ETV Bharat / state

ପାହାଡ଼ରୁ ପଥର ଖସି ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ରେଲୱେ କର୍ମଚାରୀ ସୁରକ୍ଷିତ - ଅନୁଗୋଳ ନ୍ୟୁଜ

ଅନୁଗୋଳ ଜିଲ୍ଲା ବଇଣ୍ଡା ନିକଟରେ ଅଘଟଣ । ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ମାଲ୍‌ବାହୀ ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ । ଅଧିକ ପଢନ୍ତୁ

Goods train engine derails
Goods train engine derails
author img

By

Published : Aug 2, 2023, 11:20 AM IST

Updated : Aug 2, 2023, 12:58 PM IST

ଅନୁଗୋଳରେ ବର୍ଷା ବିତ୍ପାତ

ଅନୁଗୋଳ: ପୁଣି ଲାଇନଚ୍ୟୁତ ହେଲା ମାଲ ବୋଝେଇ ଟ୍ରେନ୍ । ଅନୁଗୋଳ ଜିଲ୍ଲା ବଇଣ୍ଡା ନିକଟରେ ମାଲବାହୀ ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ମାଲ୍‌ବାହୀ ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଥର ଖସି ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ରେଲୱେ କର୍ମଚାରୀ ସୁରକ୍ଷିତ ଥିବା ବେଳେ ଘଟଣାସ୍ଥଳରେ ରେଲଓ୍ବେ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ ସମ୍ବଲପୁର ଓ ଅନୁଗୋଳ ମଧ୍ୟରେ ଗୋଟିଏ ଟ୍ରାକରେ ଟ୍ରେନ ଚଳାଚଳ ବନ୍ଦ ରହିଥିବା ସମ୍ବଲପୁର ଢ଼ିଭିଜନ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଗତକାଲି ଠାରୁ ଲଗାଣ ବର୍ଷାରେ ବେହାଲ ଅନୁଗୋଳ ଜିଲ୍ଲା । ଦିନ ତମାମ ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିଲା । ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଥିଲା । ଯେଉଁଆଡ଼େ ଦେଖିଲେ ପାଣି ଆଉ ପାଣି । କହିବାକୁ ଗଲେ ଏକ ପ୍ରକାର କୃତ୍ରିମ ନଦୀର ଭ୍ରମ ସୃଷ୍ଟି ହେଉଥିଲା । ସେହିପରି ଡ୍ରେନେଜ ସମସ୍ୟା ଯୋଗୁଁ ଅପରିଷ୍କାର ପାଣି ଘରେ ପଶି ଯିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ସହର ଦେଇ ଯାଇଥିବା ଜାତୀୟ ରାଜପଥ 55 ଉପରେ ତୁରଙ୍ଗ ଗାଁ ପାଖରେ ଆଣ୍ଠୁଏରୁ ଅଧିକ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବା ଫଳରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ପାରାଦ୍ବୀପରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ରଙ୍ଗିଆଗଡ଼ ନିକଟରେ ଟ୍ରାକ୍‌ରୁ ଖସିଲା ୭ ଚକା

ଏହା ମଧ୍ୟ ପଢନ୍ତୁ-ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍, ବାଣୀବିହାର ଷ୍ଟେସନରେ ରହିଗଲା କିଛି କୋଚ୍

ପ୍ରକାଶ ଥାଉକି, ସେହିପରି ଗତ ମାସରେ ପାରାଦ୍ବୀପ ଅଏଲ ରିଫାଇନାରୀକୁ ଯାଉଥିବା ସମୟରେ ରଙ୍ଗିଆଗଡ଼ ନିକଟରେ ଲାଇନଚ୍ୟୁତ ହୋଇଥିଲା ଏକ ମାଲବାହୀ ଟ୍ରେନ । ଟ୍ରେନ୍‌ର ୭ଟି ଚକା ଟ୍ରାକ୍‌ରୁ ଖସି ଯାଇଥିବା ଦେଖିବାକୁ ମିଳିଥିଲା । ଏନେଇ ଘଟଣାସ୍ଥଳରେ ମରାମତି କାର୍ଯ୍ୟ କରିଥିବା ବେଳେ ବିଭାଗ ତଦନ୍ତ ଆରମ୍ଭ କରିଥିଲା । ମାଲବାହୀ ଟ୍ରେନରେ ମୂଲ୍ୟବାନ ପେଟ୍‌କୋକ୍‌ ଥିବାରୁ ରେଳ ବିଭାଗ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିବା ବେଳେ ଘଟଣାସ୍ଥଳରେ ମରାମତି ପାଇଁ ଆଲୋକ ବ୍ୟବସ୍ଥା କରାଯାଇଥିଲା ।

ଇଟିଭି ଭାରତ, ଅନୁଗୋଳ

Last Updated : Aug 2, 2023, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.