ଅନୁଗୋଳ: ମାଲାବାହୀ ଟ୍ରେନ ଲାଇନଚ୍ୟୁତ । ଅନୁଗୋଳ ଭୋଗ ବେରିଣୀ ନିକଟରେ ମାଲବାହୀ ଟ୍ରେନ ଟ୍ରାକରୁ ଖସି ପଡିଛି । ପ୍ରବଳ ବର୍ଷା କାରଣରୁ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟ୍ରେନର ୨୫ଟି ବଗି ଖସି ଯାଇଛି ।
ତାଳଚେର ରୋଡରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ ଲାଇନଚ୍ୟୁତ୍ ହୋଇଛି । ଲଗାଣ ବର୍ଷା ଯୋଗୁଁ ଅନୁଗୋଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି । ମୃତାହତର ସୂଚନା ନାହିଁ । ମାଲବାହୀ ଟ୍ରେନଟି ଲାଇନ୍ଚ୍ୟୁତ ହେବାରୁ ଢେଙ୍କାନାଳ-ସମ୍ବଲପୁର ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ୧୨ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୮ଟି ଟ୍ରେନର ଗତିପଥ ବଦଳା ଯାଇଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତ ରାତିରେ ତାଲଚେର ରୋଡରୁ ଅନୁଗୋଳ ଅଭିମୁଖେ ଏକ ୫୬ ବଗି ବିଶିଷ୍ଟ ଗହମ ବୋଝେଇ ଟ୍ରେନ୍ ଯାଉଥିଲା । ରାତି ପ୍ରାୟ ୨ଟା ୫୦ରେ ଟ୍ରେନ ଟି ଭୋଗବେରଣୀ ନିକଟସ୍ଥ ପୋଲ ଅତିକ୍ରମ କରୁଥିବା ବେଳେ ଲଗାଣ ବର୍ଷା ଯୋଗୁ ତାହା ଦବି ଯାଇଥିଲା । ଫଳରେ ଟ୍ରେନ୍ଟି ଲାଇନ୍ଚ୍ୟୁତ୍ ହୋଇଯାଇଥିଲା । ଟ୍ରେନ୍ର ୬ଟି କୋଚ ସହ ଇଞ୍ଜିନ ଲାଇନ୍ଚ୍ୟୁତ ହୋଇଯାଇଛି । ରେଲୱେର ବରିଷ୍ଠ ଅଧିକାରୀ, ଟେକନିକାଲ ଟିମ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଅନୁଗୋଳରୁୁ ସଂଗ୍ରମ ରଞ୍ଜନ ନାଥ, ଇଟିଭି ଭାରତ