ETV Bharat / state

କୋଲ ୱାସେରିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୋଲିସର ହସ୍ତକ୍ଷେପ ପରେ ହଟିଲା ଆନ୍ଦୋଳନ - କୋଲ ୱାସେରିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

କୋଲ ୱାସେରିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପ୍ରଶାସନ ସହ ଆଲୋଚନା କରାଯିବ ପାଇଁ ନିଷ୍ପତ୍ତି ପରେ ହଟିଲା ଆନ୍ଦୋଳନ । ଅଧିକ ପଢନ୍ତୁ

କୋଲ ୱାସେରିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ
କୋଲ ୱାସେରିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ
author img

By

Published : Feb 25, 2023, 12:51 PM IST

କୋଲ ୱାସେରିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଅନୁଗୋଳ: ଗ୍ଲୋବାଲ କୋଲ ଓ୍ବାସେଲିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଅନୁଗୋଳ ଜିଲ୍ଲାର ତାଳଚେରରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । କୋଲ ୱାସେରିର ସମ୍ପ୍ରସାରଣ ଓ ଅନ୍ୟତ୍ର ସ୍ଥାନାନ୍ତରଣ ନେଇ ଗୋଟିଏ ଗୋଷ୍ଠୀ ଅଡ଼ି ବସିଥିବା ବେଳେ ଆଉ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି । ଫଳରେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।

ଅନୁଗୋଳ ଜିଲ୍ଲାର ତାଳଚେରେ ଥିବା କୋଲ ୱାସେରିର ସମ୍ପ୍ରସାରଣ ଓ ଅନ୍ୟତ୍ର ସ୍ଥାନତରଣ ନେଇ ଗୋଟିଏ ଗୋଷ୍ଠୀ ଅଡ଼ି ବସିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ପ୍ଲାଣ୍ଟ ସେଇଠି ହିଁ ରହୁ ବୋଲି ଦାବି କରିଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ତାଳଚେର ଘଣ୍ଟପଡ଼ା ଠାରେ ଥିବା ଗ୍ଲୋବାଲ କୋଲ ୱାସେରିକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବେଶ କିଛି ସମୟ ଧରି ଉତ୍ତେଜନା ଲାଗି ରହିଥିଲା ।

ଏହା ମଧେୟ ପଢନ୍ତୁ: Women's T20 World Cup: ଇଂଲଣ୍ଡକୁ 6 ୱିକେଟରେ ହରାଇ ଫାଇନାଲରେ ଦକ୍ଷିଣ ଆଫ୍ରିକା

ସୂଚନା ଅନୁସାରେ ଦୀର୍ଘ ଦିନରୁ ଗ୍ଲୋବାଲ କୋଲ ୱାସେରିରୁ ଉଡୁଥିବା ଧୂଳିକୁ ନେଇ ଆଖପାଖ ପଞ୍ଚାୟତରେ ଜନ ଅସନ୍ତୋଷ ଲାଗି ରହିଥିଲା । କମ୍ପାନୀର ପ୍ରଦୂଷଣରେ ଅସ୍ତବ୍ୟସ୍ତ ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଏହାକୁ ବିରୋଧ କରି ଲୋକେ ବାରମ୍ବାର ଆନ୍ଦୋଳନ କରିଥିଲେ । କିନ୍ତୁ କେହି କର୍ଣ୍ଣପାତ କରିନଥିବା ବେଳେ ଅସଫଳ ହୋଇଥିଲେ ଲୋକେ । ଫଳରେ ଗତକାଲି(ଶୁକ୍ରବାର) ଘଣ୍ଟପଡ଼ା ପଞ୍ଚାୟତର ମହିଳାମାନେ ଏହି ଗ୍ଲୋବାଲ କୋଲ ୱାସେରିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଇଥିଲେ । ଅନ୍ୟପଟେ ଏଠାରେ କାର୍ଯ୍ୟକରୁଥିବା ଘଣ୍ଟପଡା ସହ ଆଖପାଖ ପଞ୍ଚାୟତର ଶ୍ରମିକମାନେ ମଧ୍ୟ ପ୍ଲାଣ୍ଟ ସ୍ଥାନାନ୍ତରିତ ନହେବା ନେଇ ଧାରଣା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଶିକ୍ଷକଙ୍କ ଦରମା ଟଙ୍କା ହଡପ ଘଟଣା: ଆକାଉଣ୍ଟାଣ୍ଟ ସୁଚିସ୍ମିତାଙ୍କୁ ରିମାଣ୍ଡରେ ନେଲା ପୋଲିସ, ମୁହଁ ଖୋଲିଲେ ଅଭିଯୁକ୍ତ

ଏହି ପ୍ଲାଣ୍ଟଟି ଏହିଠାରୁ ଅନ୍ୟତ୍ର ସ୍ଥାନାନ୍ତର ହେଲେ ଅନେକ ଶ୍ରମିକ ନିଜର ନିଜର ଜୀବିକା ହରାଇବା ସହ ପରିବାର ପ୍ରତିପୋଷଣ କରିପାରିବେ ନାହିଁ ବୋଲି ଶ୍ରମିକ ମାନଙ୍କ ପକ୍ଷରୁ କୁହାଯାଇଥିଲା । ପରେ ପୋଲିସ ପହଞ୍ଚି ଉଭୟପକ୍ଷଙ୍କୁ ବୁଝାସୁଝା କରିଥିଲା। ଯାହାକୁ ନେଇ ଦୀର୍ଘ ସମୟ ଧରି ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ଘଟଣା ନେଇ ପ୍ରଶାସନ ସହ ଆଲୋଚନା କରାଯିବ ପାଇଁ ନିଷ୍ପତ୍ତି ହେବା ପରେ ଆନ୍ଦୋଳନ ହଟିଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.