଯ୍ୟାନୁଷ୍ଠାନ, ଥାର୍ଡ ଡିଗ୍ରୀ ଦେଇ ବଦଳି ହେଲେ ଥାନା ଅଧିକାରୀ
ଯୁବକଙ୍କ ଗାଁ ଗୁଣ୍ଡୁରି ମୁଣ୍ଡା ଜାଣିବା ପରେ ଜାତିଆଣ ନେଇ ଗାଲି କରିବା ସହ ଗ୍ରାମବାସୀଙ୍କୁ ମଧ୍ୟ ଗାଳି କରିଥିଲେ । ଏହି ଘଟଣାକୁ ନେଇ ଗାଁ ଲୋକେ ଥାନା ଅଧିକାରୀଙ୍କୁ କହିବାରୁ ସେ ସମ ରୂପରେ ଲୋକଙ୍କୁ ଗାଳି ଗୁଲଜ କରିଥିଲେ । ଯାହାକୁ ନେଇ ଲୋକଙ୍କ ପୋଲିସ ଉପରେ ଥିବା ଭରସା ତୁଟି ଯାଉଛି । ଏବେ ସେମାନେ କାହାକୁ ଗୁହାରି କରିବେ, କିଏ ତାଙ୍କ କଥା ଶୁଣିବ । ଘଟଣା ବାବଦରେ ସେ ପୋଲିସ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ହେଲେ କିଛି ସୁଫଳ ହୋଇନାହିଁ । ଅନ୍ୟପଟେ ଏନେଇ ଉକ୍ତ ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ପୋଲିସ-ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବା କଥା । ହେଲେ ଏଠି ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ପୋଲିସର ଏପରି ବ୍ୟବହାରକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଅନୁଗୋଳ