ETV Bharat / state

ସରକାରୀ ନିୟମରେ ବନ୍ଧା ପିଲାଙ୍କ ଭବିଷ୍ୟତ, ପ୍ରଶ୍ନ ଘେରରେ ଜିଲ୍ଲାପାଳ - ଜିଲ୍ଲାପାଳ

କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ତାଲା ପକାଇ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିବା ନେଇ ସରକାର ଶୁଣାଇଛନ୍ତି ରୋକଠୋକ ନିଷ୍ପତ୍ତି । ହେଲେ ବାସ୍ତବରେ ଏହା କେତେ ସୁରକ୍ଷିତ ?ସେନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ତାଳଚେର ବ୍ଲକ ସଇଁନାଲିସ୍ଥିତ ଅନେକ ଅଭିଭାବକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 2, 2019, 12:50 PM IST

ଅନୁଗୋଳ: କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ତାଲା ପକାଇ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିବା ନେଇ ସରକାର ଶୁଣାଇ ସାରିଛନ୍ତି ରୋକଠୋକ ନିଷ୍ପତ୍ତି । ହେଲେ ବାସ୍ତବରେ ଏହା କେତେ ସୁରକ୍ଷିତ ? ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ତାଳଚେର ବ୍ଲକ ସଇଁନାଲିସ୍ଥିତ ଅନେକ ଅଭିଭାବକ । ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି 2 କିଲୋମିଟର ଦୂର ବିଦ୍ୟାଳୟରେ ମିଶ୍ରଣକୁ ବିରୋଧ କରିବା ସହ ନିଜ ପିଲାମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମସ୍ତ ଅଭିଭାବକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ 15ରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ନିୟମ କରିଛନ୍ତି ସରକାର । ଯେଉଁ ନିୟମ ଆଧାରରେ ସଇଁନାଲିଠାରେ ଥିବା ପ୍ରାଥମିକ ବିଦ୍ୟଳୟକୁ ବନ୍ଦ କରି 2କିଲୋମିଟର ଦୂରରେ ଥିବା ଏକ ବିଦ୍ୟାଳୟରେ ମିଶାଇବାକୁ ପ୍ରସ୍ତାବ ଦେଇଛନ୍ତି ବିଦ୍ୟାଳୟ କର୍ତ୍ତୁପକ୍ଷ । ହେଲେ ବିଦ୍ୟାଳୟରେ 15 ଛାତ୍ରଛାତ୍ରୀ ଥିବା ସତ୍ତ୍ବେ ଏପରି ନିଷ୍ପତ୍ତି କାହିଁକି ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । ତେଣେ ଦିନକୁ ଦିନ ବଢୁଥିବା ସଡକ ଦୁର୍ଘଟଣା ଓ ଅପରାଧକୁ ନେଇ ପିଲାଙ୍କ ପାଇଁ ଚିନ୍ତିତ ଅଭିଭାବକ ।

ରାସ୍ତାରେ ଅନେକ କୂଅ, ପୋଖରୀ ରହିଥିବା ବେଳେ ହାତୀ ଉପଦ୍ରବ ମଧ୍ୟ ବଢିବାରେ ଲାଗିଛି । ଏଥିରେ ପିଲାଙ୍କ ସୁରକ୍ଷା ଏକ ବିରାଟ ପ୍ରଶ୍ନ । ତେଣୁ ଏସମସ୍ତ ଅସୁବିଧାକୁ ଅଭିଭାବକମାନେ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା ବେଳେ କେହି ବି ଏହାକୁ ଶୁଣିବାକୁ ନାରାଜ । ଫଳରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଅଭିଭାବକ ମଣ୍ଡଳ । ଏଥିସହ ସମସ୍ୟାର ଶୀଘ୍ର ସମାଧାନ ପାଇଁ ମଧ୍ୟ ଅଭିଭାବକମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସ୍କୁଲ ଉଠି ଯିବାର ପ୍ରତିବାଦ । ଶୁଣିଲେଲି ଶିକ୍ଷା ଅଧିକାରୀ , ଜିଲ୍ଲାପାଳ ଙ୍କ ନିକଟରେ ଫେରାଦ ହେଲେ ଅଭିଭାବକ ଓ ଛାତ୍ର ଛାତ୍ରୀ Body:ସ୍କୁଲ ବନ୍ଦ ନିଷ୍ପତି ବିରୁଦ୍ଧରେ ଜିଲା ପ୍ରଶାସନ ନିକଟରେ ଫେରାଦ ହେଲେ ଅଭିଭାବକ ଓ ଛାତ୍ର ଛାତ୍ରୀ ।ଅନୁଗୋଲ ଜିଲା ତଳଚେର ବ୍ଲକ ସଇଁନାଲି ଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଦିଆ ଯାଇଥିବା ପ୍ରତିବାଦରେ ଗାଁର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସେହି ସ୍କୁଲରେ 15 ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। କିନ୍ତୁ ସରକାରୀ ନିୟମ ଅନୁସାରେ ଏବେ 15ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରି ନିକଟରେ ଥିବା ସ୍କୁଲ ସହ ମିଶ୍ରଣ କରା ଯାଉଛି। ସଇଁନାଲି ସ୍କୁଲକୁ ବନ୍ଦ କଲେ ପ୍ରାୟ 2କିମି ଦୂରରେ ଥିବା ଏକ ସ୍କୁଲକୁ ପିଲା ମାନଙ୍କୁ ଯିବାକୁ ପଡ଼ିବ। ରାସ୍ତାରେ ବହୁ କୂଅ, ପୋଖରୀ ଅଛି। ପ୍ରତିଦିନ ହାତୀ ଉପଦ୍ରଵ କରୁଛନ୍ତି। ଏଭଳି ସ୍ଥିତିରେ ଛୋଟ ଛୋଟ ପିଲା କେମିତି ଯିବେ ତାହା ଚିନ୍ତାର ବିଷୟ ହୋଇ ପଡିଛି। ଅଭିବାଭକ ମାନେ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ନଶୁଣିବାରୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଜଣାଇଛନ୍ତି।
ବାଇଟ-1ଆର୍ତ୍ତତ୍ରଣ ସାହୁ ଅଭିଭାବକ
ବାଇଟ- 2ପମି ଭୋଇ ଅଭିଭାବକConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.