ETV Bharat / state

ସରକାରୀ ଜମି ପାଇଁ ସଂଘର୍ଷ: 7 ଆହତ - Anugul news

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବିରୁ ଗାଁରେ ଗୋଷ୍ଠୀ ସଙ୍ଘର୍ଷ ଦେଖିବାକୁ ମିଳିଛି । ସରକାରୀ ଜମିରେ ବାଡ଼ ଦେବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ
author img

By

Published : Aug 18, 2019, 5:18 PM IST

ଅନୁଗୋଳ: ସରକାରୀ ଜମି ପାଇଁ ସଂଘର୍ଷ । ବାଡ଼ ଦେବା ବେଳେ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଯାହା ଫଳରେ 7 ଜଣ ଆହତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବିରୁ ଗାଁରେ ଗୋଷ୍ଠୀ ସଙ୍ଘର୍ଷ ଦେଖିବାକୁ ମିଳିଛି । ସରକାରୀ ଜମିରେ ବାଡ଼ ଦେବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଥିବା ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଏଥିରେ ଉଭୟ ପରିବାରର ୭ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ସରକାରୀ ଜାଗାରେ ବାଡ଼ ଦେବାକୁ କେନ୍ଦ୍ର କରି ସାହୁ ପରିବାର ଆଉ ନାଏକ ପରିବାର ମଧ୍ୟରେ ଏହି ସଂଘର୍ଷ ହୋଇଥିବା ଜଣାପଡିଛି । ସେହି ଜାଗାରେ ସାହୁ ପରିବାର ବାଡ଼ ଦେଉଥିବା ବେଳେ ନାଏକ ପରିବାର ପ୍ରତିବାଦ କରିଥିଲେ ।

ଉଭୟ ପରିବାର ମଧ୍ୟରେ ଯୁକ୍ତିତର୍କ ବେଳେ ସାହୁ ପରିବାର ଟାଙ୍ଗିଆ ଓ କଟୁରୀରେ ନାଏକ ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ବ୍ରହ୍ମାନନ୍ଦ ନାଏକଙ୍କ ପରିବାରରୁ ୪ ଜଣ ଏବଂ ତ୍ରିଲୋଚନ ସାହୁଙ୍କ ପରିବାରର ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବ୍ରହ୍ମାନନ୍ଦ ନାଏକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ସମଲ ପୋଲିସ ଏବଂ ତାଳଚେର ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସରକାରୀ ଜମି ପାଇଁ ସଂଘର୍ଷ । ବାଡ଼ ଦେବା ବେଳେ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ୭ ଆହତ । Body:ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବିରୁ ଗାଁରେ ଗୋଷ୍ଠି ସଙ୍ଘର୍ଷ। ସରକାରୀ ଜମିରେ ବାଡ଼ ଦେବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଥିବା ଜଣା ପଡ଼ିଛି । ଏଥିରେ ଉଭୟ ପରିବାରର ୭ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ସରକାରୀ ଜାଗାରେ ବାଡ଼ ଦେବାକୁ କେନ୍ଦ୍ର କରି ସାହୁ ପରିବାର ଆଉ ନାଏକ ପରିବାର ମଧ୍ୟରେ ଏହି ସଂଘର୍ଷ ହୋଇଥିବା ଜଣାପଡିଛି। ସେହି ଜାଗାରେ ସାହୁ ପରିବାର ବାଡ଼ ଦେଉଥିଲା ବେଳେ ନାଏକ ପରିବାର ପ୍ରତିବାଦ କରିଥିଲେ। ଉଭୟ ପରିବାର ମଧ୍ୟରେ ଯୁକ୍ତିତର୍କ ବେଳେ ସାହୁ ପରିବାର ଟାଙ୍ଗିଆ ଓ କଟୁରିରେ ନାଏକ ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ବ୍ରହ୍ମାନନ୍ଦ ନାଏକଙ୍କ ପରିବାରରୁ ୪ ଜଣ ଏବଂ ତ୍ରିଲୋଚନ ସାହୁଙ୍କ ପରିବାର ର ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବ୍ରହ୍ମାନନ୍ଦ ନାଏକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଲକୁ ସ୍ଥାନାନ୍ତର କରାଯାଇଛି। Conclusion:ଏହି ଘଟଣାରେ ସମଲ ପୋଲିସ ଏବଂ ତାଳଚେର ପୋଲିସ ତଦନ୍ତ ଆରମ୍ଭ କରିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.